ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ ନଜର ଆକର୍ଷଣ କରିଛି। କିନ୍ତୁ ଏହାଠାରୁ ଅଧିକ ଆଲୋଚନାରେ ରହିଛି ସେମାନଙ୍କର ଗାଡ଼ି। ଯାହା ଏକ ସାଧାରଣ ଧଳା ରଙ୍ଗର ଟୟୋଟା ଫର୍ଚୁନ। ପ୍ରଧାନମନ୍ତ୍ରୀ ମୋଦି, ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ରେଞ୍ଜ ରୋଭର କିମ୍ୱା ମର୍ସିଡିଜ ବ୍ୟବହାର ନକରି ଏହି ଜାପାନୀ ବ୍ରାଣ୍ଡର ଗାଡ଼ିକୁ ଚୟନ କରିବା କାରଣ ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହା କେବଳ ଲୋଜିଷ୍ଟିକ୍ସ୍ର କାରଣ ନୁହେଁ, ବରଂ ରାଜନୈତିକ ସନ୍ଦେଶ ଓ ଭୂ-ରାଜନୈତିକ ପ୍ରତୀକବାଦର ଏକ ସୂକ୍ଷ୍ମ ଇଙ୍ଗିତ ମଧ୍ୟ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି। ପୁଟିନଙ୍କ ଚାରି ବର୍ଷ ପରେ ପ୍ରଥମ ଭାରତ ଗସ୍ତ କରି ପାଲମ ଏୟାର୍ପୋର୍ଟରେ ପହଞ୍ଚିଥିଲେ। ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ତାଙ୍କୁ ସ୍ୱାଗତ କରି କୁଣ୍ଢେଇ ପକାଇଥିଲେ। ଏହା ପରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ରେସିଡେନ୍ସ ଆଡ଼କୁ ଯାତ୍ରା କରିଥିଲେ କିନ୍ତୁ ଏହି ଯାତ୍ରାରେ ସାଧାରଣ ଆର୍ମର୍ଡ ଆନ୍ୱାନ୍ସ୍ଡ ଏସ୍ୟୁଭିର ବଦଳରେ ଏକ ଧଳା ଟୟୋଟା ଫର୍ଚୁନରରେ ଯାତ୍ରା କରିଥିଲେ।

ସବୁଠାରୁ ବଡ଼କଥା ହେଉଛି ପୁଟିନ ନିଜର ଆର୍ମର୍ଡ ଲିମୁଜିନ (ଆରୁସ ସେନାଟ) ଛାଡ଼ି ମୋଦୀଙ୍କ ସୁରକ୍ଷା ଗାଡ଼ିରେ ଯାତ୍ରା କରିବା ବିଶ୍ୱକୁ ବଡ଼ ସନ୍ଦେଶ ଦେଇଛି। ଏହା ଆଗରୁ ଜି୨୦ ସମ୍ମିଳନୀରେ ସେମାନଙ୍କର ଏକାଠି ଯାତ୍ରାକୁ ମନେ ପକାଉଛି। ଏହା ସହ ଭାରତ-ରୁଷ ସମ୍ପର୍କର ଗଭୀରତାକୁ ପ୍ରଦର୍ଶନ କରୁଛି।ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ କେମିତି ଅସ୍ତ୍ରବିରତି ବୃଦ୍ଧି କରିବାକୁ ବାଧ୍ୟ କରିଥିଲେ ଶେହବାଜ-ମୁନିର, ମନା କରିବା ସତ୍ତ୍ୱେ କିପରି ବଦଳିଲା ମନୋଭାବ, ଜାଣନ୍ତୁ…

ଓ୍ବାଶିଂଟନ୍‌, ୨୨।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଅବଧି ଶେଷ ହେବା ପୂର୍ବରୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

୮୫% ଇଥାନଲ ମିଶା ଇନ୍ଧନରେ ଚାଲିବ କାର୍‌

ନୂଆଦିଲ୍ଲୀ,୨୨ା୪: ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ସହ ପ୍ରଦୂଷଣ କମାଇବା ପାଇଁ ଗତ ଏପ୍ରିଲ ୧ରୁ ଭାରତରେ ଇ୨୦ ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ ଓ…

ସବୁଠୁ ଉତ୍ତପ୍ତ ୨୦ ସହର ମଧ୍ୟରୁ ୧୯ ଭାରତରେ

ନୂଆଦିଲ୍ଲୀ,୨୨ା୪: ଭାରତ ଏବେ ବିଶ୍ୱ ଉତ୍ତାପ ବୃଦ୍ଧିର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ୱର ୨୦ଟି ସବୁଠୁ ଉତ୍ତପ୍ତ ସହର ମଧ୍ୟରୁ ୧୯ଟି ଭାରତରେ ରହିଥିବା ଏକ୍ୟୁଆଇ ପକ୍ଷରୁ ଜାରି…

୨୩% ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୨ା୪: ଆଗାମୀ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତଙ୍କ…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଉନ୍ନୟନ କାମ ଅଭିଯୋଗ

ଲୋଇସିଂହା,୨୨।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହର ପୁନରୁଦ୍ଧାର ଓ ପାଚେରି କାମ ଗତ କିଛି ଦିନ…

ଯୁଦ୍ଧବିରତି ବୃଦ୍ଧି ଘୋଷଣା କଲେ ଟ୍ରମ୍ପ, ମୁନିର-ଶେହବାଜଙ୍କ ଅନୁରୋଧ ପରେ ନେଲେ ଏହି ନିଷ୍ପତ୍ତି

ଓ୍ବାଶିଂଟନ୍‌,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନର ଯୁଦ୍ଧବିରତି ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନର ଅନୁରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri