Posted inଖେଳ

କାହିଁକି ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଲେ ବୁମ୍‌ରା: ବିସିସିଆଇ କହିଲା କାରଣ

ଓ୍ବାଙ୍ଖଡେ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଏକ ବଡ ପରିବର୍ତ୍ତନ କରିଛି। ଜସପ୍ରୀତ ବୁମରା ପ୍ଲେଇଙ୍ଗ-୧୧ରେ ସାମିଲ ହୋଇନାହାନ୍ତି। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ରେ ପଛୁଆ ରହିଛି ଏବଂ ଏଭଳି ପରିସ୍ଥିତିରେ ବୁମରା ନ ଖେଳିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ କଥା।

ଟସ ପରେ ରୋହିତ ଶର୍ମା ଜସପ୍ରୀତ ବୁମ୍‌ରା ନ ଖେଳିବାର କାରଣ ବର୍ଣ୍ଣନା କରି କହିଛନ୍ତି, ଆମେ ଜାଣୁ ଯେ ସିରିଜରେ ଆମେ ଭଲ ଖେଳ ପ୍ରଦର୍ଶନ କରିନାହୁଁ। ୱାଙ୍ଖେଡେ ପିଚ ଭଲ ଅବସ୍ଥାରେ ଦେଖାଯାଉଛି, ଆଶା କରୁଛୁ ଆମେ ଶୀଘ୍ର ବାହାରକୁ ଯାଇପାରିବା। ବୁମରା ଏପର୍ଯ୍ୟନ୍ତ ସୁସ୍ଥ ନାହାନ୍ତି, ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ, ବୁମ୍‌ରାଙ୍କ ସ୍ବାସ୍ଥ୍ୟ ଉପରେ ବିସିସିଆଇ ମଧ୍ୟ ଏକ ବଡ ଅପ୍‌ଡେଟ୍‌ ଦେଇଛି। ବିସିସିଆଇ କହିଛି ଯେ, ବୁମରା ଭାଇରାଲ ସଂକ୍ରମଣରେ ପୀଡିତ, ଏହି କାରଣରୁ ସେ ତୃତୀୟ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି।

ଚଳିତ ସିରିଜରେ ୨ଟି ମ୍ୟାଚରେ ବୁମ୍‌ରା ମାତ୍ର ୩ ଉଇକେଟ ନେଇପାରିଛନ୍ତି। ଟିମ ଇଣ୍ଡିଆ ପାଇଁ ବୁମ୍‌ରାାଙ୍କ ଫିଟନେସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ବନାମ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ୨୨ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଗାମୀ ସିରିଜ ପାଇଁ ମହମ୍ମଦ ଶାମି ଟିମ ଇଣ୍ଡିଆ ଦଳରେ ସ୍ଥାନ ପାଇନାହାଁନ୍ତି, ଏପରି ପରିସ୍ଥିତିରେ ବୁମରା ବୋଲର ଆକ୍ରମଣର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା,୧୮।୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଏକ ବ୍ୟବସାୟିକ କମ୍ପେ୍‌କ୍ସ ନିକଟରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri