Posted inଜାତୀୟ

ଡିନର ପାର୍ଟିରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ କଥା ଶୁଣି କାହିଁକି ହସିଲେ ମୋଦି

ନୂଆଦିଲ୍ଲୀ,୨୭।୧: ରବିବାର ସାରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାତ୍ରୀଭୋଜନର ଆୟୋଜନ କରିଥିଲେ। ଏହି ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଏପରି କିଛି କଥା କହିଥିଲେ ଯାହା ଶୁଣି ପ୍ରଧାନମନ୍ତ୍ରୀ ମୋଦି ସମେତ ସେଠାରେ ଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତି ହସି ପକାଇଥିଲେ। ଇଣ୍ଡୋନେସିଆ ରାଷ୍ଟ୍ରପତି ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ପ୍ରାଚୀନ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ ଏବଂ କହିଥିଲେ ଯେ ଆମ ଭାଷାର ଅନେକ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ସଂସ୍କୃତ ଭାଷାରୁ ଆସିଛି।
ରାତ୍ରୀଭୋଜନ ସମୟରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ କହିଥିଲେ ଯେ ‘ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ପାରସ୍ପରିକ ସମ୍ପର୍କର ଇତିହାସ ବହୁତ ପୁରୁଣା।’ ଉଭୟ ଦେଶର ସଭ୍ୟତା ମଧ୍ୟରେ ଏକ ସମ୍ପର୍କ ରହିଛି। ଆମର ଅନେକ ନାମ ମଧ୍ୟ ସଂସ୍କୃତ ଭାଷାରୁ ଆସିଛି। ପ୍ରାଚୀନ ଭାରତୀୟ ସଭ୍ୟତାର ପ୍ରଭାବ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ରହିଛି। ଆମର ଜିନ ମଧ୍ୟ ସମାନ। ଇଣ୍ଡୋନେସିଆର ରାଷ୍ଟ୍ରପତି କହିଥିଲେ, ‘କିଛି ସପ୍ତାହ ପୂର୍ବରୁ ମୁଁ ମୋର ଜେନେଟିକ୍ସ ସିକୋଏନ୍ସିଂ ଏବଂ ଡିଏନଏ ପରୀକ୍ଷା କରାଇଥିଲି।’ ମୋତେ କୁହାଗଲା ଯେ ମୋର ଡିଏନଏ ଭାରତୀୟ। ସମସ୍ତେ ଜାଣନ୍ତି ଯେ ମୁଁ ଭାରତୀୟ ସଙ୍ଗୀତ ଶୁଣିବା ମାତ୍ରେ ନାଚିବା ଆରମ୍ଭ କରିଦିଏ।
ସୁବିୟାଣ୍ଟୋ କହିଥିଲେ ଯେ ମୁଁ ଏଠାକୁ (ଭାରତ) ଆସି ଗର୍ବିତ। ମୁଁ ଜଣେ ପ୍ରକୃତ ରାଜନେତା ନୁହେଁ, କିମ୍ବା ମୁଁ ଜଣେ ଭଲ କୂଟନୀତିଜ୍ଞ ନୁହେଁ, ମୁଁ ଯାହା କହୁଛି, ମୁଁ ତାହା ମୋ ହୃଦୟରୁ କହୁଛି। ମୁଁ ଏଠାକୁ ଆସିବାର ମାତ୍ର କିଛି ଦିନ ହୋଇଛି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ତାଙ୍କ ସମର୍ପଣରୁ ମୁଁ ବହୁତ କିଛି ଶିଖିଛି। ଦାରିଦ୍ର୍ୟ ଦୂରୀକରଣ ଏବଂ ଅବହେଳିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ଉତ୍ସର୍ଗୀକୃତତା ଆମ ପାଇଁ ପ୍ରେରଣାଦାୟକ। ଇଣ୍ଡୋନେସିଆ ଭାରତର ସମୃଦ୍ଧି, ଶାନ୍ତି କାମନା କରିଛି ଏବଂ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା ପ୍ରକାଶ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ଭାରତର ୭୬ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri