ଭୁବନେଶ୍ୱର,୧୨।୧୦: ଭୁବନେଶ୍ୱର ସାଂସଦ ତଥା ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଛନ୍ତି। ଏହି ଭେଟାକୁ ଅପରାଜିତା “ସୁନ୍ଦର ଭେଟା” ବୋଲି ବର୍ଣ୍ଣନା କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ ନବୀନଙ୍କୁ ପ୍ରଣାମ କରି ତାଙ୍କ ସ୍ୱାସ୍ଥ୍ୟ ପଚାରି ଆଶୀର୍ବାଦ ନେଇଛନ୍ତି।
ଅପରାଜିତା ସୋସିଆଲ ମିଡିଆରେ ଲେଖିଛନ୍ତି, ”ଆଜି ମାନ୍ୟବର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲି। ପ୍ରଣାମ କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଲି। ସେ ଅତୀତର ଅନେକ ଘଟଣାକୁ ବହୁତ ସ୍ନେହରେ ମନେ ପକାଇଥିଲେ। ଆମେ କଥା ହେଲୁ ଓ ହସିଲୁ। ତାଙ୍କ ଆଶୀର୍ବାଦ ନେଲି। ସତରେ ସୁନ୍ଦର ଭେଟା ଥିଲା!”
ଏହି ଭେଟକୁ ରାଜନୈତିକ ମହଲରେ ଆଗ୍ରହର ସହ ଦେଖାଯାଉଛି, ଯାହା ଦଳୀୟ ସୀମା ଅତିକ୍ରମ କରି ବ୍ୟକ୍ତିଗତ ସମ୍ପର୍କକୁ ଦର୍ଶାଉଛି।
ସୂତ୍ର ଅନୁଯାୟୀ ଆଗାମୀ କିଛିଦିନ ପରେ ଅପରାଜିତାଙ୍କ ଝିଅ ବାହାଘର ଥିବାରୁ ସେ ନିମନ୍ତ୍ରଣ କରିବାକୁ ଯାଇଥିବା କୁହାଯାଉଛି। ଏହି ସମୟରେ ତାଙ୍କ ସହ ସ୍ୱାମୀ ସନ୍ତୋଷ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯାଇ ମଧ୍ୟ ସାକ୍ଷାତ କରିଥିଲେ ଏବଂ ରାଜ୍ୟପାଳ ହରି ବାବୁ କମ୍ଭମପାଟିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।
Met Sri @Naveen_Odisha , Hon’ble Leader of Opposition, today .
Paid our respects and enquired about his health.
It was heartening to note that he recalled many events of the past with great deal of fondness. We talked and laughed.
Sought his Blessings.
Lovely meeting , indeed ! pic.twitter.com/F68eYNxaEs— Aparajita Sarangi, MP,( Lok Sabha) Bhubaneswar (@AprajitaSarangi) October 12, 2025

