ମହାବାତ୍ୟାରେ ଭାସି ଯାଇଥିଲେ ସ୍ତ୍ରୀ-୪ ସନ୍ତାନ: ତଥାପି ହାରିନାହାନ୍ତି ଶଙ୍କର ନନା

ପାରାଦୀପ,୨୯।୧୦(ଶରତ ରାଉତ):ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏହି ୨୫ ବର୍ଷ ମଧ୍ୟରେ ଉପକୂଳ ଓଡ଼ିଶାରେ ୧୧ ଥର ବାତ୍ୟା ହେଲାଣି। ସେଗୁଡିକ ହେଲା ୨୦୧୩ରେ ଫାଇଲିନ୍‌, ୨୦୧୪ ହୁଡ୍‌ହୁଡ୍‌, ୨୦୧୬ ତିତ୍‌ଲି, ୨୦୧୮ ଡାଏ, ୨୦୧୯ ଫନି ଓ ବୁଲ୍‌ବୁଲ୍‌, ୨୦୨୦ ଅମ୍ଫାନ, ୨୦୨୧ ଗୁଲାବ ଓ ୟାସ୍‌, ୨୦୨୨ ଆସାନି ଏବଂ ୨୦୨୪ର ଦାନା। କିନ୍ତୁ ମହାବାତ୍ୟା ଭଳି ବିପର୍ଯ୍ୟୟ ଏପର୍ଯ୍ୟନ୍ତ ଓଡ଼ିଶାରେ ଘଟିନାହିଁ। ୧୯୯୯ ଅକ୍ଟୋବର ୨୯ରେ ଯେଉଁ ପ୍ରଳୟ ପାରାଦୀପ ଓ ଏରସମା ଅଞ୍ଚଳରେ ଘଟିଥିଲା, ସେଥିରେ ୭୫୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ସରକାରୀ ଭାବେ ଦର୍ଶାଯାଇଛି। କିନ୍ତୁ ନିଖୋଜଙ୍କ ସଂଖ୍ୟା ଓ ବାସ୍ତବ ଆକଳନ କଲେ ଏହି ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ବୋଲି କୁହାଯାଉଛି। ମହାବାତ୍ୟା ସମୟରେ ଯେଉଁମାନେ ନିଜ ସମ୍ପର୍କୀୟମାନଙ୍କୁ ହରାଇଥିଲେ, ସେମାନେ ଏବେବି ଅକ୍ଟୋବର ମାସ ଆସିଲେ ନିଜ ମଧ୍ୟରେ ଗୁମୁରି ଗୁମୁରି କାନ୍ଦୁଛନ୍ତି।
ସେମିତି ଜଣେ ବ୍ୟକ୍ତି ହେଲେ ପାରାଦୀପର ଶଙ୍କର ନନା। ପୂରା ନାମ ଶଙ୍କର୍ଷଣ ମିଶ୍ର(୬୪)। ପୈତୃକ ଗ୍ରାମ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତ୍ତୋ ଗାଁରେ। ପାରାଦୀପ ମଧୁବନସ୍ଥିତ ଜଗନ୍ନାଥ ମନ୍ଦିରରେ ତାଙ୍କ ବାପା ପୂଜକ ଭାବେ ରହୁଥିଲେ। ଶଙ୍କର ନନା ମଧ୍ୟ କୌଳିକ ବୃତ୍ତି ଶିଖି ଯଜମାନ କାମ ଆରମ୍ଭ କରିଦେଇଥିଲେ। ସେ ଶିବ ମନ୍ଦିର ପୂଜକ ହେବା ସହ ଯଜମାନ କାମ କରନ୍ତି। ମହାବାତ୍ୟା ସମୟରେ ତାଙ୍କର ପୂର୍ଣ୍ଣାଙ୍ଗ ପରିବାର ଥିଲା। ମା’ବାପାଙ୍କ ସହ ସ୍ତ୍ରୀ ଗୌରୀ, ୪ ଝିଅ ଓ ବର୍ଷକର ପୁଅ ଥିଲା। ମହାବାତ୍ୟାରେ ଶଙ୍କର ନନା ଓ ତାଙ୍କ ବାପା ଭଗବାନ ମିଶ୍ର ପୂଜା କରିବାକୁ ଯାଇ ବର୍ତ୍ତି ଯାଇଥିଲେ, କିନ୍ତୁ ପରିବାରର ଅନ୍ୟ ୫ ଜଣ ବାତ୍ୟାରେ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ସନ୍ଧାନ ମିଳିନାହିଁ ବୋଲି ଶଙ୍କର ନନା କୁହନ୍ତି। ମହାବାତ୍ୟା ସମ୍ପର୍କରେ ସେ କୁହନ୍ତି, ସେତେବେଳେ କାର୍ତ୍ତିକ ମାସ। ମନ୍ଦିର ଧୁଆଧୋଇ ଓ ନୀତିକାନ୍ତି ପାଇଁ ରାତି ୪ଟାରୁ ଶଙ୍କର ନନା ଓ ତାଙ୍କ ବାପା ମନ୍ଦିର ପଳାଇ ଆସିଥିଲେ। ଏହି ସମୟରେ ମନ୍ଦିର ବେଢ଼ା ପଛପଟେ ଥିବା ଝୁମ୍ପୁଡି ଘରେ ସ୍ତ୍ରୀ, ୩ ଝିଅ ଓ ପୁଅ ସହ ୫ ଜଣ ଥିଲେ। ମା’ସେତେବେଳେ ଚାନ୍ଦବାଲି ଗାଁକୁ ଯାଇଥିଲେ। ସକାଳ ପ୍ରାୟ ୬ଟା ୩୦ ବେଳକୁ ବର୍ଷା, ପବନ ସହ ପାଣି ମାଡ଼ି ଆସିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଶଙ୍କର ନନାଙ୍କ ପାଖରେ ଥିବା ବାପା ମଧ୍ୟ ପହଞ୍ଚତ୍ ପାରି ନ ଥିଲେ। ଶିବ ମନ୍ଦିର ଭିତରେ ପାଣି ପଶି ଯାଇଥିଲା। ଯେଉଁଠି ପାର୍ବତୀ ମୂର୍ତ୍ତି ରହିଛି ତା’ ପାଖରେ ଗୋଟିଏ ଗୋଡ଼ ସାହାଯ୍ୟରେ ଠିଆ ହୋଇ ଶଙ୍କର ନନା ୭୨ ଘଣ୍ଟା ବିତାଇଥିଲେ। ୩ ଦିନ ପରେ ଜଣେ ବ୍ୟକ୍ତି କିଛି ଖେଚୁଡ଼ି ଆଣି ଖାଇବାକୁ ଦେଇଥିଲେ। ଏହାପରେ ସେଠାରୁ ବହୁ କଷ୍ଟରେ ବାହାରି ଶଙ୍କର ଘରକୁ ଯାଇଥିଲେ, ମାତ୍ର ସେତେବେଳକୁ କିଛି ନଥିଲା। ଘର କି ପରିବାର କିଛି ନ ଥିଲା। ପାଖରେ ଥିବାଝୁମ୍ପୁଡି ଘର ଭାସି ଯାଇଥିଲା। ସେଥିରେ କେତେଜଣଙ୍କ ମୃତଦେହ ମିଳିଥିଲା। କିନ୍ତୁ ଶଙ୍କର ନନା ପରିବାର ଲୋକଙ୍କ ମୃତଦେହ ଏପର୍ଯ୍ୟନ୍ତ ପାଇ ନଥିବା କହିଛନ୍ତି। ସେହି ଲୋମଟାଙ୍କୁରା ଘଟଣା ମନେପଡିଲେ ଏବେବି ଭୟ ସୃଷ୍ଟି ହୁଏ। ବାତ୍ୟା ପରେ ପରିବାର ଆତ୍ମୀୟ ସ୍ବଜନଙ୍କ କଥାରେ ଦ୍ୱିତୀୟ ବିବାହ କରିଥିଲି। ୩ ଝିଅ ଓ ଗୋଟିଏ ପୁଅକୁ ନେଇ ସଂସାର ଚାଲିଛି। ସେହି ବାତ୍ୟାରେ ୩ ଝିଅ ଓ ଗୋଟିଏ ପୁଅ ହରାଇଥିଲି। ପ୍ରଭୁ ମୋତେ ପୁଣି ସେମିତି ଫେରେଇଛନ୍ତି। ସେପରି ଦୁଃଖ ଆଉ କାହା ଜୀବନରେ ନ ଆସୁ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?