କାହିଁକି ଭତ୍ତୃହରିଙ୍କୁ କରଗଲା ପ୍ରୋ ଟେମ ସ୍ପିକର, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୨।୬: ସୋମବାର ଠାରୁ ୧୮ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତଥାପି ଏହା ପୂର୍ବରୁ ପ୍ରୋଟେମ ସ୍ପିକରଙ୍କୁ ନେଇ ବିବାଦ ଲାଗି ରହିଛି। କଂଗ୍ରେସ ଏହି ପ୍ରସଙ୍ଗରେ ସଂସଦର ପରମ୍ପରାକୁ ନଷ୍ଟ କରିଛି ବୋଲି ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ, ୮ଥର ଏମପି କେ. ସୁରେଶଙ୍କୁ ପ୍ରୋ ଟେମ ସ୍ପିକର କରାଯିବା ଉଚିତ। ତାଙ୍କ ବଦଳରେ ଏହି ଦାୟିତ୍ୱ ଭାଜପାର ଭତୃହରି ମହତାବଙ୍କୁ ଦେବା ଭୁଲ।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ୮ଥରର ଏମପି କେ.ସୁରେଶ କାହିଁକି ପ୍ରୋଟେମ ସ୍ପିକର ହୋଇପାରିବେ ନାହିଁ ଏବଂ ସାତଥର ଭାଜପା ଏମପି ଭତ୍ତୃହରି ଏହି ପଦ ପାଇଁ କିପରି ଯୋଗ୍ୟ ହେଲେ।

ତେବେ ସରକାରଙ୍କ ଏହି ପଦକ୍ଷେପ ପଛର କାରଣ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ କୁହାଯାଉଛି କି, ପ୍ରୋଟେମ ସ୍ପିକର ହେଉଛନ୍ତି ଗୃହର ଜଣେ ଅସ୍ଥାୟୀ ପ୍ରିଜାଇଡିଂ ଅଫିସର, ଯିଏକି ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥା’ନ୍ତି। ତାଙ୍କର ଦାୟିତ୍ୱ ହେଉଛି ଲୋକ ସଭାର ନବ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ଗ୍ରହଣ କରିବା ଏବଂ ଗୃହର ବାଚସ୍ପତି ନିର୍ବାଚନରେ ଅଧ୍ୟକ୍ଷତା କରିବା।

ଆମ ଦେଶରେ ପ୍ରୋଟେମ ସ୍ପିକର ନିଯୁକ୍ତି ପ୍ରକ୍ରିୟା ବ୍ରିଟିଶ ସଂସଦ ସହିତ ସମାନ । ଏହାକୁ ୱେଷ୍ଟମିନିଷ୍ଟର ସିଷ୍ଟମ କୁହାଯାଏ। ଯେଉଁଥିରେ ସଂସଦରେ ଲଗାତାର ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ସଦସ୍ୟଙ୍କୁ ପ୍ରୋ ଟେମ ସ୍ପିକର କରାଯାଏ। ଜଣେ ନୂଆ ସ୍ପିକର ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ଏହି ସଦସ୍ୟ ଗୃହର ଅଧ୍ୟକ୍ଷତା କରିବେ।

ତେବେ ପ୍ରୋଟେମ ସ୍ପିକର ପଦ ପାଇଁ କେ ସୁରେଶଙ୍କ ବଦଳରେ ଭତ୍ତୃହରିଙ୍କୁ ଏଥିପାଇଁ ମନୋନୀତ କରାଯାଇଛି କାରଣ ସୁରେଶ ଜଣେ ୮ଥରର ଏମପି ହୋଇଥିବାବେଳେ ମହତାବ ୭ଥର ଏମପି ହୋଇଛନ୍ତି। ଏହାକୁ ନେଇ କୁହାଯାଉଛି ଯେ, ଭତ୍ତୃହରି ଲୋକ ସଭା ଏମପି ଭାବରେ କ୍ରମାଗତ ୭ ଥର କାର୍ଯ୍ୟକାଳ କରିଥିବାବେଳେ ସୁରେଶ ୮ଥର ଏମପି ହୋଇଥିଲେ ମଧ୍ୟ ତାଙ୍କୁ ୧୯୯୮ ଓ ୨୦୦୪ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାର ଅର୍ଥ ହେଉଛି ଲୋକ ସଭା ସଦସ୍ୟ ଭାବରେ ଏହା କ୍ରମାଗତ ଚତୁର୍ଥ ଥରର ତାଙ୍କ କାର୍ଯ୍ୟକାଳ। ତେଣୁ ସେ ପ୍ରୋଟେମ ସ୍ପିକର ପଦ ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ ବୋଲି କୁହାଯାଉଛି।

ଏହାପୂର୍ବରୁ, ୧୭ତମ ଲୋକ ସଭାରେ ବିରେନ୍ଦ୍ର କୁମାରଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରୋଟେମ ସ୍ପିକର ଭାବରେ ନିଯୁକ୍ତ କରାଯାଇଥିଲା। ସେ ସେହି ସମୟରେ ଦୀର୍ଘତମ ଓ କ୍ରମାଗତ ଭାବରେ ନିର୍ବାଚିତ ସଦସ୍ୟ ଥିଲେ। ସେତେବେଳେ ମଧ୍ୟ ମନେକା ଗାନ୍ଧୀ ବରିଷ୍ଠ ଏମପି ଥିଲେ, କିନ୍ତୁ ତାଙ୍କର କାର୍ଯ୍ୟକାଳ ନିରନ୍ତର ନ ଥିଲା ତେଣୁ ସେ ପ୍ରୋଟେମ ସ୍ପିକର ଭାବରେ ମନୋନୀତ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri