Posted inଫୁରସତ

କାହିଁକି ପାଳନ କରାଯାଏ ଜାତୀୟ ହସ୍ତତନ୍ତ ଦିବସ, ଜାଣନ୍ତୁ ଏହି ଦିନର ମହତ୍ତ୍ୱ…

ଭାରତର ହସ୍ତତନ୍ତ ବୁଣାକାରମାନେ ଦେଶର ଅର୍ଥନୀତି ଏବଂ ଭାରତୀୟ ସଂସ୍କୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତିବର୍ଷ ଅଗଷ୍ଟ ୭ରେ ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ବା ହସ୍ତତନ୍ତ ଦିବସ ପାଳନ କରାଯାଏ। ଏହି ଅବସରରେ ଆମର ଅତୀତରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱକୁ ସ୍ମରଣ କରିବା ସହ ଏଥିରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଅଧିକ ଶକ୍ତି ଏବଂ ଆୟ ଯୋଗାଇଥାଏ।

National Handloom Day | MyGov.in

ସର୍ବପ୍ରଥମେ ଭାରତରେ ହସ୍ତତନ୍ତ ବୁଣିବାର ଶତାବ୍ଦୀ ପରମ୍ପରାକୁ ମନେ ରଖିବାର ଦିନ। ଦ୍ୱିତୀୟତଃ ଏହା ମଧ୍ୟ ଭାରତୀୟ ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ବୀକାର କରିବା ଏବଂ ବୁଝିବା ପାଇଁ ଏକ ସୁଯୋଗ। କାରଣ ଏହା ଏକ ବିଭାଗ ଯାହାକି ଲକ୍ଷଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ତୃତୀୟରେ ଜାତୀୟ ହ୍ୟାଣ୍ଡଲୁମ ଦିବସର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଫ୍ୟାଶନକୁ ପ୍ରୋତ୍ସାହିତ କରିବା, କାରଣ ପ୍ରାକୃତିକ ତନ୍ତୁ ଏବଂ ପାରମ୍ପାରିକ କୌଶଳ ବ୍ୟବହାର କରି ହ୍ୟାଣ୍ଡଲୁମ ଟେକ୍ସଟାଇଲ୍‌ ଉତ୍ପାଦିତ ହୁଏ। ଯାହାର ସର୍ବନିମ୍ନ ଚାହିଦାର ପ୍ରଭାବ ରହିଥାଏ।

The Handloom week to be taken by the officials on the occasion of National Handloom Day

ଜାତୀୟ ହସ୍ତତନ୍ତ ଦିବସ ଅନୌପଚାରିକ ଭାବେ ୧୯୦୫ରେ ଆରମ୍ଭ ହୋଇଥିଲା। ଏହାକୁ ସ୍ବଦେଶୀ ଆନ୍ଦୋଳନ ମଧ୍ୟ କୁହାଯାଏ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଭାରତୀୟ ଉତ୍ପାଦିତ ସାମଗ୍ରୀ ସପକ୍ଷରେ ବ୍ରିଟିଶ ସାମଗ୍ରୀକୁ ବଏକଟ୍‌ ବା ବ୍ୟାନ୍‌ କରିବା। ସେହିଦିନ ହ୍ୟାଣ୍ଡଲୁମ୍‌ ଟେକ୍ସଟାଇଲ ଏକ ପ୍ରମୁଖ ଉତ୍ପାଦ ଥିଲା ଯାହାକି ଏହି ଆନ୍ଦୋଳନରେ ବହୁ ପ୍ରଚାର କରିଥିଲା ଏବଂ ବହୁ ସଂଖ୍ୟକ ଲୋକ ଏଥିରେ ଯୋଗ ଦେଇଥିଲେ। କିନ୍ତୁ ଭାରତ ସରକାର ଆନୁଷ୍ଠାନିକ ଭାବେ ୭ ଅଗଷ୍ଟ ୨୦୧୫କୁ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବା ନେଇ ସ୍ବୀକୃତି ଦେଇଥିଲେ। ସେବେଠାରୁ ସମଗ୍ର ଭାରତରେ ୭ ଅଗଷ୍ଟରେ ଜାତୀୟ ହ୍ୟାଣ୍ଡଲୁମ ବା ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri