Posted inଜାତୀୟ

ସ୍ବାମୀଙ୍କୁ ସର୍ବସାଧାରଣରେ ଅପମାନିତ କଲେ ସ୍ତ୍ରୀଙ୍କୁ ଦିଆଯାଇପାରିବ ଛାଡପତ୍ର: ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୧୨ : ଦିଲ୍ଲୀ ହାଇକୋର୍ଟ ସ୍ତ୍ରୀଙ୍କ ବ୍ୟବହାରରେ କ୍ରୁରତା କାରଣରୁ ଏକ ବିବାହିତ ଦମ୍ପତିଙ୍କ ଛାଡ଼ପତ୍ର ଆବେଦନକୁ ସମର୍ଥନ କରି ଏହାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ସ୍ବାମୀଙ୍କୁ ସର୍ବସାଧାରଣରେ ହଇରାଣ କରିବା, ଅପମାନିତ କରିବା ଏବଂ ତାଙ୍କୁ ମାଇଚିଆ ବୋଲି କହିବା ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ। ଜଷ୍ଟିସ ସୁରେଶ କୁମାର କୈତ ଏବଂ ନୀନା ବଂସଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ଜଣେ ସ୍ବାମୀଙ୍କ ବିରୋଧ କରାଯାଇଥିବା ବେପରୁଆ, ବଦନାମ ତଥା ଭିତ୍ତିହୀନ ଅଭିଯୋଗ, ଯାହା ତାଙ୍କର ଭାବମୂର୍ତ୍ତିକୁ ସର୍ବସାଧାରଣରେ କ୍ଷୁର୍ଣ୍ଣ କରିବାର ପ୍ରଭାବ ରହିଛି, ତାହା ସ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ।

କୋର୍ଟ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ଯାହା ଉପରେ କୌଣସି ବିବାହ ଠିଆ ହୋଇଛି ତାହା ହେଉଛି ବିଶ୍ୱାସ ଏବଂ ସମ୍ମାନ। ଏକ୍ଷେତ୍ରରେ ଜଣେ ଅନ୍ୟ ଜଣଙ୍କ ସହିତ ଏପରି ଆଚରଣ କରିବେ ବୋଲି ଆଶା କରାଯାଇପାରିବ ନାହିଁ। ଯାହା ନିଜ ସାଥୀଙ୍କ ଉପରେ ବିଶ୍ୱାସର ଅଭାବ ଦର୍ଶାଉଛି।
ଦୁର୍ଭାଗ୍ୟବଶତଃ, ଏହି ମାମଲାରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୂ ସର୍ବସାଧାରଣରେ ମାନସିକ ନିର୍ଯାତନା ଦେଉଛନ୍ତି, ଅପମାନିତ କରୁଛନ୍ତି ଏବଂ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଛନ୍ତି। ଅନ୍ୟ ମହିଳାଙ୍କ ସହିତ ତାଙ୍କ ସ୍ବାମୀଙ୍କ ସମ୍ପର୍କ ଥିବା କହୁଛନ୍ତି। ଏହା ଜଣେ ସ୍ବାମୀଙ୍କ ପ୍ରତି ଅତ୍ୟଧିକ ନିଷ୍ଠୁର କାର୍ଯ୍ୟ।

ସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନରେ କ୍ରୁରତା କାରଣରୁ ଛାଡ଼ପତ୍ରକୁ ପାରିବାରିକ ଅଦାଲତ ଖାରଜ କରିଦେଇଥିଲେ। ଏହାପରେ ପାରିବାରିକ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କହିଥିଲେ କୌଣସି ସମ୍ପର୍କ ଅଧା ସତ୍ୟ, ଅଧା ମିଥ୍ୟା, ଅଧା ସମ୍ମାନ ଏବଂ ଅଧା ବିଶ୍ୱାସ ଉପରେ ଠିଆ ହୋଇପାରିବ ନାହିଁ।

କୋର୍ଟ କହିଛନ୍ତି ସ୍ବାମୀ ପ୍ରାୟ ୬ ବର୍ଷ ଧରି ସ୍ତ୍ରୀଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଏପରି କାର୍ଯ୍ୟ ପ୍ରମାଣିତ କରେ ଯେ ସ୍ତ୍ରୀ ସ୍ବାମୀ ପ୍ରତି କ୍ରୁରତା ପ୍ରଦର୍ଶନ କରୁଛନ୍ତି। ଫଳରେ ତାଙ୍କ ମନରେ ମାନସିକ ଯନ୍ତ୍ରଣା ଏବଂ ଆଘାତ ସୃଷ୍ଟି ହେବା ସହିତ ସ୍ବାମୀ ବେଳେବେଳେ ଆତ୍ମହତ୍ୟା ବିଷୟରେ ଚିନ୍ତା କରୁଛନ୍ତି। ତେଣୁ ଛାଡପତ୍ର ଆବେଦନକୁ ମଞ୍ଜୁର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA: ଏହି ୯ଟି ଦେଶର ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦ା୩: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

ଆଫଗାନିସ୍ତାନକୁ ଯୁଦ୍ଧରେ ସାହାଯ୍ୟ କରୁଛି ଭାରତ! ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ…

ନୂଆଦିଲ୍‌ଲୀ,୨୦।୩: ଆଫଗାନିସ୍ତାନରେ ତାଲିବାନର ସର୍ୱୋଚ୍ଚ ନେତା ହିବାତୁଆଲ୍ଲାହ ଆଖୁନ୍ଦଜାଦା ପାକିସ୍ତାନ ସମ୍ପର୍କରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଇଦ-ଉଲ-ଫିତର ଅବସରରେ କାନ୍ଦାହାରର ଇଦଗାହରେ…

ପ୍ରସ୍ତାବିତ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଗ୍ରାମସଭା ଚାଲିଥିବାବେଳେ ଧସ୍ତାଧସ୍ତି, ଏକର ପିଛା ଏତିକି କୋଟି ଦାବି କରି…

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଶୁକ୍ରବାର ଚେମଣା ପଞ୍ଚାୟତ ଧନୁର୍ଜୟପୁର ଗ୍ରାମ ସ୍କୁଲ ପଡ଼ିଆରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ….

ଭୁବନେଶ୍ବର,୨୦।୩: ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଛି ଯେ, ଚାରିଆଡ଼େ ଧୂଆଁମୟ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri