ଦିନରେ ଶୁଭେ, ହେଲେ ରାତିରେ କାହିଁକି ଶୁଣାଯାଏ ନାହିଁ AeroPlaneର ଶବ୍ଦ? କାରଣ ଜାଣିଲେ…

ପ୍ଲେନ ବା ଉଡାଜାହାଜ ଦିନ ଭଳି ରାତିରେ ମଧ୍ୟ ଉଡାଣ ଭରିଥାଏ। ଦିନରେ ଏହା ଉଡିବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଥାଏ। ହେଲେ ରାତିରେ ସେଭଳି ହୋଇ ନ ଥାଏ। ରାତିରେ ଉଡାଜାହାଜର ଶବ୍ଦ ଶୁଭାଯାଇ ନ ଥାଏ ବୋଲି କୁହାଯାଇପାରେ।
ପ୍ରାୟତଃ ଏହାର ଦୁଇଟି କାରଣ ଅଛି। ଏଥିଲାଗି ଆମେ ରାତିରେ ଉଡାଜାହାଜର ଶବ୍ଦ ଶୁଣିପାରି ନ ଥାଉ। ପ୍ରଥମଟି ହେଉଛି ଯେଉଁ ପ୍ଲେନ ଆକାଶରେ ଉଡିଥାଏ, ତାହା ବେଶ ଉଚ୍ଚରେ ଥାଏ। ରାତିରେ ପୃଥିବୀ ଉପରର ବାୟୁ ହାଲୁକା ହୋଇଯାଏ, ହେଲେ ମାଟି ଗରମ ଥାଏ। ଏହାଦ୍ୱାରା ଧ୍ୱନୀର ତରଙ୍ଗ କମ୍‌ ଶୁଣା ଯାଇଥାଏ।
ସେହିଭଳି ଉଚ୍ଚରେ ଉଡୁଥିବା ବିମାନରୁ ଆସୁଥିବା ଧ୍ୱନୀ ତରଙ୍ଗ ବାୟୁ ଦ୍ୱାରା ଅବଶୋଷିତ ହୋଇଯାଏ। ରାତିରେ ସାଧାରଣତଃ ଆମେ ଗଭୀର ନିଦରେ ଶୋଇଯାଇଥାଉ, ଏହି କାରଣରୁ ପ୍ଲେନ୍‌ର ଶବ୍ଦ ଶୁଣାଯାଇ ନ ଥାଏ।
Dharitri – Odisha’s No.1 Odia Daily

Share