Posted inଜାତୀୟ

ହିନ୍ଦୁ-ହିନ୍ଦୀ ଭାଷାଭାଷୀଙ୍କ ଅପମାନ ପରେ ବି କାହିଁକି ନୀରବ ରାହୁଲ, କବିତାଙ୍କ ପ୍ରଶ୍ନ…

ହାଇଦ୍ରାବାଦ,୨୫।୧୨ : ତାମିଲନାଡୁର ଶାସକ ଡିଏମକେ ଏମପି ଦୟାନିଧି ମାରାନଙ୍କ ହିନ୍ଦୀ ଭାଷାଭାଷୀ ଲୋକଙ୍କ ଉପରେ ବିବାଦୀୟ ମନ୍ତବ୍ୟ’ ନେଇ ଭାରତ ରାଷ୍ଟ୍ରିୟ ସମିତି (ବିଆରଏସ) ନେତା ତଥା ପୂର୍ବତନ ସିଏମ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ. କବିତା କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଦ୍ୱାରା ହୋଇଥିବା ଭାରତ ଯୋଡୋ ଯାତ୍ରା ଏକ ପିଆର ଷ୍ଟଣ୍ଟ ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କବିତା ପୂର୍ବତନ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟାନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ବିବାଦ ସମ୍ପର୍କରେ କହିବା ପାଇଁ ଦାବି କରିଛନ୍ତି। ବିରୋଧୀ ଇଣ୍ଡିଆରେ କଂଗ୍ରେସ ଏବଂ ଡିଏମକେ ସହଯୋଗୀ ଅଟନ୍ତି। କବିତା କହିଛନ୍ତି, ଏହା କୌଣସି ନିର୍ଦ୍ଦିଷ୍ଟ ଦଳର ମତ ବିଷୟରେ ନୁହେଁ। ଏହା କିପରି ଆମ ଦେଶର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଯାଉଛି ଏବଂ ଏହି ନିର୍ଦ୍ଦିଷ୍ଟ ଦଳ (ଡିଏମକେ) ଇଣ୍ଡିଆର ଅଂଶ। ଯାହା ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦ୍ୱାରା ପରିଚାଳିତ, ତେଣୁ ରାହୁଲ ଏହି ପ୍ରସଙ୍ଗର ନୀରବ ନ ରହି ଉତ୍ତର ଦେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ।

ରାହୁଲ ଭାରତ ଯୋଡୋ ଯାତ୍ରା ବିଷୟରେ ବାରମ୍ବାର ଅନେକ ବିବୃତ୍ତି ଜାରି ରଖିଛନ୍ତି, ଯେଉଁଠାରେ ସେ ଦେଶକୁ ଏକଜୁଟ କରିବାକୁ ଚେଷ୍ଟା କରିଆସୁଛନ୍ତି। ସନାତନ ଧର୍ମ ଉପରେ ମନ୍ତବ୍ୟ ଦିଆଯାଇଥିଲା, ଏହା ହିନ୍ଦୁ ଭାବନାକୁ ଆଘାତ ଦେଇଥିଲା। ଏବେ ହିନ୍ଦୀ ଭାଷାଭାଷୀଙ୍କ ଉପରେ ମନ୍ତବ୍ୟ ଦିଆଯାଇଛି। ରାହୁଲ ଚୁପ ନ ରହି ଜବାବ ଦିଅନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

ପୁରୀ ଜିଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ,୩୦ା୧: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri