ଏଥିପାଇଁ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ ସରୋଜ ଖାନ୍‌

ବମ୍ବେ: ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ୍‌ଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ୨୦୦ରୁ ଅଧିକ ଫିଲ୍ମରେ ସେ କୋରିଓଗ୍ରାଫି କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସମସ୍ତ କଳାକାର ସରୋଜଙ୍କ ସହ ସ୍ମୃତିକୁ ମନେପକାଉଥିବା ଦେଖାଯାଉଛି।

୧୯୪୮ ନଭେମ୍ବର ୨୨ ତାରିଖରେ ଜନ୍ମିତ ସରୋଜ କିଶନଚନ୍ଦ ସାନ୍ଧୁ ସିଂହ ଏବଂ ନୋନି ସାନ୍ଧୁ ସିଂହଙ୍କ କନ୍ୟା। ଜନ୍ମ ବେଳେ ତାଙ୍କ ନାମ ଥିଲା ନିର୍ମଳା। ହେଲେ ପରବର୍ତ୍ତୀ ସମୟରେ ନାମ ବଦଳାଇ ସରୋଜ ଖାନ୍‌ ରଖିଥିଲେ। ଦେଶ ବିଭାଜନ ସମୟରେ ତାଙ୍କ ପରିବାର ଭାରତ ଆସିଥିଲେ। ସେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୧୯୫୦ ମସିହାରେ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ।

ମାତ୍ର ୧୩ ବର୍ଷ ବୟସରେ ସରୋଜ ସୋହନଲାଲଙ୍କୁ ବିବାହ କରିଥିଲେ। ତାଙ୍କଠାରୁ ସରୋଜ ନୃତ୍ୟ ଶିକ୍ଷା କରିଥିଲେ। ଏହାପରେ ସେ କୋରିଓଗ୍ରାଫି ଜଗତରେ ପାଦ ଥାପିଥିଲେ। ପ୍ରଥମେ ଆସିଷ୍ଟାଣ୍ଟ କୋରିଓଗ୍ରାଫର ରହିଥିଲେ। ପରେ ୧୯୭୪ରେ ଗୀତା ମେରା ନାମରୁ କୋରିଓଗ୍ରାଫର ହୋଇଥିଲେ।

ସ୍ବାମୀ ସୋହନଲାଲ ପୂର୍ବରୁ ବିବାହିତ ଥିବା ସରୋଜ ଜାଣି ନ ଥିଲେ। ବିବାହ ପରେ ତାଙ୍କର ଏକ ପୁଅ ରାଜୁ ଜନ୍ମ ହୋଇଥିଲା। ଏହାପରେ ସେ ସ୍ବାମୀଙ୍କ ବିବାହ ବିଷୟରେ ଜାଣିବାକୁ ପାଇଥିଲେ। ପରେ ସୋହନଲାଲ ତାଙ୍କ ପୁଅଙ୍କୁ ଆପଣାଇବାକୁ ମନା କରିଥିଲେ। ଶେଷରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା।

ପରେ ସରୋଜ ବ୍ୟବସାୟୀ ସରଦାର ରୋଶନ ଖାନଙ୍କୁ ବିବାହ କରିଥିଲେ। ଏସବୁ ମଧ୍ୟରେ ସରୋଜ ନିଜ ଇଚ୍ଛା ଅନୁସାରେ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ଧର୍ମ ପାଳନ କରୁଥିଲେ।

ଶ୍ରୀଦେବୀ ଅଭିନୀତ ଫିଲ୍ମ ମିଷ୍ଟର ଇଣ୍ଡିଆର ଗୀତ ହବା ହବାଇରୁ ତାଙ୍କୁ ଖ୍ୟାତି ମିଳିଥିଲା। ଏହାପରେ ସେ ପଛକୁ ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri