Posted inଫୁରସତ

ଗଙ୍ଗାପାଣି ପିଇଲେ କାହିଁକି ହୁଏ ରୋଗନାଶ…

ନୂଆଦିଲ୍ଲୀ, ୧୪।୭: ଗଙ୍ଗାନଦୀ ଜଳରେ ରୋଗ ନାଶକାରୀ ଏକ ପ୍ରକାର ଭୂତାଣୁ ରହିଛନ୍ତି। ଏହି ଭୂତାଣୁ ଦ୍ୱାରା ଗଙ୍ଗାନଦୀ ଜଳର ଔଷଧୀୟ ଗୁଣ ବଜାୟ ରହିଥିବା ଗବେଷକ କହିଥାନ୍ତି। ୧୩୦ ବର୍ଷ ତଳେ ୧୮୯୦ରେ ବ୍ରିଟିଶ୍‌ ବୈଜ୍ଞାନିକ ଅର୍ନେଷ୍ଟ୍‌ ହେକି୍ନନ୍‌ ଗଙ୍ଗାନଦୀ ଜଳରେ ରହିଥିବା ଏହି ଚମତ୍କାରୀ ଭୂତାଣୁ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଏଥିରେ ଦର୍ଶାଯାଇଥିଲା ଯେ, ଏହି ଭୂତାଣୁ ସହଜରେ ପଚାସଢ଼ା ପଦାର୍ଥକୁ ନଷ୍ଟ କରିଦେଇଥାଏ। ରିପୋର୍ଟରେ ଦର୍ଶାଯାଇଥିଲା ୟୁରୋପରେ ବହୁ ଲୋକ ଦୂଷିତ ପାଣି ପିଇବା ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଥାନ୍ତି। ଏପରିସ୍ଥଳେ ଗଙ୍ଗାନଦୀ କୂଳରେ ବାସ କରୁଥିବା ଲୋକେ ଗଙ୍ଗାନଦୀ ପାଣି ପିଇଲେ ମଧ୍ୟ ସେମାନଙ୍କର କୌଣସି କ୍ଷତି ହୋଇ ନ ଥାଏ। ପରବର୍ତ୍ତୀ ସମୟରେ ହେକି୍ନନ୍‌ଙ୍କ ଗବେଷଣା ରିପୋର୍ଟ ଉପରେ ୨୦ବର୍ଷ ପରେ ଫ୍ରାନ୍ସ୍‌ର ବୈଜ୍ଞାନିକ ମାନେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ। ଜଣାପଡ଼ିଥିଲା ଗଙ୍ଗାନଦୀ ଜଳରେ ଥିବା ଭୂତାଣୁ ହଇଜା ଭଳି ମହାମାରୀକୁ ରୋକିବାରେ ସଫଳ ହୋଇଥାଏ। ଏହି ଭୂତାଣୁ ଯୋଗୁ ଗଙ୍ଗାପାଣି ପିଉଥିବା ଏବଂ ପ୍ରତିଦିନ ଏଥିରେ ଗାଧୋଉଥିବା ଲୋକ ସୁସ୍ଥ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜରୁରୀକାଳୀନକର୍ମୀ ପ୍ରଦାନ କଲେ ବ୍ୟାଚ୍‌

ବର୍କଶାୟର,୧।୨: ଜଣେ ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜଣ ଜରୁରୀକାଳୀନକର୍ମୀ ନିଜର ବ୍ୟାଚ୍‌ ପ୍ରଦାନ କରିଛନ୍ତି। ଆମେରିକାର ପୋଲିସକର୍ମୀ ପି.ସି.ଏଣ୍ଡୁ ହାର୍ପର ଡ୍ୟୁଟିରେ...

ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା

ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ...

କଣ୍ଟାଳିଆ ଫଳରୁ ପ୍ରସ୍ତୁତ ଆଣ୍ଟି ବ୍ୟାକ୍ଟେରିଆଲ ବ୍ୟାଣ୍ଡେଜ୍‌, ନିମିଷକରେ ଭଲ ହେବ ଏସବୁ

ସିଙ୍ଗାପୁର,୨୭।୩: ସିଙ୍ଗାପୁରର ବୈଜ୍ଞାନିକମାନେ ପଣସ ପରି ଦେଖାଯାଉଥିବା ଏକ କଣ୍ଟାଳିଆ ଫଳରୁ ଆଣ୍ଟି ବ୍ୟାକ୍ଟେରିଆଲ ଜେଲ୍‌ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଣ୍ଡେଜ ଲଗାଇଲେ ବ୍ୟାକ୍ଟେରିଆଲ...

ପ୍ରାଣୀଙ୍କୁ ଭଲ ପାଉଥିବାରୁ…

ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଜୀବଜନ୍ତୁଙ୍କୁ ଭଲପାଆନ୍ତି। ସେମାନଙ୍କର ସେବା ବି କରନ୍ତି। ତେବେ ଆମେ ଏଠାରେ ଯେଉଁ ବ୍ୟକ୍ତିମାନଙ୍କ କଥା କହୁଛୁ, ସେମାନେ...

କୁମ୍ଭୀର ପାଟିରୁ ଖାଦ୍ୟ ଛଡାଇନେଲା ବାଘ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ...

ମାଟି ପାଇଁ ପଦେ

ମାଟି, ଯେଉଁଠୁ ଜୀବନ ଜିଇଁବାର ଅଧ୍ୟାୟ ଆରମ୍ଭ, ଯାହା ଉପରେ ମଣିଷ ନିଜ ମୌଳିକ ଆବଶ୍ୟକତାକୁ ପୂରଣ ପାଇଁ ନିରନ୍ତର ଜାରି ରଖେ ସଂଘର୍ଷ। ଆରମ୍ଭରୁ...

ବ୍ୟକ୍ତିତ୍ୱ: ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ନନ୍ଦଲାଲ ବୋଷ

ଭାରତୀୟ ମଡର୍ନ ଆର୍ଟ କଥା ଉଠିଲେ ସର୍ବପ୍ରଥମେ ଗୋଟିଏ ଚେହେରା ଆଖି ସାମ୍ନାକୁ ଚାଲିଆସେ। ଆଉ ସେ ହେଉଛନ୍ତି, ନନ୍ଦଲାଲ୍‌ ବୋଷ। କୁହାଯାଏ, ଭାରତୀୟ ସଂସ୍କୃତିକୁ...

Advertisement
Archives

Model This Week