Posted inଫୁରସତ

କାହିଁକି ଟ୍ରେନ୍‌ର ରଙ୍ଗ ଲାଲ,ନୀଳ ହୋଇଥାଏ, ଏମାନଙ୍କ ଭିତରେ କ’ଣ ରହିଛି…

ଟ୍ରେନ୍‌ରେ ଯଦି ସବୁଦିନ ଯାତ୍ରା କରୁଛନ୍ତି ତେବେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ, ଲାଲ ଓ ନୀଳ ରଙ୍ଗ ଦୁଇପ୍ରକାରର ଟ୍ରେନ୍‌ ଥାଏ। ହେଲେ କେବେ ଭାବିଛନ୍ତି କି ଏହି ଦୁଇ ରଙ୍ଗର ଟ୍ରେନ୍‌ ଭିତରେ ଫରକ କ’ଣ? ଏଥର ଜାଣନ୍ତୁ ସେ ସମ୍ପର୍କରେ..

ଭାରତରେ ରେଳପଥ ହେଉଛି ଗମନାଗମନର ପ୍ରମୁଖ ମାଧ୍ୟମ। ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଏଥିରେ ଯାତାୟାତ କରନ୍ତି। ତେଣୁ ପ୍ରାୟ ସମସ୍ତେ ଦେଖିଥିବେ କେଉଁ ଟ୍ରେନ୍‌ର କୋଚ୍‌ ଲାଲ ତ କେଉଁ ଟ୍ରେନ୍‌ର କୋଚ୍‌ ନୀଳ ରଙ୍ଗର ହୋଇଥାଏ। ଆଉ ଏହି ଦୁଇ ରଙ୍ଗ ହିଁ କୋଚ୍‌ ଭିତରର ଫରକକୁ ଦର୍ଶାଏ। ପ୍ରକୃତରେ କୋଚ୍‌ ଦୁଇ ପ୍ରକାର। ଟ୍ରେନ୍‌ର ନୀଳ ରଙ୍ଗର କୋଚ୍‌କୁ ‘ଆଇସିଏଫ୍‌’ ଅର୍ଥାତ୍‌ ‘ଇଣ୍ଟେଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି’ କୁହାଯାଏ। ଆଉ ଲାଲ ରଙ୍ଗର କୋଚ୍‌କୁ ‘ଏଲ୍‌ଏଚ୍‌ବି’ ଅର୍ଥାତ୍‌ ‘ଲିଙ୍କ ହଫ୍‌ମ୍ୟାନ୍‌ ବୁଶ’ କୁହାଯାଏ। ଏହି ଦୁଇ କୋଚ୍‌ରେ କେବଳ ରଙ୍ଗର ଫରକ ନ ଥାଏ। ବରଂ ଉଭୟ କୋଚ୍‌ ପରସ୍ପରଠାରୁ ବହୁତ ଭିନ୍ନ ମଧ୍ୟ।
ଇଣ୍ଟେଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି: ନୀଳରଙ୍ଗର ଏହି କୋଚ୍‌ର କାରଖାନା ତାମିଲନାଡୁର ଚେନ୍ନାଇରେ ଅଛି। ଯାହାର ସ୍ଥାପନା ୧୯୫୨ ମସିହାରେ ହୋଇଥିଲା। ସେବେଠାରୁ ହିଁ ଏଠାରେ ଏହି କୋଚ୍‌ ନିର୍ମାଣ କରାଯାଉଛି। ଏହି ନୀଳରଙ୍ଗର କୋଚ୍‌ ଲୁହାରେ ତିଆରି। ଏଥିରେ ଏୟାର ବ୍ରେକ୍‌ ବ୍ୟବହାର ହୋଇଥାଏ। ଏହି କୋଚ୍‌ର ମାକ୍ସିମମ୍‌ ପର୍ମିସେବଲ୍‌ ଗତି ଘଣ୍ଟା ପ୍ରତି ୧୧୦ କି.ମି. ହୋଇଥାଏ। ଏହି କୋଚ୍‌ରେ ସ୍ଲିପର୍‌ କ୍ଲାସ୍‌ରେ ୭୨ ସିଟ୍‌ ଥାଏ। ଆଉ ତୃତୀୟ କ୍ଲାସ୍‌ ଏସିରେ ୬୪ଟି ସିଟ୍‌ ଥାଏ। ଆଇସିଏଫ୍‌ କୋଚ୍‌କୁ ୧୮ ମାସରେ ଥରେ ପିରିୟଡିକ ଓଭରହଲିଂର ଆବଶ୍ୟକତା ପଡ଼େ। ତେଣୁ କୋଚ୍‌ର ରକ୍ଷଣାବେକ୍ଷଣରେ ବହୁତ ଖର୍ଚ୍ଚ ହୁଏ। ଏହି କୋଚ୍‌ ପରସ୍ପର ସହ ଡୁଆଲ ବଫର୍‌ ସିଷ୍ଟମ ଦ୍ୱାରା ଯୋଡି ହୋଇଥାଏ। ତେଣୁ ଦୁର୍ଘଟଣା ସମୟରେ ଏହି କୋଚ୍‌ରେ ବିପଦ ଥାଏ କି ଏହା ଗୋଟାକ ଉପରେ ଗୋଟେ ଚଢି ଯାଇପାରେ।
ଲିଙ୍କ ହଫମ୍ୟାନ୍‌ ବୁଶ୍‌: ଲିଙ୍କ ହଫମ୍ୟାନ୍‌ ବୁଶ୍‌ର କୋଚ୍‌କୁ ୨୦୦୦ ମସିହାରେ ଜର୍ମାନୀରୁ ଭାରତ ଅଣାଯାଇଥିଲା। ଏହି କୋଚ୍‌ ତିଆରି କରିବା ଫ୍ୟାକ୍ଟ୍ରି ପଞ୍ଜାବର କପୁରଥାଲାରେ ଅଛି। ଏହି କୋଚ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ତିଆରି ଓ ଏଥିରେ ଡିସ୍କ ବ୍ରେକ୍‌ର ବ୍ୟବହାର କରାଯାଏ। ଏହି କୋଚ୍‌ରେ ସେଣ୍ଟର ବଫର୍‌ କାଉଲିଂ ସିଷ୍ଟମ ଲାଗିଥାଏ। ଫଳରେ ଦୁର୍ଘଟଣା ସମୟରେ କୋଚ୍‌ଗୁଡିକ ଗୋଟାକ ଉପରେ ଗୋଟେ ଚଢି ନ ଥାଏ। ଏହି କୋଚଗୁଡିକୁ ୨୪ ମାସରେ ଥରେ ଓଭରହଲିଂର ଆବଶ୍ୟକତା ପଡ଼ିଥାଏ। ଫଳରେ ଏହାର ରକ୍ଷଣାବେକ୍ଷଣରେ କମ୍‌ ଖର୍ଚ୍ଚ ହୋଇଥାଏ। ଏହି କୋଚ୍‌ଗୁଡିକର ମାକ୍ସିମମ୍‌ ପର୍‌ମିସିବଲ୍‌ ସ୍ପିଡ ଘଣ୍ଟା ପ୍ରତି ୨୦୦ କି.ମି. ଓ ଅପରେଶନାଲ ସ୍ପିଡ ଘଣ୍ଟା ପ୍ରତି ୧୬୦ କି.ମି.। ଏହି କୋଚ୍‌ର ସ୍ଲିପର୍‌ କ୍ଲାସ୍‌ରେ ୮୦ ସିଟ୍‌ ଥାଏ। ତୃତୀୟ କ୍ଲାସ୍‌ ଏସିରେ ୭୨ ସିଟ୍‌ ଥାଏ।
ଏଇଥିରୁ ଜାଣିପାରୁଥିବେ ଯେ, ଲିଙ୍କ୍‌ ହଫମ୍ୟାନ ବୁଶ କୋଚ୍‌ ଇଣ୍ଟେଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରିଠାରୁ ଉନ୍ନତମାନର। ତା’ସହ ଏଲ୍‌ଏଚ୍‌ବି କୋଚ୍‌, ଆଇସିଏଫ୍‌ କୋଚ୍‌ଠାରୁ ୧.୭ ମିଟର ଅଧିକ ଲମ୍ବା। ସେଥିପାଇଁ ଏଥିରେ ବସିବା ପାଇଁ ଜାଗା ଅଧିକ ଥାଏ। ଲାଲ ରଙ୍ଗର ଏଲ୍‌ଏଚ୍‌ବି କୋଚ୍‌ର ସ୍ପିଡ ବି ଅଧିକ। ଏହା ଷ୍ଟେନ୍‌ଲେସ୍‌ ଷ୍ଟିଲରେ ତିଆରି ହୋଇଥାଏ। ତେଣୁ ଏହାର ଓଜନ କମ୍‌ ହୋଇଥାଏ। ତା’ସହ ଦୁର୍ଘଟଣା ସମୟରେ ଲାଲରଙ୍ଗର କୋଚ୍‌ ନୀଳରଙ୍ଗର କୋଚ୍‌ଠାରୁ ଅଧିକ ସୁରକ୍ଷିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri