Posted inଜାତୀୟ

ଧନଖରଙ୍କ ଇସ୍ତଫା ମୋଦିଙ୍କୁ ବଡ଼ ବାର୍ତ୍ତା; ଖୁବ୍‌ଶୀଘ୍ର ବଡ଼ ପରିବର୍ତ୍ତନ ନେଇ…

ନୂଆଦିଲ୍ଲୀ,୨୨।୭: ମୌସୁମୀ ଅଧିବେଶନର ଆରମ୍ଭ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ହଠାତ୍‌ ଇସ୍ତଫାଠାରୁ ଆରମ୍ଭ ହୋଇଛି। ସେ ସୋମବାର ରାତିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏବେ ତାଙ୍କର ଏଭଳି ପଦକ୍ଷେପ ପରେ ସରକାର ସହ ଭାଜପାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। କାରଣ ସେ ଏଭଳି ସମୟରେ ପଦ ଛାଡ଼ିଛନ୍ତି ଯେତେବେଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିବା ଦିଗରେ ଆଗକୁ ବଢ଼ୁଛି।
ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ଭାଜପା ପାଖରେ ୨ କାମ ଆସିଛି। ପ୍ରଥମଟି ହେଉଛି ନୂଆ ଅଧ୍ୟକ୍ଷ ନିର୍ବାଚନ ଏବଂ ଦ୍ୱିତୀୟଟି ଉପରାଷ୍ଟ୍ରପତି ଚୟନ ଯେଉଁଥିରେ ଏନ୍‌ଡିଏ ସରକାରରେ ସାମିଲ ଅନ୍ୟ ଦଳମାନଙ୍କୁ ସାଙ୍ଗରେ ନେଇ ଚାଲିବା ଗୁରୁତ୍ୱପୂର୍ଣ୍ଣ ହେବ।
ଉପରାଷ୍ଟ୍ରପତି ପଦ ପାଇଁ ଭାଜପା ଏଭଳି ପ୍ରାର୍ଥୀ ଖୋଜୁଛି ଯାହାର ସମ୍ବିଧାନିକ ଦାୟିତ୍ୱ ତୁଲାଇବାର ଅନୁଭବ ଏବଂ କ୍ଷମତା ଥିବ। ୨୦୨୯ ପୂର୍ବରୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଭଳି ବଡ଼ ବିଲ୍‌ ଅଣାଯିବାର ସମ୍ଭାବନା ରହିଛି। ଏମିତିରେ ରାଜ୍ୟ ସଭା ଅଧ୍ୟକ୍ଷ ଭୂମିକା ସରକାର ଏବଂ ଭାଜପାର ଭବିଷ୍ୟତର ନୀତି ବିରୋଧରେ ପ୍ରମୁଖ ରହିବ।
ପାର୍ଟି ଅଧ୍ୟକ୍ଷ ପଦ ପାଇଁ ଦଳ ଏଭଳି ପ୍ରାର୍ଥୀ ଖୋଜୁଛି, ଯିଏ ୨୦୨୯ ଲୋକ ସଭା ନିର୍ବାଚନର ଦିଗ ନିଶ୍ଚିତ କରିବାରେ ସହାୟକ ହେବେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଉପଲବ୍ଧିକୁ ଆଗକୁ ବଢ଼ାଇବେ।
ଏଭଳି ସ୍ଥିତିରେ ମନ୍ତ୍ରୀମଣ୍ଡଳ ବିସ୍ତାର ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ହେଲେ ଏହାକୁ ନେଇ ସରକାର ଆଧିକାରୀକ ଭାବେ କିଛି କହିନାହାନ୍ତି। ଏଥିରେ କିଛି ନୂଆ ମୁହଁକୁ ସାମିଲ କରାଯାଇପାରେ। ସେହିଭଳି କିଛି ମନ୍ତ୍ରୀଙ୍କୁ ନୂଆ ପଦବୀ ଦିଆଯାଇପାରେ। ଏଣୁ ସରକାର ଏବଂ ଦଳ ଉଭୟରେ ବଡ଼ ପରିବର୍ତ୍ତନ ହେବ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନିକଟରେ ଆରଏସଏସ୍‌ ମୁଖ୍ୟ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ୭୫ ବର୍ଷ ବୟସକୁ ନେଇ ବଡ଼ ବୟାନ ଦେଇଥିଲେ। ବିରୋଧୀ ଦାବି କରୁଛନ୍ତି ଯେ ଏହା ମୋଦିଙ୍କ ପାଇଁ ବଡ଼ ବାର୍ତ୍ତା। କାରଣ ଧନଖର ମେ’ରେ ୭୪ ବର୍ଷର ହୋଇଥିଲେ।
ଏବେ ଉପରାଷ୍ଟ୍ରପତି ପଦ ଲାଗି ଶୀଘ୍ର ନିର୍ବାଚନ କରାଇବାକୁ ହେବ। ଏହାପରେ ସେ ଆଗାମୀ ୫ ବର୍ଷ ଯାଏ ଏହି ପଦବୀରେ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri