ଆପଲ୍‌ର ଲୋଗୋ ଅଧା ଖାଇବା ସେଓ ଭଳି କାହିଁକି ହୋଇଥାଏ: ଜାଣନ୍ତୁ କ’ଣ ରହିଛି କାରଣ

ଟେକ୍ନୋଲୋଜି ଦୁନିଆରେ ଆପଲ କମ୍ପାନୀର ନାମ ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ବିଶେଷ ଉତ୍ପାଦ ହେତୁ କମ୍ପାନୀ ମୋବାଇଲ, କମ୍ପ୍ୟୁଟର ସମ୍ବନ୍ଧୀୟ ଜିନିଷ ବଜାରରେ ବହୁ ନାମ ଅର୍ଜନ କରିଛି। କମ୍ପାନୀର ନାମ ଯେତେ ଅନନ୍ୟ, ଏହାର ଲୋଗୋ ସେତେ ଅନନ୍ୟ ଅଟେ। ଆପଲ୍‌ କମ୍ପାନୀର ଲୋଗୋ ଅଧା ସେଓ ଭଳି। ଏହା ପଛରେ ଏକ କାରଣ ରହିଛି।
ପ୍ରାୟତଃ ଲୋଗୋଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଦେଖାଯାଏ, ଯାହା ଦ୍ୱାରା ସେମାନଙ୍କର ସୌନ୍ଦର୍ଯ୍ୟ ଏବଂ କମ୍ପାନୀର ନାମ ପ୍ରସିଦ୍ଧ ହୁଏ, କିନ୍ତୁ ଅସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଆପଲ ସାରା ବିଶ୍ୱରେ ଲୋକପ୍ରିୟ ହୋଇଛି। ୧୯୭୬ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବାପରେ ଏହାର ଲୋଗୋ ଏହିପରି ନ ଥିଲା। ଲୋଗୋରେ ଆଇଜାକ ନ୍ୟୁଟନ ତିଆରି କରାଯାଇଥିଲା ଏବଂ ଏହା ଉପରେ ଏକ ସେଓ ଝୁଲୁଥିଲା। କିନ୍ତୁ ୧୯୭୭ ମସିହାରେ, କମ୍ପାନୀର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ରବ୍‌ ଜାନୋଫ ନାମକ ଏକ ଗ୍ରାଫିକ ଡିଜାଇନଙ୍କୁ ନୂତନ ଲୋଗୋ ଡିଜାଇନ କରିବାର ଦାୟିତ୍ୱ ଦେଇଥିଲେ। ସେ ଅଧା ଖିଆଯାଇଥିବା ସେଓର ଲୋଗୋ ଡିଜାଇନ କରିଥିଲେ, ଯାହାର ରଙ୍ଗ ଇନ୍ଦ୍ରଧନୁ ଭଳି ଥିଲା। ରନ୍‌ ଏକ ସାକ୍ଷାତକାରରେ ଏମିତି ଡିଜାଇନ୍‌ର ରହସ୍ୟ ଖୋଲିଥିଲେ। ସେ କହିଥିଲେ ଯେ, ସେଓ କାଟିବାର କାରଣ ହେଉଛି ଯେ ଲୋକମାନେ ସହଜରେ ବୁଝିପାରିବେ ଯେ ଏହା ଏକ ସେଓ, ଚେରି କିମ୍ବା ଟମାଟୋ ନୁହେଁ। ଆପଲର ପ୍ରଥମ ଆପଲ ଲୋଗୋ ଇନ୍ଦ୍ରଧନୁ ରଙ୍ଗର ଥିଲା। ଏହାର କାରଣ ହେଉଛି ଷ୍ଟିଭ ଜବ୍ସ ଚାହୁଁଥିଲେ ଯେ କମ୍ପାନୀକୁ ମାନବିକ ଦୃଷ୍ଟିକୋଣରୁ ମଧ୍ୟ ଦେଖାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଲ୍‌ମାର୍ଟ ଇଣ୍ଡିଆକୁ ଅଧିଗ୍ରହଣ କଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଳୀ,୨୪।୭: ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଓ୍ବାଲ୍‌ମାର୍ଟ ଇଣ୍ଡିଆ ହୋଲ୍‌ସେଲ୍‌ ବିଜ୍‌ନେସର ୧୦୦% ଅଂଶଧନ ହାସଲ କରିଛି। ଏହା ବାଦ୍‌ କମ୍ପାନୀ ଭାରତରେ ଫ୍ଲିପ୍‌କାର୍ଟ ହୋଲ୍‌ସେଲ ଶୁଭାରମ୍ଭ...

ଗୀତର ତାଳେ ତାଳେ ଯୁବତୀଙ୍କ ସହ ଡ୍ୟାନ୍ସ କରୁଛି ଡଲ୍‌ଫିନ୍‌

ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ। ଏମିତି କେହି ନାହିଁ ଗୀତକୁ ଭଲ ପାଏ ନାହିଁ। ଗୀତଟିଏ ବାଜିଲେ ଆପଣ କେବଳ ଖୁସି ଅନୁଭବ କରନ୍ତି ନାହିଁ,...

ଗ୍ରାହକଙ୍କୁ ଦେଲାନି ଜିଏସ୍‌ଟି ଫାଇଦା;ପି ଆଣ୍ଡ ଜି ଖାଇଗଲା ୨୫୦ କୋଟି

ନୂଆଦିଲ୍ଲୀ,୨୪-୪: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗ୍ରାହକଙ୍କୁ ଫାଇଦା ନ ଦେଇ ଆମେରିକାର ମଲ୍ଟି ନ୍ୟାଶନାଲ ଏଫ୍‌ଏମ୍‌ସିଜିି କମ୍ପାନୀ ପ୍ରକ୍ଟର ଆଣ୍ଡ ଗ୍ୟାମ୍ବଲ(ପି ଆଣ୍ଡ...

ପିଠି କୁଣ୍ଡାଉଛି ଜେସିବି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କିଛି ଭିଡିଓ ଅଛି, ଯାହାକୁ ଦେଖିଲେ ନ ହସି ରହିପାରିବେନି। ଏବେ...

ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ହେବାରୁ ରାଗ ଶାନ୍ତ କରିବାକୁ ଏମିତି ପଦକ୍ଷେପ ନେଲେ ସ୍ବାମୀ: ଶୁଣିଲେ ହେବେ…

ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ସାଧାରଣ କଥା। ହେଲେ ଏକ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେବାରୁ ସ୍ବାମୀ ନିଜକୁ ଶାନ୍ତ କରିବା ପାଇଁ...

ବତକକୁ ବ୍ୟକ୍ତି ଶିଖାଉଥିଲେ ପହଁରା; ସବୁ ବସିଗଲେ ତାଙ୍କ ପିଠିରେ, ଆଉ ତାପରେ

ବତକ ଓ ମଣିଷକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣଙ୍କର ମଧ୍ୟ ହସ ନିୟନ୍ତ୍ରଣ ହେବ ନାହିଁ।...

ଯୋଗ କରୁଛି ହାତୀ

ସୋସିଆଲ ମିଡିଆରେ ଅନେକ ସମୟରେ ହାତୀର ମଜାଳିଆ ଏବଂ ସୁନ୍ଦର ଭିଡିଓ ଦେଖିବାକୁ ମିଳିଥାଏ। ମାତ୍ର ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି, ଆପଣ ଏପରି...

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି,...

Advertisement
Archives

Model This Week