ସ୍ତ୍ରୀ ହରାଇଲେ ଦୃଷ୍ଟିଶକ୍ତି, ହାତ ଛାଡ଼ିଦେଲେ ସ୍ବାମୀ: ଦୁର୍ଘଟଣା ପରେ ସମ୍ପର୍କ ତୁଟିଲା

ବାରିପଦା, ୧୯ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମର ଜଣେ ମହିଳା ଏବେ ବେସାହାରା ହୋଇପଡ଼ିଛନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା ସିଆର୍‌ପିଏଫ୍‌ ଯବାନ ଭାବେ କାର୍ଯ୍ୟ କରୁଥିବା ସ୍ବାମୀ ହାତ ଛାଡ଼ିଦେଇଛନ୍ତି। ଚିକିତ୍ସା ନିମନ୍ତେ ଔଷଧ କିମ୍ବା ଭରଣପୋଷଣ ପାଇଁ ସହଯୋଗ କରୁ ନ ଥିବାରୁ ଦିବ୍ୟାଙ୍ଗ ସାଜିଥିବା ମହିଳା ଜଣକ ଏବେ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି। ସେନା ଅଧିକାରୀଙ୍କଠାରୁ ଆରମ୍ଭକରି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାପଘର ଲୋକେ ଝିଅକୁ ନ୍ୟାୟ ଦେବାପାଇଁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳ ନେତାନନ୍ଦ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଭୋଳାଗଡ଼ିଆ ଗ୍ରାମର ଲକ୍ଷ୍ମଣ ମାରାଣ୍ଡିଙ୍କ ଝିଅ ସୀତାଙ୍କୁ ବଡ଼ହାଳିଆ ଗ୍ରାମର ଗୁମୁଦା ହଁାସଦା ୨୦୧୮ ନଭେମ୍ବର ୨୫ରେ ପ୍ରେମ ବିବାହ କରିଥିଲେ। ଗୁମୁଦା ଜଣେ ସିଆର୍‌ପିଏଫ୍‌ ଯବାନ ହୋଇଥିବା ବେଳେ ଏବେ ସେ ବିହାର ରେଜିମେଣ୍ଟ ୨୦୫ କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି। ତେବେ ବିବାହର କିଛି ବର୍ଷ ହସଖୁସିରେ କଟିବା ପରେ ୨୦୨୪ ସେପ୍ଟେମ୍ବର ୪ରେ ସ୍ତ୍ରୀ ଓ ସ୍ବାମୀ ଉଦଳାରୁ ଘରକୁ ଫେରୁଥିବା ବେଳେ ବାରିପଦା-ଉଦଳା ରାସ୍ତାର ନାହ୍ଲୁଆ ଛକ ନିକଟରେ ଅନ୍ୟ ଏକ ବାଇକ୍‌ ତାଙ୍କୁ ଧକ୍କାଦେଇଥିଲା। ଏଥିରେ ଉଭୟେ ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ। ଗୁମୁଦାଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ବେଳେ ସୀତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ବାମୀ ସୁସ୍ଥ ହୋଇ ଚାକିରିରେ ଯୋଗଦେଇଥିବା ବେଳେ ୨ମାସ ଧରି ଆଇସିୟୁରେ ରହିବା ପରେ ସୀତା ଶାଶୁଘରକୁ ଫେରିଥିଲେ। ମାତ୍ର ଦୁର୍ଘଟଣାରେ ଦୁଇଟି ଆଖି ସମ୍ପୂର୍ଣ୍ଣ ନଷ୍ଟହୋଇଥିବାରୁ ଶାଶୁଘର ଲୋକେ ସୀତାଙ୍କ ସେବାଯନତ୍ କରିବାକୁ ଅମଙ୍ଗ ହୋଇ ନଭେମ୍ବରରେ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ସେହିଦିନଠାରୁ ସୀତା ବାପଘରେ ରହି ଆସୁଛନ୍ତି। ଗୋଟିଏ ପଟେ ଆଖି ହରାଇଥିବା ଓ ଅନ୍ୟପଟେ ସ୍ବାମୀ ହାତ ଛାଡ଼ିଦେବାରୁ ସେ ଅସହାୟ ହୋଇପଡ଼ିଛନ୍ତି। ଇତିମଧ୍ୟରେ ଗୁମୁଦା ଦ୍ୱିତୀୟ ବିବାହ ପାଇଁ ସଜବାଜ ହେଉଥିବା ବେଳେ ସୀତା ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଆର୍ଥିକ ସହାୟତା ପାଇଁ ସୀତା ସିଆର୍‌ପିଏଫ୍‌ ମୁଖ୍ୟାଳୟ ଦିଲ୍ଲୀ ଏବଂ ବିହାରରେ ନିବେଦନ କରିଛନ୍ତି। ଦିବ୍ୟାଙ୍ଗ ସୀତାଙ୍କୁ ନ୍ୟାୟ ପ୍ରଦାନ ସହ ସରକାରୀ ସୁବିଧା ଯୋଗାଇଦେବାକୁ ତାଙ୍କ ବାପଘର ଲୋକେ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ଗୁମୁଦାଙ୍କ ମତାମତ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri