କାହିଁକି ନିରଞ୍ଜନ କହିଲେ ନିର୍ବାଚନ ଲଢ଼ିବେନି….

ଭୁବନେଶ୍ୱର,୨୪।୩: ଏଣିକି ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସର ବରିଷ୍ଠ  ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ  ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଛନ୍ତି।ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ନିରଞ୍ଜନ କହିଛନ୍ତି।
ସେ କହିଛନ୍ତି, ଯୁବପିଢ଼ିଙ୍କୁ ଆଗକୁ ରାସ୍ତା ଛାଡ଼ିବା ଦରକାର। ଭଣ୍ଡାରୀପୋଖରୀରୁ କିଏ ଲଢ଼ିବ ପ୍ରଶ୍ନରେ ସେ କହିଛନ୍ତି ମୋତେ ଦଳ ପଚାରିଲେ ମୋର ମତ ରଖିପାରିବି।