Posted inଜାତୀୟ

ସ୍ବାମୀଙ୍କ ରୋଜଗାର ସୂଚନା ପାଇଁ ଆରଟିଆଇର ଦ୍ୱାରସ୍ଥ ହେଲେ ସ୍ତ୍ରୀ…

ନୂଆଦିଲ୍ଲୀ,୩।୧୦ : ଆପଣ କେତେ ରୋଜଗାର କରନ୍ତି? ଆମ ମଧ୍ୟରୁ ଅନେକ ଏହିପରି ପ୍ରଶ୍ନର ଉତ୍ତର ଦେବାକୁ ପସନ୍ଦ କରନ୍ତି ନାହିଁ। ସାଧାରଣତଃ ଲୋକମାନେ ସେମାନଙ୍କର ପରିବାର ସଦସ୍ୟଙ୍କୁ ଏହି ଜିନିଷଗୁଡ଼ିକ ବିଷୟରେ ସୂଚନା ଦିଅନ୍ତି। ତଥାପି, ଯେତେବେଳେ ବୈବାହିକ ସମ୍ପର୍କରେ ବିବାଦ ଚାଲିଥାଏ ସେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥାଏ। ଯେତେବେଳେ ଛାଡପତ୍ର ଉଭୟଙ୍କ ସହମତିରେ ନଥାଏ, ସ୍ତ୍ରୀ ସ୍ବାମୀଙ୍କ ରୋଜଗାର ଜାଣିବାକୁ ଚାହାଁନ୍ତି ଏବଂ ଭରଣପୋଷଣ ପାଇଁ ଦାବି କରନ୍ତି ।

ଏପରି ପରିସ୍ଥିତିରେ, ଯଦି ସ୍ବାମୀ ତାଙ୍କ ଆୟ ବିଷୟରେ ପ୍ରକାଶ କରିବାକୁ ମନା କରନ୍ତି, ତେବେ ସ୍ତ୍ରୀ ଏହା ଜାଣିବା ପାଇଁ ଅନ୍ୟ ଉପାୟ ଆପଣେଇଥାନ୍ତି। ସମ୍ପ୍ରତି ଏକ ସମାନ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ରାଇଟ ଟୁ ଇନଫରମେଶନ (ଆରଟିଆଇ) ମାଧ୍ୟମରେ ସ୍ବାମୀଙ୍କ ଆୟ ବିଷୟରେ ସୂଚନା ମାଗିଛନ୍ତି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଆୟକର ବିଭାଗକୁ ୧୫ ଦିନ ମଧ୍ୟରେ ମହିଳାଙ୍କ ସ୍ବାମୀଙ୍କ ଆୟ ବିଷୟରେ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଞ୍ଜୁ ଗୁପ୍ତା ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ରୋଜଗାର ଜାଣିବା ପାଇଁ ଆରଟିଆଇରେ ଏବେଦନ ଦାଖଲ କରିଥିଲେ। ପ୍ରାରମ୍ଭରେ, ବରେଲିର ଆୟକର ବିଭାଗର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (ସିପିଆଇଓ) ସ୍ବାମୀ ଏହା ପାଇଁ ସମ୍ମତି ଦେଇ ନ ଥିବାରୁ ଆରଟିଆଇ ଅଧୀନରେ ଏହି ସୂଚନା ଦେବାକୁ ମନା କରିଦେଇଥିଲେ। ଏହା ପରେ ମହିଳା ପ୍ରଥମ ଆପିଲ ଅଥରିଟି (ଏଫଏଏ) ରେ ଏକ ଆବେଦନ କରି ସାହାଯ୍ୟ ମାଗିଥିଲେ। ଏଫଏଏ ସିପିଆଇଓର ଆଦେଶକୁ ସମର୍ଥନ କରିଥିଲେ। ଏହା ପରେ ସଞ୍ଜୁ ସିଆଇସିରେ ଦ୍ୱିତୀୟ ଆବେଦନ କରିଥିଲେ ।

୧୯ ସେପ୍ଟେମ୍ବରରେ ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ସୂଚନା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସିଆଇସି ଦର୍ଶାଇଛି। ସିଆଇସି ଏହାର କ୍ରମରେ କହିଛି ଯେ ମହିଳାଙ୍କ ସ୍ବମୀଙ୍କ ଆୟ ଜାଣିବାର ଅଧିକାର ରହିଛି। ତେଣୁ,୧୫ ଦିନ ମଧ୍ୟରେ ତାଙ୍କ ସ୍ବାମୀଙ୍କ ଆୟ ବିଷୟରେ ସିଆଇିଓକୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri