କାହିଁକି ବଢୁଛି ଦୁର୍ଘଟଣା: କାରଣ କହିଲେ ଗଡ୍‌କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଗଡ଼କରୀ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସଡ଼କ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ ବୋଲି ଗଡ଼କରୀ କହିଛନ୍ତି।

ଦୁର୍ଘଟଣାରେ ଦୈନିକ ୪୨୦ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୬୬% ୧୮ରୁ ୩୬ ବର୍ଷ ବୟସର ବୋଲି ସେ କହିଛନ୍ତି। ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ। ରୋଡ ଇଞ୍ଜିନିୟରିଂରେ ତ୍ରୁଟି ହେବାକୁ ଦେବା ନାହିଁ। DPRରେ ତ୍ରୁଟି ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଛି ବୋଲି ଗଡ଼କରୀ କହିଛନ୍ତି। ଏହାକୁ ହାଲୁକା ଭାବେ ନେଇ କୌଣସି ସୁଧାର କରି ନ ଥାଉ ଫଳରେ ରାସ୍ତାରେ ଦୁର୍ଘଟଣା ବଢୁଥିବା ସେ କହିଛନ୍ତି। ଏପରିକି ଭୂସ୍ଖଳନ ସ୍ଥାନ ଏବଂ ବ୍ଲାକ ସ୍ପଟ ଚିହ୍ନଟ କରି ସଡ଼କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଗଡ୍‌କରୀ କହିଛନ୍ତି।

Share