ଭୁବନେଶ୍ୱର,୨୨।୧୧: ହ୍ୟୁମାନ ସାଗରଙ୍କୁ ଚାହିଁ ରହୁଥିଲେ, ସ୍ତ୍ରୀ ଏବଂ ଝିଅ ହେଲେ ସେ ଦେଖା କରିବାକୁ ଯାଇପାରୁ ନଥିଲେ।ସେଇଟା ବି ତା ପାଇଁ ଯନ୍ତ୍ରଣାଦାୟକ ଥିଲା। ଜୀବନରେ ଯଦି ଶାନ୍ତି ନ ରହିବ କେମିତି କଣ ଜଣେ କରିବ। ତେବେ କାହା ପାଇଁ ହ୍ୟୁମାନ ସ୍ତ୍ରୀ, ଝିଅକୁ ଦେଖା କରି ପାରୁ ନ ଥିଲେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ବୋଲି ତାଙ୍କ ଗୁରୁ ପ୍ରେମଆନନ୍ଦ କହିଛନ୍ତି। ସେଇଟା ବି ତା ପାଇଁ ଯନ୍ତ୍ରଣାଦାୟକ ଥିଲା।
ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ କରାଯାଉଥିଲା। ତାଙ୍କ ଶାରିରୀକ ଅସୁସ୍ଥତା କଷ୍ଟ ଦେଉଥିଲା। ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ ନୁହେଁ। ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ। ସୋସିଆଲ ମିଡିଆ ଟ୍ରୋଲ୍କୁ ବହୁତ ଡରୁଥିଲେ ହ୍ୟୁମାନ।
ଅନ୍ୟପକ୍ଷେ, ହ୍ୟୁମାନଙ୍କ ମା’ ଶଫାଳୀ ସୁନା ଚାଞ୍ଚଲ୍ୟକର ସୂଚନା ଦେିଛନ୍ତି। ସେ କହିଛନ୍ତି, ପ୍ରୋଗ୍ରାମ ନେଇ ହ୍ୟୁମାନଙ୍କୁ ଆଗୁଆ ଜଣାଯାଉ ନଥିଲା। ପ୍ରୋଗ୍ରାମ ବୁକ କରିବା ଓ ଟଙ୍କା ଧାର୍ଯ୍ୟ କରିବା କାମ ପପୁ କରୁଥିଲା। ମୋ ପୁଅ ବିଷୟରେ ପପୁ ହିଁ ସବୁ ଜାଣିଥିଲା। ୧୦ ତାରିଖରେ ଅସୁସ୍ଥତା ଥାଇ ଭୁବନେଶ୍ବରରେ ପ୍ରୋଗ୍ରାମ କରାଯାଇଥିଲା। ୧୧ ତାରିଖରେ ତାକୁ ହସ୍ପିଟାଲ ନେଇ କିଛି ସମୟ ପରେ ଅଣାଯାଇଥିଲା। ୧୨ ତାରିଖରେ ୧୦୩ ଜ୍ବର ଥାଇ ବି ପ୍ରୋଗାମ ରଖାଯାଇଥିଲା। ଆଉ ସେହି ପପୁ ଆସି ତାକୁ ହସ୍ପିଟାଲ ନେଇଥିଲା। ସେହିଦିନ ହିଁ ତାକୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏତେ ଅସୁସ୍ଥତା ସତ୍ତ୍ବେ ମୋତେ କିଛି ବି ଅବଗତ କରାଯାଇ ନଥିଲା ବୋଲି ତାଙ୍କ ମା’ କହିଛନ୍ତି ।