ଇକୋମାର୍କ କାହିଁକି ଜରୁରୀ

ରାତି ପାହିଲେ ଆମେ ବଜାରକୁ ଯାଉଛୁ। ଖାଇବା ଜିନିଷଠାରୁ ପନିପରିବା, ଠାକୁର ପୂଜା ସାମଗ୍ରୀଠାରୁ କପଡ଼ାପତ୍ର, ପାଣି ବଟଲ ହେଉ ବା ହେଲ୍‌ମେଟ୍‌ ଯେକୌଣସି ଜିନିଷ ଆମେ କିଣୁ ଆମକୁ କେବଳ ଏହାର ବାହ୍ୟ ଚାକଚକ୍ୟ କ୍ଷେତ୍ରଟି ଆକର୍ଷିତ କରିଥାଏ। କିନ୍ତୁ ଏହା ଅସଲି କି ନିକଲି? ଏଥିରେ ବିଶୁଦ୍ଧତା ଓ ନିରାପତ୍ତା ଜିନିଷ ସବୁ ଠିକ୍‌ ରହିଛି କି ନାହିଁ ଆମେ ସେ ସମ୍ପର୍କରେ ପ୍ରାୟତଃ ଜାଣିବାକୁ ସେପରି ଇଚ୍ଛାକରି ନ ଥାଉ। ଆମ ନିତିଦିନିଆ ଜୀବନରେ ଅନେକ ଲୋକ ଏହି କାରଣରୁ ଠକିହୋଇଥିବା ଘଟଣା ଆମେ ଶୁଣିବାକୁ ପାଇଥାଉ। ଆମ୍ଭମାନଙ୍କର ସାମାନ୍ୟ ସଚେତନତା ଅଭାବରୁ ଆମେ ଠକି ହେବା ସାର ହୋଇଥାଏ। ଆମେ କିଣୁଥିବା ଉପତ୍ାଦର ଗୁଣମାନ ନେଇ ନିଶ୍ଚିତ ହେବାକୁ ସେଥିରେ ଆଇଏସ୍‌ଆଇ ମାର୍କ ବା ଚିହ୍ନ ଅଛି ନା ନାହିଁ ପରଖୁ। ଠିକ୍‌ ସେମିତି ଆଜିକାଲି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ବେଳେ ଉପତ୍ାଦଟି କେତେ ଷ୍ଟାର ମାନ୍ୟତା ପାଇଛି ତାହା ଦେଖିବାକୁ ଭୁଲୁନାହୁଁ। ବର୍ତ୍ତମାନ ଉପତ୍ାଦ ଖରିଦ କରିବା ବେଳେ ଖାଉଟିମାନଙ୍କୁ ଦେଖିବାକୁ ପଡ଼ିବ ତାହା ପରିବେଶ ଅନୁକୂଳ କି ନୁହେଁ। ଆଉ ଏହା ସୂଚାଇଦେବ ଇକୋଲେବୁଲ ବା ଇକୋମାର୍କ। ପ୍ରସ୍ତୁତିରୁ ଅଚଳ ବା ନଷ୍ଟହେବା ପର୍ଯ୍ୟନ୍ତ ପରିବେଶ ଉପରେ ଅତି କମ୍‌ କୁପ୍ରଭାବ ପକାଉଥିବା ଯେକୌଣସି ସାମଗ୍ରୀ ବା ଉପତ୍ାଦ ଚିହ୍ନଟକରିବା ଲାଗି ଇକୋମାର୍କ ମଞ୍ଜୁର କରାଯାଇଥାଏ।
ଅନ୍ୟାନ୍ୟ ଦେଶର ସରକାରଙ୍କ ଭଳି ପରିବେଶର କ୍ଷତି କରୁ ନ ଥିବା ସାମଗ୍ରୀଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାର ମଧ୍ୟ ଖାଦ୍ୟ, ପ୍ରସାଧନ ସାମଗ୍ରୀ , ସାବୁନ, ଡିଟରଜେଣ୍ଟ ଓ ରଙ୍ଗ ଆଦି ଉପତ୍ାଦରେ ଇକୋମାର୍କ ଲେବୁଲ ଲଗାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିସ୍ତାରିତ ନିୟମାବଳୀ (ଇକୋ ମାର୍କ ରୁଲ୍ସ୨୦୨୫) ପ୍ରକାଶ କରିଛି। ଉପତ୍ାଦ ଉପରେ ଇକୋମାର୍କ ସଙ୍କେତ ରହିଲେ ଖାଉଟି କିଣୁଥିବା ଉପତ୍ାଦ ସମ୍ବନ୍ଧରେ ସବିଶେଷ ସୂଚନା ପାଇପାରିବେ। ସରକାରୀ ଭାବେ ଇକୋ ମାର୍କ ରୁଲ୍ସ ଭଙ୍ଗକାରୀଙ୍କ ବିରୋଧରେ ବ୍ୟାପକ ଓ କଠୋର କଡ଼ା ଆଇନର ବ୍ୟବସ୍ଥା ମଧ୍ୟ ରହିଛି। ଏଠାରେ ସୂଚାଇ ଦିଆଯାଇପାରେ, ୨୦୨୧ରେ ସୁପ୍ରିମକୋର୍ଟଙ୍କ ଏକ ଚାରିଜଣିଆ ଡିଭିଜନ ବେଞ୍ଚ ଏ ପ୍ରସଙ୍ଗରେ ଇକୋ ମାର୍କର ସାଧୁତା, ସ୍ପଷ୍ଟତା ସମ୍ପର୍କରେ ଖାଉଟିମାନଙ୍କୁ ବ୍ୟାପକଭାବେ ତଥ୍ୟ ଭିିତ୍ତିକ ସୂଚନା ଦେବା ସମ୍ପର୍କରେ ବ୍ୟାପକ ନିର୍ଦ୍ଦେଶାବଳୀ ଜାରି କରିଥିଲେ।
ପରିବେଶ ଉପରେ ଅପେକ୍ଷାକୃତ କମ୍‌ ପ୍ରତିକୂଳ ପ୍ରଭାବ ପକାଉଥିବା ଉପତ୍ାଦର ଚାହିଦା ବୃଦ୍ଧି କରିବା ହେଉଛି ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ। ଉକ୍ତ ବ୍ୟବସ୍ଥା ସ୍ବଳ୍ପ ଶକ୍ତି ଉପଯୋଗ, ସମ୍ବଳର ସୁବିନିଯୋଗ, ସଂରକ୍ଷଣ, ଉପତ୍ାଦର ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣ ଇତ୍ୟାଦି ପ୍ରୋତ୍ସାହିତ କରେ। ଏହାଛଡ଼ା କୌଣସି ଉପତ୍ାଦ ପରିବେଶ ପାଇଁ କ୍ଷତିକାରକ ବୋଲି ହେଉଥିବା ଅପପ୍ରଚାର ବା ବିଭ୍ରାନ୍ତିକର ଦାବି ପ୍ରତିହତ କରିବାରେ ମଧ୍ୟ ଏହି ବ୍ୟବସ୍ଥା ସହାୟକ ହେବ। ଇକୋମାର୍କ ପାଇବା ଲାଗି ଯୋଗ୍ୟ ବିବେଚିତ ହେବାକୁ ଯେକୌଣସି ଉପତ୍ାଦ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାଡର୍‌ସରୁ ଲାଇସେନ୍ସ ବା ସୁନିଶ୍ଚିତତା ପ୍ରମାଣପତ୍ର କରିଥିବା ବାଞ୍ଛନୀୟ। ଇକୋମାର୍କ ମଞ୍ଜୁରି ହାସଲ କରିବା ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ବର୍ଜ୍ୟ ସାମଗ୍ରୀ ଯଥାସମ୍ଭବ କମ୍‌ ବା ହଟାଇବା ସହ ଏହି ଉପତ୍ାଦ ବାଷ୍ପ ଉତ୍ତାପ ଓ ଆଲୋକ ଇତ୍ୟାଦି ନିର୍ଗମନ ନ କରି ପ୍ରଦୂଷଣ ହ୍ରାସ କରୁଥିବ। ଏହି ଉପତ୍ାଦ ପୁନଃ ବ୍ୟବହାର ଉପଯୋଗୀ ହୋଇପାରୁଥିବ ଅଥବା ପୁନଃ ବ୍ୟବହାର ଉପଯୋଗୀ ସାମଗ୍ରୀରୁ ନିର୍ମିତ ହୋଇଥିବ। ସେହିପରି ଏ ଉପତ୍ାଦ ଅଣ-ଅକ୍ଷୟ ଶକ୍ତି ସମ୍ବଳ ଓ ପ୍ରାକୃତିକ ସମ୍ବଳ ସମେତ ଅଣ-ଅକ୍ଷୟ ସମ୍ବଳ ଉପରେ ନିର୍ଭରଶୀଳତା ହ୍ରାସ କରୁଥିବ ା
ଏହା ମଧ୍ୟ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ବ୍ୟବହାର ହ୍ରାସ କରାଉଥିବ। ଏହା ବ୍ୟତିରେକ, ଉପତ୍ାଦନ ପ୍ରକ୍ରିୟା, ପ୍ରାକୃତିକ ସମ୍ବଳ ବ୍ୟବହାର, ପରିବେଶୀୟ ପ୍ରଭାବ, ବର୍ଜ୍ୟ ନିର୍ଗମନ, ଉପତ୍ାଦ ବିନଷ୍ଟ ଓ ପ୍ୟାକେଜିଂ ଆଦି କଥା ବି ବିଚାରକୁ ନିଆଯିବ। ସେଣ୍ଟ୍ର୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ଜରିଆରେ କମ୍ପାନୀଗୁଡ଼ିକ ଇକୋମାର୍କ ପାଇଁ ଆବେଦନ କରିପାରିବେ। ଦରଖାସ୍ତ ପାଇବା ପରେ ବୋର୍ଡ ନିଜେ ବା କାହା ଦ୍ୱାରା ଉପତ୍ାଦ ଯାଞ୍ଚ କରାଇବ। ସବୁ ଠିକ୍‌ଠାକ୍‌ ଥିଲେ ଇକୋମାର୍କ ମିଳିବ ଏବଂ ତାହା ୩ବର୍ଷ ପାଇଁ ବୈଧ ରହିବ।
ଇକୋମାର୍କ ମଞ୍ଜୁରି ପାଇଁ ରଙ୍ଗ, ପ୍ରସାଧନ ସାମଗ୍ରୀ, ବ୍ୟାଟେରି, ଖାଇବା ତେଲ, ଚା, କଫି, ଡିଟରଜେଣ୍ଟ ଓ କାଗଜ ସମେତ ୧୭ଟି ବର୍ଗର ଉପତ୍ାଦ ନିମନ୍ତେ ଯୋଗ୍ୟତା ନିରୂପଣ କରାଯାଇଛି। ସେଗୁଡ଼ିକ ହେଉଛି ଦେହଲଗା ପାଉଡର, ଦାନ୍ତଘଷା ପାଉଡର ଓ ପେଷ୍ଟ, ସ୍କିନ୍‌ କ୍ରିମ୍‌, କେଶତୈଳ, ଶାମ୍ପୁ, ଗାଧୁଆ ସାବୁନ, ହେୟାର କ୍ରିମ୍‌, ନେଲ୍‌ ପଲିସି, ଆପ୍ଟରସେଭ୍‌ ଲୋଶନ, ସେଭିଂ କ୍ରିମ୍‌, କସ୍‌ମେଟିକ ପେନ୍‌ସିଲ, ଲିପ୍‌ଷ୍ଟିକ୍‌ ଭଳି ପ୍ରସାଧନ ସାମଗ୍ରୀ। ସେହିପରି ଟେଲିଭିଜନ, ଫ୍ରିଜ୍‌, ଫୁଡ୍‌ ମିକ୍ସର, ଗିଜର, ଇଲେକ୍ଟ୍ରିକାଲ/ଷ୍ଟିମ୍‌ ଆଇରନ, ଟୋଷ୍ଟର, କୁଲର ଓ ବୟନ ଉପତ୍ାଦ ବା ବସ୍ତ୍ର ଆଦି ଉପତ୍ାଦ ପାଇଁ ବି ଇକୋମାର୍କ ମଞ୍ଜୁର କରାଯାଉଛି। ଇକୋମାର୍କ ବ୍ୟବସ୍ଥା ଦ୍ୱାରା ଉପତ୍ାଦ ସାମଗ୍ରୀଟି କେତେ ମାତ୍ରାରେ ସୁରକ୍ଷିତ ଏବଂ ଏହାର କ୍ୱାଲିଟି ବା ଗୁଣବତ୍ତା ସମ୍ପର୍କରେ ବିଶେଷ ଭାବେ ସୂଚିତ ହୋଇଥାଏ। ବଜାରରେ ଅନେକ ସାମଗ୍ରୀ ବିନା ଇକୋମାର୍କ ଦ୍ୱାରା ବିକ୍ରି ଅର୍ଥ ଏହା ପ୍ରଥମତଃ ଅପମିଶ୍ରଣର ସମ୍ଭାବନା ଏବଂ ଦ୍ୱିତୀୟତଃ ବଜାର ଜାଲିଆତି ସହ ଏମାନେ ଆୟକର ବିଭାଗ ଓ ସରକାରୀ ବ୍ୟବସ୍ଥାଠାରୁ ଦୂରେଇ ଏକ ପ୍ରକାର ଗୋପନୀୟ କାରବାର କରିଥାନ୍ତି। ତେଣୁ ଇକୋମାର୍କ ବ୍ୟବସ୍ଥା ଦ୍ୱାରା ଖାଉଟି ସୁରକ୍ଷିତ ରହିବା ସହ ସରକାରଙ୍କ ଦୃଷ୍ଟି ଏହି ବ୍ୟବସ୍ଥା ଉପରେ ରହିଥାଏ।
ମୋ: ୭୯୭୮୭୯୬୬୩୩


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri