ଆଜି ରସଗୋଲା ଦିବସ: ଜାଣନ୍ତୁ କାହିଁକି କରାଯାଏ ପାଳନ

ନୀଳାଦ୍ରି ବିଜେରେ ପ୍ରତିବର୍ଷ ପାଳନ ହୁଏ ରସଗୋଲା ଦିବସ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହି ମାଉସୀ ମା’ ଘର ପାଖରେ ଅଟକି ବାଟରେ ପୋଡ଼ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଫେରିଥିଲେ। ବାହୁଡ଼ା ପରଦିନ ରଥ ଉପରେ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁନାବେଶରେ ଦର୍ଶନ ଦେଇଥିଲେ। ଏହା ପରେ ଶ୍ରୀଜିଉଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ହେଲା ଅଧରପଣା ଏବଂ ଆଜି ହେଉଛି ନୀଳାଦ୍ରି ବିଜେ। ଏହି ନୀଳାଦ୍ରି ବିଜେରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଭୋଗ ହୋଇଥାଏ ରସଗୋଲା। ତେବେ ଆଜିର ଦିନରେ କାହିଁକି ରସଗୋଲା ଭୋଗ ହୁଏ ଜାଣନ୍ତୁ ସେ ସମ୍ପର୍କରେ…

ମହାପ୍ରଭୁଙ୍କ ଉପାସନାରେ ଦୁଇ ପ୍ରକାର ଭୋଗ ବ୍ୟବସ୍ଥା ରହିଛି। ତାହା ହେଲା ସଙ୍କୁଡ଼ି ଓ ନିଃସଙ୍କୁଡ଼ି। ସାଧାରଣତଃ ଅନ୍ନ, ଡାଲି, ବେସର ପ୍ରଭୃତିକୁ ସଙ୍କୁଡ଼ି ଭୋଗ କୁହାଯାଉଥିବା ବେଳେ ନିଃସଙ୍କୁଡ଼ି ଭୋଗ କହିଲେ ପିଠାପଣାକୁ ବୁଝାଯାଏ। ଏହା ମଧ୍ୟ ଦୁଇଭାଗରେ ବିଭକ୍ତ। ପିଷ୍ଟାନ୍ନ ଓ ମିଷ୍ଟାନ୍ନ। ଘିଅ ବ୍ୟବହୃତ ହୋଇ ପ୍ରସ୍ତୁତ ହେଉଥିବା ପିଠାକୁ ପିଷ୍ଟାନ୍ନ ଓ ବିନା ଘିଅରେ ପ୍ରସ୍ତୁତ ଅମୁଣିଆକୁ ମିଷ୍ଟାନ୍ନ କୁହାଯାଏ। ବର୍ଷକୁ ଥରେ ଘିଅ ବ୍ୟବହାର ନ ହୋଇ ଛେନାରେ ପ୍ରସ୍ତୁତ ମିଠା ହେଲା ରସଗୋଲା। ଏହା ଦାରୁଦିଅଁଙ୍କ ନୀତି ସହିତ ସମ୍ପୃକ୍ତ ହୋଇଛି। ଦାରୁଦିଅଁ ଆଡ଼ପମଣ୍ଡପରୁ ଆସି ନୀଳାଦ୍ରି ବିଜେ ଦିନ ଶ୍ରୀମନ୍ଦିରର ଭଣ୍ଡାର ଗୃହ ନିକଟରେ ପହଞ୍ଚତ୍ବା ପରେ ୫ଟି ନୀତି ସମ୍ପନ୍ନ ହୋଇଥାଏ। ପ୍ରଥମେ ଗଇଁଠାଳ ଖୋଲାଯିବା ପରେ ବନ୍ଦାପନା ନୀତି ହୋଇଥାଏ। ତାହାପରେ ଭିତରଚ୍ଛ ମହାପାତ୍ର ଦାରୁଦିଅଁଙ୍କ ପ୍ରତିନିଧି ରୂପେ ସେଠାରେ ଉପସ୍ଥିତ ହୋଇ ରସଗୋଲା ଭୋଗ କରାଇଥାନ୍ତି। ଏହାପରେ ଘଷା ନୀତି ହୋଇ ବିଡ଼ିଆ ମଣୋହି ହୁଏ। ଏହି ପାଞ୍ଚନୀତି ପରେ ଦାରୁଦିଅଁ ରତ୍ନବେଦୀକୁ ବିଜେ କରନ୍ତି।

ପୌରାଣିକ କଥା ଅନୁଯାୟୀ, ରସଗୋଲା ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଭାବରେ ଅର୍ପଣ କରାଯାଇଛି। ବିଶ୍ୱାସ କରାଯାଏ, ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କ ବିନା ଅନୁମତିରେ ୯ ଦିନର ଯାତ୍ରାରେ ଯାଇଥିଲେ। ସ୍ବାମୀ ଏବଂ ତାଙ୍କ ଯାତ୍ରାକୁ ନେଇ ମା’ ଲକ୍ଷ୍ମୀ ରାଗି ମନ୍ଦିରର ପ୍ରବେଶ ଦ୍ୱାରରେ ତାଲା ପକାଇ ଦେଇଥିଲେ ଯେ, ତାଙ୍କ ସ୍ବାମୀ ଯେପରି ଘର ଭିତରକୁ ପ୍ରବେଶ ନ କରନ୍ତି। ତେଣୁ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ଅର୍ପଣ କରିଥିଲେ।

ପ୍ରଭୁ ଜଗନ୍ନାଥଙ୍କ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ ରସଗୋଲା ଦିବସ ସହିତ ଜଡ଼ିତ ରହିଛି। ଯାହାକି ରସଗୋଲାର ଇତିହାସ ଏବଂ ଉତ୍ପତ୍ତି ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri