Posted inଜାତୀୟ

ସଡ଼କ ଦୁର୍ଘଟଣାକୁ ନେଇ ସଂସଦରେ ରିପୋର୍ଟ ଉପସ୍ଥାପନ ବେଳେ କାହିଁକି ଭାବୁକ ହେଲେ ଗଡ଼କରୀ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଲୋକ ସଭାରେ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ସମ୍ପର୍କରେ ଭାରତର ରେକର୍ଡ ଏତେ ଖରାପ ଯେ ଏହାକୁ ବିଶ୍ୱ ସମ୍ମିଳନୀରେ ଲୁଚାଇବାକୁ ପଡୁଛି। ଗୃହରେ ପ୍ରଶ୍ନ କାଳ ସମୟରେ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଉଥିବାବେଳେ ସେ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟର ସମସ୍ତ ଉଦ୍ୟମ ସତ୍ତ୍ୱେ ସଡ଼କ ଦୁର୍ଘଟଣା କମିନାହିଁ ବରଂ ବୃଦ୍ଧି ପାଇଛି।
ଗଡକରୀ କହିଛନ୍ତି, ‘ଯେପର୍ଯ୍ୟନ୍ତ ସମାଜର ସମର୍ଥନ ନହୁଏ ସେପର୍ଯ୍ୟନ୍ତ ମାନବୀୟ ଆଚରଣରେ ପରିବର୍ତ୍ତନ ହୁଏ ନାହିଁ ଏବଂ ଆଇନର ଭୟ ନଥାଏ, ସଡ଼କ ଦୁର୍ଘଟଣାକୁ ରୋକାଯାଇପାରିବ ନାହିଁ। ତାଙ୍କ କହିବାନୁସାରେ, ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ପ୍ରତିବର୍ଷ ଏଭଳି ଦୁର୍ଘଟଣାରେ ୧.୭ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି।
ସେ କହିଛନ୍ତି ଯେ ଏତେ ସଂଖ୍ୟକ ଲୋକ ଯୁଦ୍ଧରେ କିମ୍ବା କୋଭିଡରେ କିମ୍ବା ଦଙ୍ଗାରେ ମରନ୍ତି ନାହିଁ। ସେ କହିଥିଲେ, ‘ଯେତେବେଳେ ମୁଁ ବିଶ୍ୱ ସମ୍ମିଳନୀକୁ ଯାଏ, ମୁଁ ମୁହଁ ଲୁଚାଇଥାଏ। ଆମର ମଇଳା ରେକର୍ଡ (ଦୁର୍ଘଟଣା) ପାଇଁ। ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ପରିବହନ ବିଭାଗ ସହାୟତାରେ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ସାଂସଦମାନଙ୍କୁ କହିଥିଲେ।
ଗଡକରୀଙ୍କ ଅନୁଯାୟୀ, ନୀତି ଆୟୋଗ ରିପୋର୍ଟ କରିଛନ୍ତି ଯେ ଜୀବନ ରକ୍ଷାକାରୀ ଚିକିତ୍ସା ନ ପାଇ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ମଧ୍ୟରୁ ୩୦ପ୍ରତିଶତଙ୍କର ମୃତ୍ୟୁ ହେଉଛି। ସେ କହିଛନ୍ତି, ଚିକିତ୍ସା ପାଇଁ ଏକ କ୍ୟାସଲେସ ବା ନଗଦବିହୀନ ଯୋଜନା ଅଣାଯାଇଛି। ଏହି ପାଇଲଟ ପ୍ରକଳ୍ପ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି, ଏହା ପରେ ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ।
ଦେଶରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାରେ ସଂସ୍କାର ଆଣିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯେଉଁ ଦେଶରେ ଡ୍ରାଇଭିଂ ଲାଇସେନ୍ସ ପାଇବା ସହଜ, ସେହି ଦେଶର ନାମ ହେଉଛି ଭାରତ। ଆମେ ଏହାକୁ ଉନ୍ନତ କରୁଛୁ । ଲୋକ ସଭା ବାଚସ୍ପତି ଓମ ବିର୍ଲା ସଦସ୍ୟମାନଙ୍କୁ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ତଥା ସମାଜକୁ ଜାଗ୍ରତ କରିବା ପାଇଁ କାର୍ଯ୍ୟ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri