Posted inଜାତୀୟ

କାହିଁକି ଦିଲ୍ଲୀ କଂଗ୍ରେସ ପାଇଁ ପ୍ରଚାର କରୁନାହାନ୍ତି କହ୍ନୈୟା କୁମାର, ଜଣାପଡିଲା ଭିତିରି କଥା!

ନୂଆଦିଲ୍ଲୀ,୧୪।୧: ପୂର୍ବତନ JNU ଛାତ୍ର ସଂଘ ସଭାପତି ଏବଂ କଂଗ୍ରେସ ନେତା କହ୍ନେୟା କୁମାର ଏକ ପ୍ରକାର ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଆଉ ଦିଲ୍ଲୀ ନିର୍ବାଚନ ପ୍ରଚାର ପଡିଆରେ ଦେଖିବାକୁ ମିଳୁନାହିଁ। ଦିଲ୍ଲୀ ଯୁଦ୍ଧରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତା ଅରବିନ୍ଦ କେଜରିୱାଲ ଏବଂ ଭାଜପାକୁ ଲଗାତାର ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି। ହେଲେ କହ୍ନେୟାଙ୍କ ପତ୍ତା ମିଳୁନାହିଁ। କୌଣସି ଦଳୀୟ କାର୍ଯ୍ୟକଳାପରେ ମଧ୍ୟ ସେ ଦେଖାଯା ନାହାନ୍ତି। ଏପରି ପରିସ୍ଥିତିରେ, ରାଜନୀତିରେ କିଛି ବଡ଼ ହଲଚଲ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ଏପରି କି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ଦର୍ଶାଉଛି ଯେ ତାଙ୍କର ଦିଲ୍ଲୀ ନିର୍ବାଚନରେ କୌଣସି ଆଗ୍ରହ ନାହିଁ। ଗତ ଲୋକ ସଭା ର୍ନିବାଚନରେ, କହ୍ନେୟା କୁମାରଙ୍କୁ, କଂଗ୍ରେସ ଉତ୍ତର-ପୂର୍ବ ଦିଲ୍ଲୀରୁ ଭାଜପାର ମନୋଜ ତିୱାରୀଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା। ଏପରି ପରିସ୍ଥିତିରେ, ବଡ଼ ପ୍ରଶ୍ନ ହେଉଛି କହ୍ନୈୟା କୁମାର ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ନିକଟତର ହୋଇଥିବାରୁ ଦିଲ୍ଲୀ ର୍ନିବାଚନରୁ ଦୂରେଇ ଅଛନ୍ତି ନା ରାଜ୍ୟ କଂଗ୍ରେସ କହ୍ନେୟାଙ୍କୁ ଏଥିରୁ ଦୂରେଇ ରଖିଛି?

କହ୍ନୈୟା କୁମାର ନୂଆ ବର୍ଷରୁ ଏପର୍ଯ୍ୟନ୍ତ ଚାରି ଥର ଏକ୍ସରେ ପୋଷ୍ଟ କରିଛନ୍ତି। ନୂଆ ବର୍ଷରେ, ଜାନୁଆରୀ ୩, ୫, ୭ ଏବଂ ୧୨ ତାରିଖରେ ସେ ପୋଷ୍ଟ କରିଥିଲେ, ଯେଉଁଥିରେ ଜାନୁଆରୀ ୩ରେ ସେ BPSC ଛାତ୍ରମାନଙ୍କ ପ୍ରତିବାଦ ବିଷୟରେ ପୋଷ୍ଟ କରିଥିଲେ। ଜାନୁଆରୀ ୫ରେ କହ୍ନୈୟା ତାଙ୍କ ପୋଷ୍ଟରେ ଭାଜପା ନେତା ରମେଶ ବିଧୁରୀଙ୍କ ବୟାନକୁ ସମାଲୋଚନା କରିଥିଲେ। ଜାନୁଆରୀ ୭ରେ ଦିଲ୍ଲୀ ବିଧାନସଭା ର୍ନିବାଚନ ଉପରେ ପୋଷ୍ଟ କରିବା ସମୟରେ ସେ ଲେଖିଥିଲେ, ‘ଭୋଟ ତାରିଖ ଫେବୃଆରୀ ୫, ପରିବର୍ତ୍ତନ ପାଇଁ କଂଗ୍ରେସ ଆବଶ୍ୟକ।’ ଯେତେବେଳେ କି ଜାନୁଆରୀ ୧୨ରେ ସେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଉପରେ ପୋଷ୍ଟ କରିଥିଲେ।

କହ୍ନୈୟାଙ୍କ ସାମ୍ପ୍ରତିକ ବୟାନ ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ଦିଲ୍ଲୀରେ କଂଗ୍ରେସର କାର୍ଯ୍ୟକଳାପରୁ ବହୁତ ଦୂରରେ ଅଛନ୍ତି। ଏପରି ପରିସ୍ଥିତିରେ, ବଡ଼ ପ୍ରଶ୍ନ ହେଉଛି, ସେ ପୂର୍ବାଞ୍ଚଳ ବହୁଳ ଉତ୍ତର-ପୂର୍ବ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ କାହିଁକି ପ୍ରଚାର କରୁନାହାଁନ୍ତି? ସେ କଂଗ୍ରେସରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ଯୋଗୁଁ ପ୍ରଚାରରୁ ନିଜକୁ ଦୂରେଇ ରଖିଛନ୍ତି ନା ସେ କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି?

କହିରଖୁଛୁ କି, କହ୍ନୈୟା କୁମାର ୨୦୧୯ରେ ବିହାରର ବେଗୁସରାଇରୁ ସିପିଆଇ ଟିକେଟରେ ଲୋକ ସଭା ର୍ନିବାଚନ ଲଢ଼ିଥିଲେ କିନ୍ତୁ ଭାଜପା ନେତା ଗିରିରାଜ ସିଂହଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୨୪ ମସିହାରେ ମଧ୍ୟ କନହୈୟା କୁମାର ବେଗୁସରାଇରୁ ର୍ନିବାଚନ ଲଢ଼ିବା ନେଇ ଆଲୋଚନା ହେଉଥିଲା। କିନ୍ତୁ, ଆରଜେଡି ନେତା ତେଜସ୍ବୀ ଯାଦବ ଚାହୁଁ ନଥିଲେ ଯେ କହ୍ନୈୟା ବେଗୁସରାଇରୁ ର୍ନିବାଚନ ଲଢ଼ନ୍ତୁ। ଏପରି ପରିସ୍ଥିତିରେ, ରାହୁଲ ଗାନ୍ଧୀଙ୍କ ସହ ଘନିଷ୍ଠତା ଯୋଗୁଁ କହ୍ନୈୟାଙ୍କୁ ଦିଲ୍ଲୀରୁ ର୍ନିବାଚନ ଲଢ଼ିବାକୁ ବାଧ୍ୟ କରାଯାଇଥିଲା। ତଥାପି, ସେ ଏହି ର୍ନିବାଚନରେ ମଧ୍ୟ ଭାଜପା ଠାରୁ ପରାସ୍ତ ହୋଇଥିଲେ।

୨୦୨୧ରେ କହ୍ନୈୟା କଂଗ୍ରେସରେ ଯୋଗ ଦେଇଥିଲେ। ପରେ ସେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ବହୁତ ସକ୍ରିୟ ଥିଲେ। ବିହାରର ବେଗୁସରାଇର ବାସିନ୍ଦା କହ୍ନୈୟା କୁମାର ଗତ କିଛି ବର୍ଷ ଧରି ଭାରତୀୟ ରାଜନୀତିରେ ନିଜର ପାଦ ରଖିବାକୁ ଚେଷ୍ଟା କରୁଛନ୍ତି। ଏପରି ପରିସ୍ଥିତିରେ, କୁହାଯାଉଛି ଯେ କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ଯୋଗୁଁ ସେ ଦିଲ୍ଲୀ ର୍ନିବାଚନରେ ବହୁ ଦୂରରେ ରହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri