Posted inଫୁରସତ

କାହିଁକି କେବେ ମିଳେନା ଚୋରି ହୋଇଥିବା ସ୍ମାର୍ଟ ଫୋନ? କୁଆଡେ ଯାଏ ଏହି ଫୋନ ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ-ଏନସିଆର ହେଉ କିମ୍ବା ଅନ୍ୟ କୌଣସି ସହର, ସ୍ମାର୍ଟଫୋନ ଚୋରି ହେବାର ଘଟଣା ବହୁତ ଘଟିଥାଏ। କେବଳ ଭାରତରେ ନୁହେଁ, ଲଣ୍ଡନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଲୋକମାନେ ଏହା ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଚୋରମାନେ ଏହି ଚୋରି ଫେଶନକୁ ବିକ୍ରି କରିପାରିବେ ନାହିଁ କାରଣ ଅନେକ ଉପାୟ ଅଛି ଯାହା ମାଧ୍ୟମରେ ଚୋରକୁ ସହଜରେ ଧରିହେବ। ତେବେ ଚୋରି ହୋଇଥିବା ଫୋନ କୁଆଡେ ଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ହାତରୁ ଛଡ଼ାଯାଇଥିବା ଫୋନ କିଛି ଦିନ ମଧ୍ୟରେ ଚାଇନାରେ ପହଞ୍ଚି ଯାଏ। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା ସତ ଅଟେ । ପୁରା ଘଟଣା ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ।
ଡେଲି ମେଲର ରିପୋର୍ଟ ଅନୁଯାୟୀ ଚାଇନାରେ ଏହାର ଏକ ବଡ ବ୍ୟବସାୟ ରହିଛି। ସେମାନଙ୍କର ଦଲାଲମାନେ ସମଗ୍ର ବିଶ୍ୱରେ ବ୍ୟାପିଛନ୍ତି । ଫୋନ ଚୋରି ହେବା ମାତ୍ରେ ଏହାକୁ ସୁଇଚ ଅଫ ରଖାଯାଏ । ତା’ପରେ କିଛି ଘଣ୍ଟା ମଧ୍ୟରେ ଏହା ଦଲାଲକୁ ଦିଆଯାଏ। ଯେତେବେଳେ ଦଲାଲ ପାଖରେ ପ୍ରାୟ ୧୦୦ ଟି ଫୋନ ଥାଏ, ସେଗୁଡିକ ସମୁଦ୍ର ମାର୍ଗ ଦେଇ ଚାଇନାକୁ ପଠାଯାଏ।

ଲଣ୍ଡନରେ ଚୋରି ହୋଇଥିବା ଫୋନ ସମୁଦ୍ର ପଥ ଦେଇ ଚାଇନାରେ ପହଞ୍ଚେ। ୪୦୦୦ରୁ ଅଧିକ ଆପଲ ଆଇଫୋନ ଉପରେ ଗବେଷଣା ପରେ ଲଣ୍ଡନ ପୋଲିସ ଏହା ପ୍ରକାଶ କରିଛି। ବିଶେଷ କଥା ହେଉଛି ଏହି ଫୋନଗୁଡିକର ୭୦ ପ୍ରତିଶତ ଏପରି ଥିଲା ଯେ ସେଗୁଡ଼ିକରେ ସ୍କ୍ରିନ ଲକ ଇନଷ୍ଟଲ କରାଯାଇଥିଲା । ଯେତେବେଳେ ଆପଲ ଏହା ବିଷୟରେ ଜାଣିଲା, ସେମାନେ ଏହାକୁ ନେଟୱାର୍କ ସହିତ ସଂଯୋଗ କରିବାକୁ ଚେଷ୍ଟା କଲେ। ପ୍ରକାଶ ଯେ, ଚୋରି ହୋଇଥିବା ଫୋନର ୮୦ ପ୍ରତିଶତ ବିଦେଶକୁ ପଠାଯାଇଛି। ସେଥିମଧ୍ୟରୁ ୨୮% ଫୋନ ଆଲଜେରିଆରେ, ୨୦% ଚାଇନାରେ ଏବଂ ୭% ହଂକଂରେ ମିଳିଥିଲା। ପାକିସ୍ତାନରେ ୩ପ୍ରତିଶତ ଫୋନ ମଧ୍ୟ ସଂଯୋଗ ହୋଇଥିଲା।
ଚାଇନାର ଶେନଜେନ ସହର ଏକଦା ହଂକଂର ଉତ୍ତରରେ ଏକ ମତ୍ସ୍ୟଜୀବୀ ଗ୍ରାମ ଥିଲା। ଆଜିକାଲି ଏହା ଚୋରି ହୋଇଥିବା ଫୋନର ଆଡ୍ଡା ସ୍ଥଳ ପାଲଟି ଯାଇଛି। ଚାଇନା ଏହାକୁ ସିଲିକନ ଭ୍ୟାଲି ବୋଲି କହୁଛି, କିନ୍ତୁ ସେକେଣ୍ଡ ହ୍ୟାଣ୍ଡ ଫୋନ ପାଇଁ ଏହା ବିଶ୍ୱର ସର୍ବବୃହତ ବଜାର। ଏଠାରେ କୌଣସି ନିୟମ ନାହିଁ।

-ଏଠାରେ ଏପରି ବିଶେଷଜ୍ଞ ଅଛନ୍ତି ଯେଉଁମାନେ ଫୋନ ପହଞ୍ଚିବା ମାତ୍ରେ ଫୋନକୁ ଅନଲକ କରନ୍ତି। ସେମାନେ ତୁରନ୍ତ ଏହାକୁ ଫ୍ୟାକ୍ଟ୍ରି ସେଟିଙ୍ଗକୁ ଫେରାଇ ଆଣି ସେକେଣ୍ଡ ହ୍ୟାଣ୍ଡରେ ବିକ୍ରି କରନ୍ତି। ଯଦି ପୁରା ଫୋନ ବିକ୍ରି ହୋଇପାରିବ ନାହିଁ, ତେବେ ଏହା ଭାଙ୍ଗି ଦିଆଯାଏ। ତା’ପରେ ଏହାର ସ୍କ୍ରିନ, ମଦରବୋର୍ଡ ଏବଂ ସ୍ପିକରଗୁଡିକ ପୃଥକ ଭାବରେ ବିକ୍ରି ହୁଏ। ଅନେକ ଥର ଏହା ଏକ ନୂଆ ହ୍ୟାଣ୍ଡସେଟରେ ଫିଟ ହୋଇ ବିକ୍ରି ହୁଏ।
– ଅନେକ ଥର ଏହା ଅପରାଧୀଙ୍କୁ ବିକ୍ରି ହୁଏ। ସେମାନେ ତଥ୍ୟ ଚୋରି କରି କଲ ସେଣ୍ଟରକୁ ବିକ୍ରି କରନ୍ତି। ସେଠାରୁ ଆପଣଙ୍କ ସମ୍ପର୍କୀୟମାନେ ଫୋନ କଲ ଦ୍ୱାରା ହଇରାଣ ହେଉଛନ୍ତି । ଅନେକ ଥର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଚୋରି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri