କାହିଁକି ଭତ୍ତୃହରିଙ୍କୁ କରଗଲା ପ୍ରୋ ଟେମ ସ୍ପିକର, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୨।୬: ସୋମବାର ଠାରୁ ୧୮ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତଥାପି ଏହା ପୂର୍ବରୁ ପ୍ରୋଟେମ ସ୍ପିକରଙ୍କୁ ନେଇ ବିବାଦ ଲାଗି ରହିଛି। କଂଗ୍ରେସ ଏହି ପ୍ରସଙ୍ଗରେ ସଂସଦର ପରମ୍ପରାକୁ ନଷ୍ଟ କରିଛି ବୋଲି ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ, ୮ଥର ଏମପି କେ. ସୁରେଶଙ୍କୁ ପ୍ରୋ ଟେମ ସ୍ପିକର କରାଯିବା ଉଚିତ। ତାଙ୍କ ବଦଳରେ ଏହି ଦାୟିତ୍ୱ ଭାଜପାର ଭତୃହରି ମହତାବଙ୍କୁ ଦେବା ଭୁଲ।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ୮ଥରର ଏମପି କେ.ସୁରେଶ କାହିଁକି ପ୍ରୋଟେମ ସ୍ପିକର ହୋଇପାରିବେ ନାହିଁ ଏବଂ ସାତଥର ଭାଜପା ଏମପି ଭତ୍ତୃହରି ଏହି ପଦ ପାଇଁ କିପରି ଯୋଗ୍ୟ ହେଲେ।

ତେବେ ସରକାରଙ୍କ ଏହି ପଦକ୍ଷେପ ପଛର କାରଣ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ କୁହାଯାଉଛି କି, ପ୍ରୋଟେମ ସ୍ପିକର ହେଉଛନ୍ତି ଗୃହର ଜଣେ ଅସ୍ଥାୟୀ ପ୍ରିଜାଇଡିଂ ଅଫିସର, ଯିଏକି ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥା’ନ୍ତି। ତାଙ୍କର ଦାୟିତ୍ୱ ହେଉଛି ଲୋକ ସଭାର ନବ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ଗ୍ରହଣ କରିବା ଏବଂ ଗୃହର ବାଚସ୍ପତି ନିର୍ବାଚନରେ ଅଧ୍ୟକ୍ଷତା କରିବା।

ଆମ ଦେଶରେ ପ୍ରୋଟେମ ସ୍ପିକର ନିଯୁକ୍ତି ପ୍ରକ୍ରିୟା ବ୍ରିଟିଶ ସଂସଦ ସହିତ ସମାନ । ଏହାକୁ ୱେଷ୍ଟମିନିଷ୍ଟର ସିଷ୍ଟମ କୁହାଯାଏ। ଯେଉଁଥିରେ ସଂସଦରେ ଲଗାତାର ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ସଦସ୍ୟଙ୍କୁ ପ୍ରୋ ଟେମ ସ୍ପିକର କରାଯାଏ। ଜଣେ ନୂଆ ସ୍ପିକର ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ଏହି ସଦସ୍ୟ ଗୃହର ଅଧ୍ୟକ୍ଷତା କରିବେ।

ତେବେ ପ୍ରୋଟେମ ସ୍ପିକର ପଦ ପାଇଁ କେ ସୁରେଶଙ୍କ ବଦଳରେ ଭତ୍ତୃହରିଙ୍କୁ ଏଥିପାଇଁ ମନୋନୀତ କରାଯାଇଛି କାରଣ ସୁରେଶ ଜଣେ ୮ଥରର ଏମପି ହୋଇଥିବାବେଳେ ମହତାବ ୭ଥର ଏମପି ହୋଇଛନ୍ତି। ଏହାକୁ ନେଇ କୁହାଯାଉଛି ଯେ, ଭତ୍ତୃହରି ଲୋକ ସଭା ଏମପି ଭାବରେ କ୍ରମାଗତ ୭ ଥର କାର୍ଯ୍ୟକାଳ କରିଥିବାବେଳେ ସୁରେଶ ୮ଥର ଏମପି ହୋଇଥିଲେ ମଧ୍ୟ ତାଙ୍କୁ ୧୯୯୮ ଓ ୨୦୦୪ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାର ଅର୍ଥ ହେଉଛି ଲୋକ ସଭା ସଦସ୍ୟ ଭାବରେ ଏହା କ୍ରମାଗତ ଚତୁର୍ଥ ଥରର ତାଙ୍କ କାର୍ଯ୍ୟକାଳ। ତେଣୁ ସେ ପ୍ରୋଟେମ ସ୍ପିକର ପଦ ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ ବୋଲି କୁହାଯାଉଛି।

ଏହାପୂର୍ବରୁ, ୧୭ତମ ଲୋକ ସଭାରେ ବିରେନ୍ଦ୍ର କୁମାରଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରୋଟେମ ସ୍ପିକର ଭାବରେ ନିଯୁକ୍ତ କରାଯାଇଥିଲା। ସେ ସେହି ସମୟରେ ଦୀର୍ଘତମ ଓ କ୍ରମାଗତ ଭାବରେ ନିର୍ବାଚିତ ସଦସ୍ୟ ଥିଲେ। ସେତେବେଳେ ମଧ୍ୟ ମନେକା ଗାନ୍ଧୀ ବରିଷ୍ଠ ଏମପି ଥିଲେ, କିନ୍ତୁ ତାଙ୍କର କାର୍ଯ୍ୟକାଳ ନିରନ୍ତର ନ ଥିଲା ତେଣୁ ସେ ପ୍ରୋଟେମ ସ୍ପିକର ଭାବରେ ମନୋନୀତ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri