Portrait an unknown male doctor holding a stethoscope behind
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଇନ୍ଦିରାଗାନ୍ଧୀ ସ୍ମାରକୀ ପାଠାଗାର ଆନୁକୂଲ୍ୟରେ ‘ବିଦେଶକୁ ମେଡିକାଲ ପଢିବାକୁ ଭାରତୀୟ କାହିଁକି ଯାଉଛନ୍ତି’ ଶୀର୍ଷକ ମାସିକ ପାଠ୍ୟଚକ୍ର ସ୍ଥାନୀୟ ୟୁନିଟ-୯ ଠାରେ ଶନିବାର ଅନୁଷ୍ଠିତ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରକୁ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଏମ୍ପି ଭର୍ତ୍ତୃହରି ମହତାବ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ବିଦେଶରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଡକ୍ଟର ଦାସ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ଭାବେ କିମ୍ସ ମେଡିକାଲର ଡ. ତାପସ ରଞ୍ଜନ ଲେଙ୍କା, ଡ. ହରିଶ ଚୌଧୁରୀ ଏବଂ ୟୁକ୍ରେନ୍ ଫେରନ୍ତା ମେଡିିକାଲ ଛାତ୍ରୀ ବିଜୟଲକ୍ଷ୍ମୀ ଦାସ ଯୋଗ ଦେଇଥିଲେ। ଭାରତରେ ଶିକ୍ଷାକୁ କିପରି ବ୍ୟବସାୟୀକରଣ କରାଯାଇଛି ସେ ସମ୍ପର୍କରେ ବିଜୟଲକ୍ଷ୍ମୀ କହିବା ସହ ଯୁଦ୍ଧ ସମୟରେ ସେ କିପରି ଭାରତ ଫେରିଥିଲେ ତାର ଅନୁଭୂତି କହିଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ପରିଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ମହତାବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଏହି ପାଠ୍ୟଚକ୍ର ପ୍ରତି ମାସ ଦ୍ୱିତୀୟ ଶନିବାର ଅନୁଷ୍ଠିତ ହେବା ସହ ଏଥିରେ ନୂତନ ବିଷୟରେ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ।