Posted inଜାତୀୟ

କାହିଁକି ବଢୁଛି ଏତେ ତାପମାତ୍ରା, ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ,୧ା୬: ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଦିଲ୍ଲୀ। ତେବେ ଦିଲ୍ଲୀରେ ଏତେ ଗରମ କାହିଁକି ବୋଲି ମନରେ ପ୍ରଶ୍ନ ଉଠୁଛି।

ପାଣିପାଗ ବିଭାଗ ଅନୁଯାୟୀ, ଏହା ପଛରେ ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ସୁଉଚ୍ଚ କୋଠା, ରାସ୍ତା, ପାର୍କିଂ କ୍ଷେତ୍ର ଏବଂ ଫୁଟପାଥ୍‌। ଯେଉଁ ଅଞ୍ଚଳରେ ଅଧିକ ବଡ଼ବଡ଼ ଅଟ୍ଟାଳିକା ଏବଂ ଶୁଖିଲା ଭୂପୃଷ୍ଠ ସଂରଚନା ଅଛି, ସେଠାରେ କମ୍‌ ଛାଇ ଏବଂ ଆର୍ଦ୍ରତା ଅଛି। ଯାହାକି ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ। ଦ୍ୱିତୀୟ କାରଣ ହେଉଛି ଏହିପରି ଭିତ୍ତିଭୂମିରେ ବ୍ୟବହୃତ ସାମଗ୍ରୀ, ଯାହା ତାପମାତ୍ରା ବୃଦ୍ଧିରେ ବହୁତ ସହାୟକ ହୋଇଥାଏ। ବିଶେଷଜ୍ଞମାନେ କହିଛନ୍ତି, ଯଦି ଏକ ଅଞ୍ଚଳରେ ଅଧିକ କଂକ୍ରିଟ କୋଠା, ରାସ୍ତା କିମ୍ବା ଫୁଟ୍‌ପାଥ ଥାଏ ତେବେ ସେଠାରେ ତାପମାତ୍ରା ନିଶ୍ଚିତ ଭାବରେ ଅଧିକ ରହିବ।କାରଣ କଂକ୍ରିଟ ବାୟୁ ଅପେକ୍ଷା ୨୦୦୦ଗୁଣ ଅଧିକ ଉତ୍ତାପ ଗ୍ରହଣ କରିଥାଏ ଏବଂ ତାପମାତ୍ରା ବଢ଼ାଇଥାଏ। ବଡ଼ ଅଟ୍ଟାଳିକା ମଧ୍ୟ ପବନକୁ ରୋକିଥାଏ, ଯାହା ଭୂପୃଷ୍ଠର ତାପମାତ୍ରାକୁ ବଢ଼ାଇଥାଏ।

ତୃତୀୟ କାରଣ ହେଉଛି ସେହି ଅଞ୍ଚଳର ଜନସଂଖ୍ୟା। ଯଦିଓ ଏକ ଅଞ୍ଚଳ ବହୁତ ଘନ ଏବଂ ସେଠାରେ ଜନସଂଖ୍ୟା ଅଧିକ, ସେହି ଅଞ୍ଚଳର ତାପମାତ୍ରା ବି ବଢ଼ିଥାଏ। ଚତୁର୍ଥ କାରଣ ହେଉଛି ଯଦି କୌଣସି ଅଞ୍ଚଳରେ ଅଧିକ ଶପିଂ ମଲ୍‌ ଏବଂ ବାଣିଜି୍ୟକ ବିଲ୍ଡିଂ କମ୍ପ୍ଲେକ୍ସ ଥାଏ, ତେବେ ଏୟାରକଣ୍ଡିଶନର କାରଣରୁ ସ୍ଥାନୀୟ ତାପମାତ୍ରା ଅଧିକ ରହିବ। କାରଣ ବାୟୁମଣ୍ଡଳରେ ଏସି ବହୁ ଉତ୍ତାପ ବିସ୍ତାର କରିଥାଏ। ଉତ୍ତର ଏବଂ ମଧ୍ୟ ଭାରତର ସମସ୍ତ ରାଜ୍ୟ ପ୍ରବଳ ଗରମର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ସେହି ରାଜ୍ୟମାନଙ୍କ ମଧ୍ୟରେ ଅଛି ଯାହା ତାପମାତ୍ରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ।

ବିଶେଷଜ୍ଞମାନେ କହିଛନ୍ତି, ରାଜସ୍ଥାନରୁ ଆସୁଥିବା ଗରମ ପବନର ସମ୍ମୁଖୀନ ହେଉଛି ଦିଲ୍ଲୀର ଉପକଣ୍ଠ। ମୁଙ୍ଗେଶପୁର, ନରେଲା ନଜାଫଗଡ଼ ଇତ୍ୟାଦି ଅଞ୍ଚଳରେ ପ୍ରବଳ ଗରବ ଅନୁଭୂତ ହେଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀର ଆଭ୍ୟନ୍ତରୀଣ ଅଞ୍ଚଳ ତୁଳନାରେ ଏହି ଅଞ୍ଚଳରେ ତାପମାତ୍ରା ସାମାନ୍ୟ ଅଧିକ ହେବା ସ୍ବାଭାବିକ। ମୁଙ୍ଗେଶପୁରର ତାପମାତ୍ରା ଦିଲ୍ଲୀର ଅନ୍ୟ ଅଞ୍ଚଳ ତୁଳନାରେ ଅଧିକ ହେବାର ଏହା ଅନ୍ୟତମ କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଜି ଖୋଲିବ ଏପଷ୍ଟିନ୍‌ ପେଡ଼ି: ଫାଇଲ୍‌ରେ ଟ୍ରମ୍ପ୍‌, ଚିନ୍ତାରେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୧୨(ସିଏନ୍‌ଏନ୍‌/ଏଜେନ୍ସି): ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଅତି ସମ୍ବେଦନଶୀଳ ଦସ୍ତାବିଜ ‘ଏପଷ୍ଟିନ୍‌ ଫାଇଲ୍ସ’ ଖୋଲିବାକୁ ସମୟ ଯେତିକି ପାଖେଇ ଆସୁଛି, ବଡ଼ବଡ଼ିଆଙ୍କ ହୃତ୍‌ସ୍ପନ୍ଦନ ସେତିକି ବଢ଼ିବାରେ...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ, ଜାଣନ୍ତୁ କାରଣ

ଭୁବନେଶ୍ବର,୧୯।୧୨:  ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ବରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନ...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri