ଛୋଟ କାର୍‌ରେ ୨ ଏୟାର ବ୍ୟାଗ୍‌ କାହିଁକି

ନୂଆଦିଲ୍ଲୀ,୨୦।୯:  ବଡ କାର୍‌ଗୁଡିକରେ ୮ ଏୟାରବ୍ୟାଗ୍‌ ରହିଛି। ମାତ୍ର ଛୋଟ କାରଗୁଡିକରେ ୨ଟି ଏୟାରବ୍ୟାଗ ଥିବାରୁ ଏହାକୁ ନେଇ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରବିବାର ଅଟୋମୋବାଇଲ କମ୍ପାନୀଗୁଡିକୁ ପ୍ରଶ୍ନ କରିଛନ୍ତି।
ଗଡକରୀଙ୍କ କହିବା ମୁତାବକ, ଛୋଟ କାରରେ ମଧ୍ୟ ସବୁ ଯାତ୍ରୀଙ୍କ ଲାଗି ଏୟାରବ୍ୟାଗ ରହିବା ଆବଶ୍ୟକ। ଫଳରେ ନିମ୍ନ, ମଧ୍ୟବିତ୍ତ ଏବଂ ଗରିବ ବର୍ଗଙ୍କୁ ମଧ୍ୟ ଯାତ୍ରା ସମୟରେ ସୁରକ୍ଷା ମିଳିପାରିବ। ପିଟିଆଇକୁ ସାକ୍ଷାତକାରରେ ଗଡକରୀ କହିଛନ୍ତି, ଧନୀ ଲୋକ ନେଉଥିବା ବଡ ଯାନଗୁଡିକରେ କମ୍ପାନୀ ୮ ଏୟାର ବ୍ୟାଗ ଦେଉଛନ୍ତି। ମାତ୍ର ଛୋଟ କାରରେ ଏହା ୨ କିମ୍ବା ୩। ଏଭଳି କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଦେଶ ମଧ୍ୟରେ ନିମ୍ନ ସେଗ୍‌ମେଣ୍ଟ ଗ୍ରାହକଙ୍କୁ ମଧ୍ୟ ସୁରକ୍ଷା ଦେବା ଜରୁରୀ ବୋଲି ସେ ମତ ରଖିଛନ୍ତି।
ସେ ପୁଣି କହିଛନ୍ତି, ଛୋଟ କାର୍‌ ସାଧାରଣତଃ ନିମ୍ନ ଏବଂ ମଧ୍ୟବିତ୍ତ ଲୋକ କ୍ରୟ କରିଥାନ୍ତି। ଏହି କାର୍‌ଗୁଡିକରେ ଆବଶ୍ୟକ ସଂଖ୍ୟକ ଏୟାର ବ୍ୟାଗ ନ ରହିବାକୁ ଦୁର୍ଘଟଣା ସମୟରେ ଅନେକ ଲୋକଙ୍କୁ ଜୀବନ ରକ୍ଷା କରିବାରେ କଷ୍ଟକର ହେଉଛି। ଏଣୁ ପ୍ରତିକାରରେ ଅତି କମ୍‌ରେ ୬ ଏୟାରବ୍ୟାଗ୍‌ ରଖିବାକୁ ଗଡକରୀ ଯାନ କମ୍ପାନୀଙ୍କୁ ଅପିଲ୍‌ କରିଛନ୍ତି। ସେ ଏୟା ମଧ୍ୟ ମାନିଛନ୍ତି ଯେ, ଛୋଟ କାରଗୁଡିକରେ ଏୟାରବ୍ୟାଗ ରଖିଲେ ସେଗୁଡିକର ଉତ୍ପାଦନ ଖର୍ଚ୍ଚ ୩ରୁ ୪ ହଜାର ବଢିଯିବ। ମାତ୍ର ଏହା ଦ୍ୱାରା ଗ୍ରାହକ ଲାଭବାନ ହୋଇପାରିବେ। ଚଳିତ ବର୍ଷ ଏପ୍ରିଲ ପହିଲାରୁ ନୂଆ କାରର ସବୁ ମଡେଲ ଉପରେ ଏୟାରବ୍ୟାଗକୁ ଅନିବାର୍ଯ୍ୟ କରାଯାଇଛି। ସଡ଼କ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଧିକ ଟିକସ ଏବଂ ସୁରକ୍ଷା ନିୟମ କାରଣରୁ ଅଟୋମୋବାଇଲ କମ୍ପାନୀଗୁଡିକୁ ପ୍ରଡକ୍ଟ ମହଙ୍ଗା ହେଉଥିବାରୁ ଏହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

ପେଟ୍ରୋଲ-ଡିଜେଲ ପରେ ଏବେ LPG ପାଳି? ଜାଣନ୍ତୁ ଆଜି କେତେ ରହିଛି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୩।୫: ଦେଶରେ ସାଧାରଣ ଜନତାଙ୍କ ପକେଟ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ଆଜି (୨୩ ମଇ, ୨୦୨୬) ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri