Posted inଫୁରସତ

ଅଫିସରେ କାହିଁକି ସହକର୍ମୀଙ୍କ ପ୍ରେମରେ ପଡ଼ନ୍ତି ଲୋକେ, କାରଣ କହିଲେ ବିଶେଷଜ୍ଞ

ଅଫିସରେ ଏକାଠି କାମ କରୁଥିବା ଲୋକଙ୍କ ସହିତ ବନ୍ଧୁତା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ସହକର୍ମୀଙ୍କ ପ୍ରେମରେ ପଡ଼ିଯାନ୍ତି ଲୋକେ। ଏପରିକି ସେମାନଙ୍କ ସହିତ ଜୀବନ ବିତାଇବାକୁ ସ୍ବପ୍ନ ଦେଖିବା ଆରମ୍ଭ କରନ୍ତି।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର କାରଣ ବହୁତ ବୈଜ୍ଞାନିକ ଅଟେ। କାର୍ଯ୍ୟ କରିବା ବେଳେ ଆପଣ ଅଧିକାଂଶ ସମୟ ଅଫିସରେ ବିତାଇଥା’ନ୍ତି। ଫଳରେ ସହକର୍ମୀଙ୍କ ସହିତ ସର୍ବାଧିକ ସମୟ ବିତାଇବାକୁ ପଡ଼ିଥାଏ।

ଟୋଟାଲ ଜବ୍ସ ବ୍ରିଟେନରେ ଏକ ଅନୁସନ୍ଧାନ କରିଥିଲେ। ଏଥିରେ ଜାଣିବାକୁ ମିଳିଥିଲା ଯେ, ୨୨% ଲୋକ କର୍ମକ୍ଷେତ୍ରରେ ଜୀବନସାଥୀ ପାଇଛନ୍ତି। ୧୩ ପ୍ରତିଶତ ଅନଲାଇନ ମିଟିଂ ହୋଇଥିବା ବେଳେ, ୧୮ ପ୍ରତିଶତ ସାଙ୍ଗମାନଙ୍କ ମାଧ୍ୟମରେ ଏବଂ ଅନ୍ୟ କାରଣ ପାଇଁ କେବଳ ୧୦ ପ୍ରତିଶତ। ମେଣ୍ଟାଲ୍‌ ହେଲ୍ପ ଆପ୍‌ ରେମେଣ୍ଟର ସିଇଓ ଡେଭିଡ ବ୍ରୁଡୋ କହିଛନ୍ତି, ଅଧିକାଂଶ ବୟସ୍କ ବ୍ୟକ୍ତି ବର୍ଷକୁ ଅତି କମ୍‌ରେ ୧୬୮୦ ଘଣ୍ଟା ଅଫିସରେ ଅତିବାହିତ କରନ୍ତି। ତେଣୁ ଅନ୍ୟମାନଙ୍କ ତୁଳନାରେ ସହକର୍ମୀଙ୍କ ସହ ଅଧିକ ସମୟ ଅତିବାହିତ କରନ୍ତି। ଆପଣ ସେମାନଙ୍କ ବିଷୟରେ ଜାଣିଛନ୍ତି। ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତି। ସେମାନଙ୍କର ଗୁଣ ଏବଂ ବଦଭ୍ୟାସ ମଧ୍ୟ ଜାଣିଥାନ୍ତି। ସେଥିପାଇଁ ଆପଣ ପ୍ରାୟତଃ ସେମାନଙ୍କ ନିକଟତର ହୁଅନ୍ତି।

ବ୍ରୁଡୋ କହିଛନ୍ତି, ଏକ ଦୀର୍ଘ ଦିନର ନିୟମ ଅଛି ଯେ, ଆପଣ ଆପଣଙ୍କର ସହକର୍ମୀଙ୍କୁ ଡେଟ୍‌ କରିବା ଉଚିତ ନୁହେଁ। ଏହାର ଅନେକ କାରଣ ଅଛି। ଚାକିରି ଯାଇପାରେ। ଆପଣ କାର୍ଯ୍ୟରେ ଅସହଜ ହୋଇପାରନ୍ତି କିମ୍ବା ଆପଣଙ୍କର ବୃତ୍ତିଗତ ପ୍ରତିଷ୍ଠା କ୍ଷତିଗ୍ରସ୍ତ ହୋଇପାରେ। ବେଳେବେଳେ ଆପଣଙ୍କୁ ପରିହାସ କରିବାର ଭୟ ଥାଏ। କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି, ୩ ଜଣଙ୍କ ମଧ୍ୟରୁ ୨ ଜଣ ନିଜ ଅଫିସ ସହକର୍ମୀଙ୍କ ସହ ଡେଟିଂ କରିବାକୁ ଚାହୁଁଛନ୍ତି। ସେ ବିଶ୍ୱାସ କରନ୍ତି, ଅଫିସରେ ରୋମାନ୍ସ ଏବଂ କାମର ସନ୍ତୁଳନ ରହିବା ଉଚିତ। ଭଲ ପାଇବା ଏକ ଖରାପ ଜିନିଷ ନୁହେଁ। ତଥାପି ୭୬ ପ୍ରତିଶତ ଲୋକ ଅଫିସରେ ରୋମାନ୍ସକୁ ଗୁପ୍ତ ରଖିବାକୁ ଚାହାନ୍ତି, କାରଣ ସେମାନଙ୍କ ସାଥୀ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ।

ପରାମର୍ଶଦାତା ଗ୍ରେଗୋରୀ ଏଲ ଜଞ୍ଜ୍‌ ଏହାର ବୈଜ୍ଞାନିକ କାରଣ କହିଛନ୍ତି। ଏକ ନିର୍ଦ୍ଦିଷ୍ଟ କାରଣରୁ ସଂଲଗ୍ନତା ଏବଂ ଘନିଷ୍ଠତାର ଭାବନା ସୃଷ୍ଟି ହୁଏ। ଯେତେବେଳେ ଦୁଇ ଜଣଙ୍କର ସମାନ ପ୍ରତିକ୍ରିୟା ଥାଏ, ସେମାନେ ପ୍ରତି କଥା ଶେୟାର କରନ୍ତି। ଯଦିଓ ସଚେତନ ମନ ଏହି ସମ୍ପର୍କକୁ ଗ୍ରହଣ କରେ ନାହିଁ, କିନ୍ତୁ  ଅବଚେତନା ମନ ଆପଣଙ୍କୁ ପ୍ରଥମ ଦେଖାରେ ବନ୍ଦ କରି ଦେଖେ। ଏକାଠି ଅଧିକ ସମୟ ବିତାଇବା ଦ୍ୱାରା ଦୂରତା ଶୀଘ୍ର ଅଦୃଶ୍ୟ ହୋଇଯାଏ। ଏହା ଏକ ରୋମାଣ୍ଟିକ ସମ୍ପର୍କ ହେବା ଜରୁରୀ ନୁହେଁ, କିନ୍ତୁ ଆପଣଛାଏଁ ଜଣେ ଜାଣି ହୋଇଯାଆନ୍ତି। ଯେତେବେଳେ ଉଭୟଙ୍କ ସମାନ ଭାବନା ସୃଷ୍ଟି ହୁଏ, ସେତେବେଳେ ବନ୍ଧୁତା ପ୍ରେମରେ ପରିଣତ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri