ନିଜକୁ କାହିଁକି ‘ଫର୍ଟିଲାଇଜେସନ ପ୍ରେସିଡେଣ୍ଟ’ ବୋଲି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଓ୍ବାଶିଂଟନ,୨୭।୩: ନିକଟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଜବ ବୟାନ ଦେଇଛନ୍ତି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହ୍ବାଇଟ ହାଉସରେ ମହିଳା ଇତିହାସ ମାସ ଅବସରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ, ଟ୍ରମ୍ପ ନିଜକୁ ୍‌‘ଫର୍ଟିଲାଇଜେସନ ରାଷ୍ଟ୍ରପତି’ ବୋଲି କହିଥିଲେ।
ସେହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ, ଟ୍ରମ୍ପ ମହିଳାମାନଙ୍କ ସ୍ବାସ୍ଥ୍ୟ ଏବଂ ସେମାନଙ୍କ ପାଇଁ କରାଯାଉଥିବା ଉନ୍ନତି ବିଷୟରେ କହିଛନ୍ତି, ବିଶେଷକରି IVF (ଇନ ଭିଟ୍ରୋ ଫର୍ଟିଲାଇଜେସନ) ଭଳି ସୁବିଧା ବିଷୟରେ। ଏହି ସମୟରେ ସେ କହିଥିଲେ, ‘ଆମେ ମହିଳାମାନଙ୍କ ପାଇଁ ବହୁତ ଭଲ ଏବଂ ଚମତ୍କାର ଉପହାର ଆଣୁଛୁ।’ ମହିଳା, ଗର୍ଭଧାରଣ ଏବଂ ଆମେ ଯାହା ବିଷୟରେ କଥା ହେଉଥିଲୁ, ସବୁକିଛି ବହୁତ ଭଲ ହେବ। ମୁଁ ‘ଫର୍ଟିଲାଇଜେସନ ପ୍ରେସିଡେଣ୍ଟ’ ଭାବରେ ପରିଚିତ ହେଲେ ମଧ୍ୟ, ମୁଁ ଏବେ ବି ଏଥିରେ ବହୁତ ଗର୍ବିତ।

ଟ୍ରମ୍ପଙ୍କ ଏହି ବକ୍ତବ୍ୟ ଶୁଣି ସଭାରେ ବସିଥିବା ଲୋକମାନେ ହସି ପକାଇଲେ। ତଥାପି, ଟ୍ରମ୍ପ ବିନା ଦ୍ୱିଧାରେ କହିଲେ, ‘ଠିକ ଅଛି’, ଏବଂ ତାଙ୍କ ବକ୍ତବ୍ୟ ପାଇଁ ପ୍ରବଳ କରତାଳି ହୋଇଥିଲା।
ଟ୍ରମ୍ପଙ୍କ ବକ୍ତବ୍ୟ ହୁଏତ ଏକ ମଜାଦାର ଢଙ୍ଗରେ ଦିଆଯାଇଥାଇପାରେ, କିନ୍ତୁ ଏହା କେବଳ ଏକ ମଜା ନଥିଲା। ପ୍ରକୃତରେ, ସେ ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ କରିଥିବା ଯୋଜନା ବିଷୟରେ କହୁଥିଲେ। ବିଶେଷକରି IVF (ଇନ ଭିଟ୍ରୋ ଫର୍ଟିଲାଇଜେସନ) ଚିକିତ୍ସା ସମ୍ପର୍କରେ। ଟ୍ରମ୍ପ ଏହାକୁ ମହିଳାମାନଙ୍କ ପାଇଁ ଏକ ବିରାଟ ପଦକ୍ଷେପ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ସେ ଏହି ଦିଗରେ କାମ କରୁଛନ୍ତି ଯାହା ଦାରା IVF ଚିକିତ୍ସାର ଉପଲବ୍ଧତା ବୃଦ୍ଧି ପାଇପାରିବ ଏବଂ ମହିଳାମାନଙ୍କୁ ସନ୍ତାନ ଜନ୍ମ କରିବାରେ ସାହାଯ୍ୟ କରାଯାଇପାରିବ।

୨୦୨୪ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଟ୍ରମ୍ପ ନିଜକୁ ‘IVF ର ଜନକ’ ବୋଲି କହିଥିଲେ। ଏକ ମହିଳା ଟାଉନ ହଲ ବୈଠକରେ ସେ କହିଥିଲେ: ‘ମୁଁ ଜଣେ IVF ପିତା ଏବଂ ମୋତେ ଏହି ସମସ୍ୟା ବିଷୟରେ କଥା ହେବାକୁ ପଡିବ।’ ମହିଳା ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ବିଷୟରେ କହିବା ସମୟରେ ସେ ଏହି ବକ୍ତବ୍ୟ ଦେଇଥିଲେ।
ଏହା ବ୍ୟତୀତ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ ରେ IVF ସମର୍ଥନରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ଏବଂ ମୋର ସମର୍ଥକମାନେ IVF ଚିକିତ୍ସାର ଉପଲବ୍ଧତାକୁ ପୂର୍ଣ୍ଣ ସମର୍ଥନ କରନ୍ତି, ବିଶେଷକରି ସନ୍ତାନ ଚାହାଁନ୍ତି ବୋଲି ଦମ୍ପତିଙ୍କ ପାଇଁ।’
ତେବେ, ଡୋନାଲ୍ଡ ଟ୍ରମ୍ପ ପ୍ରକୃତରେ ‘ଫର୍ଟିଲାଇଜେସନ ରାଷ୍ଟ୍ରପତି’ ହେବାକୁ ଚାହୁଁଛନ୍ତି କି? ଏହା ପଛରେ ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସ୍ବାସ୍ଥ୍ୟ ଏବଂ IVF ଭଳି ପ୍ରସଙ୍ଗଗୁଡ଼ିକ ଉପରେ ସର୍ବାଧିକ ଧ୍ୟାନ ଦିଆଯିବା ନିଶ୍ଚିତ କରିବା। ଏବେ ଦେଖିବାକୁ ବାକି ରହିଲା ଯେ ଟ୍ରମ୍ପଙ୍କ ଏହି ନୂତନ ‘ନାମ’ ଆଗାମୀ ସମୟରେ ତାଙ୍କ ନିର୍ବାଚନ ଅଭିଯାନ ଏବଂ ମହିଳାମାନଙ୍କ ପାଇଁ ତାଙ୍କର ଯୋଜନାକୁ ମଜବୁତ କରିବାରେ ସାହାଯ୍ୟ କରିବ କି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?