ଭୁବନେଶ୍ୱର,୧୧।୪: କାଳବୈଶାଖୀ, ଯାହାକୁ ସ୍ଥାନୀୟ ଭାବେ “ନର୍ୱେଷ୍ଟର” ମଧ୍ୟ କୁହାଯାଏ। ଏହା ଏକ ପ୍ରକାରର ବର୍ଷା ଓ ଝଡ଼ତୋଫାନ ଯାହା ଓଡ଼ିଶା ସମେତ ପୂର୍ବ ଭାରତର ଅନ୍ୟାନ୍ୟ ରାଜ୍ୟମାନଙ୍କରେ, ବିଶେଷତଃ ବୈଶାଖ ଓ ଜ୍ୟେଷ୍ଠ ମାସରେ (ଏପ୍ରିଲ-ମେ) ଦେଖାଯାଏ। ଏହାର ନାମ “କାଳବୈଶାଖୀ” ରଖାଯାଇଛି କାରଣ ଏହା ସାଧାରଣତଃ ବୈଶାଖ ମାସରେ ଘଟେ ଓ ଏହାର ପ୍ରଚଣ୍ଡତା ଯୋଗୁଁ “କାଳ” ବା ବିନାଶକାରୀ ଭାବେ ବର୍ଣ୍ଣନା କରାଯାଏ। କାଳବୈଶାଖୀ ବର୍ଷା ଏକ ପ୍ରାକୃତିକ ଘଟଣା, ଯାହା ମୁଖ୍ୟତଃ ପୂର୍ବ ଭାରତ, ବିଶେଷକରି ଓ ପଶ୍ଚିମବଙ୍ଗ, ବିହାର ଏବଂ ଝାଡଖଣ୍ଡ ଭଳି ରାଜ୍ୟଗୁ ପ୍ରାୟ ଗ୍ରୀଷ୍ମ ଋତୁରେ (ଏପ୍ରିଲ-ମେ ମାସ) ଦେଖାଯାଏ।
କାଳବୈଶାଖୀର କାରଣ:
ବୈଶାଖ ମାସ ସମୟରେ ଓଡ଼ିଶାର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇଥାଏ। ଏହି ଉଷ୍ଣ ବାୟୁ ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ସହିତ ମିଶି ଅସ୍ଥିର କାଳବୈଶାଖି ସ୍ଥିତି ସୃଷ୍ଟି କରେ। ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଶୀତଳ ଓ ଶୁଷ୍କ ବାୟୁ ଓଡ଼ିଶାର ଉଷ୍ଣ ଓ ଆର୍ଦ୍ର ବାୟୁ ସହିତ ମିଶି ଏକ ଚାପ ଅଞ୍ଚଳ (Low Pressure Zone) ସୃଷ୍ଟି କରେ। ଏହା ତୀବ୍ର ଝଡ଼ତୋଫାନ ଓ ବର୍ଷାର ସମ୍ଭାବନା ବଢ଼ାଇଥାଏ।
ଓଡ଼ିଶା ବଙ୍ଗୋପସାଗର କୂଳରେ ଅବସ୍ଥିତ। ଏହି ସମୁଦ୍ରରୁ ଆସୁଥିବା ଆର୍ଦ୍ରତାଯୁକ୍ତ ବାୟୁ କାଳବୈଶାଖୀ ଝଡ଼ରେ ବର୍ଷା ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। କାଳବୈଶାଖୀ ସାଧାରଣତଃ ଅତ୍ୟଧିକ ବେଗରେ ବହୁଥିବା ପବନ ସହିତ ଆସେ, ଯାହା ଘଣ୍ଟାପ୍ରତି 50-100 କିଲୋମିଟର ବେଗରେ ପ୍ରବାହିତ ହୋଇପାରେ।