Posted inଜାତୀୟ

ସେମିନାର ହଲ୍‌ରେ ଶୋଇବାର ରହସ୍ୟ, ସିବିଆଇ ଦେଲା ତାଜୁବ କରିଦେବା ଭଳି କାରଣ…

କୋଲକାତା,୨୧।୮: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ମହିଳା ଡାକ୍ତରଜଣକ ରାତି ଡ୍ୟୁଟି ସମୟରେ ସେମିନାର ହଲରେ କାହିଁକି ଶୋଇଥିଲେ ଏନେଇ ରହସ୍ୟ ଉପରୁ ପରଦା ଉଠିଛି। ଗତକାଲି ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ପଶ୍ଚିମବଙ୍ଗ ସରକାର ମଧ୍ୟ ଆକ୍ସନ ମୋଡ୍‌କୁ ଆସିଛନ୍ତି। ତଦନ୍ତବେଳେ କୋଲକାତା ପୋଲିସର ଅନେକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ସିବିଆଇ ତଦନ୍ତ ଅନୁଯାୟୀ, ଘଟଣାର ରାତିରେ ସେ ସ୍ଲିପ ଆପନିଆ ଓ୍ବାର୍ଡରେ ନଜର ରଖିଥିଲେ। ସେଠାରେ ରୋଗୀଙ୍କୁ ଶୋଇବା ସମୟରେ ନଜରରେ ରଖିବାକୁ ପଡୁଥିଲା। ଯେହେତୁ ସେହି ୱାର୍ଡରେ ଅନେକ ରୋଗୀ ନଥାନ୍ତି, ଦାୟିତ୍ୱରେ ଥିବା ଡାକ୍ତର ପ୍ରତିଦିନ ରାତିରେ ସେଠାରେ ଶୋଇଥା’ନ୍ତି କିମ୍ବା ବିଶ୍ରାମ ନେଇଥାନ୍ତି। କିନ୍ତୁ ଘଟଣା ଦିନ ସେହି ୱାର୍ଡରେ ଜଣେ ରୋଗୀ ଥିବାରୁ ମହିଳା ଡାକ୍ତର ସେମିନାର ହଲରେ ଶୋଇବାକୁ ଯାଇଥିଲେ।

ତା’ପରେ ଏହି ସେମିନାର ହଲରେ ଡାକ୍ତରଙ୍କ ସହ ବର୍ବର କାଣ୍ଡ ଘଟିଥିଲା। ତାଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା। ପ୍ରମାଣ ସଂଗ୍ରହ ପାଇଁ ସିବିଆଇ ଟିମ୍‌ ଏହି ସେମିନାର ହଲକୁ ୧୦ରୁ ଅଧିକ ଥର ପରିଦର୍ଶନ କରିଛନ୍ତି। ସେମିନାର ହଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲିଭାଇବାକୁ ଚେଷ୍ଟା କରାଯାଇଛି ବୋଲି ସିବିଆଇ କହିଛି। ସେଥିପାଇଁ ଟିମ୍‌ ସ୍ଥାନକୁ ତନ୍ନତନ୍ନ କରି ପରଖୁଛନ୍ତି।

ସେପଟେ ମଙ୍ଗଳବାର ସୁପ୍ରିମକୋର୍ଟରେ କୋଲକାତା ମାମଲାର ଶୁଣାଣି ହୋଇଥିଲା। କୋଲକାତା ପୋଲିସ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଶୀର୍ଷ କୋର୍ଟ ଭର୍ତ୍ସନା କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ପଶ୍ଚିମବଙ୍ଗ ସରକାର କୋଲକାତାର ୩ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri