Posted inଜାତୀୟ

ନଡ଼ାମୂଳ ଜଳାଇବାକୁ ନେଇ କାହିଁକି ଯୁକ୍ତିତର୍କ, ଦିଲ୍ଲୀ ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୧୫।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଥିବା ଘଟଣାକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଜାରି ରହିଥିବା ନିର୍ମାଣ କାର୍ଯ୍ୟ, ପରିବହନ, ବିଦ୍ୟୁତ୍‌ ଶକ୍ତିର ଅଯଥା ଅପଚୟ ରୋକିବା ଏବଂ ଘରେ ଘରେ ଏନେଇ ନିୟନ୍ତ୍ରଣ କରାଯାଉଥିବା ଭଳି ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ ଲାଗି କୋର୍ଟ କହିଛନ୍ତି।

ଏହା ସହିତ ମଙ୍ଗଳବାର ଜରୁରୀକାଳୀନ ବୈଠକ ଆୟୋଜନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଶୁଣାଣି ସମୟରେ ନଡ଼ାମୂଳ ଜଳାଇବା ପ୍ରସଙ୍ଗ ଆସିବା ମାତ୍ରେ କୋର୍ଟ କହିଛନ୍ତି ଯେ ଏହା ଯୋଗୁ ହେଉଥିବା ବାୟୁ ପ୍ରଦୂଷଣ ମାତ୍ର ୪ ପ୍ରତିଶତ। ଏଭଳି ସ୍ଥଳେ ନଡ଼ାମୂଳ ଜଳାଇବାକୁ ନେଇ ବାଦ ବିବାଦ ଯୁକ୍ତିତର୍କର କୌଣସି ଆବଶ୍ୟକତା ନାହିଁ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

କେନ୍ଦ୍ର ସରକାର ମଧ୍ୟ ନଡ଼ାମୂଳ ଜଳାଇବା ଦ୍ୱାରା ବାୟୁ ପ୍ରଦୂଷଣ ହେଉଥିବା ପ୍ରସଙ୍ଗରେ ମନା କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେବାର ମୁଖ୍ୟ କାରଣ ଏହା ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ଆଇନଜୀବୀ କୋର୍ଟଙ୍କୁ କହିଛନ୍ତି ଯେ ଦିଲ୍ଲୀ ଏବଂ ଉତ୍ତର ଭାରତର ଅନ୍ୟ କେତେକ ରାଜ୍ୟରେ ପ୍ରଦୂଷଣ ବୃଦ୍ଧି ହେବାର ମୁଖ୍ୟ କାରଣ ନୁହେଁ। ସରକାର କହିଛନ୍ତି ଯେ ବାୟୁ ପ୍ରଦୂଷଣରେ ନଡ଼ାମୂଳ ଜଳିବାର ମାତ୍ର ୧୦ ପ୍ରତିଶତ ଯୋଗଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri