ଛୋଟ କାର୍‌ରେ ୨ ଏୟାର ବ୍ୟାଗ୍‌ କାହିଁକି

ନୂଆଦିଲ୍ଲୀ,୨୦।୯:  ବଡ କାର୍‌ଗୁଡିକରେ ୮ ଏୟାରବ୍ୟାଗ୍‌ ରହିଛି। ମାତ୍ର ଛୋଟ କାରଗୁଡିକରେ ୨ଟି ଏୟାରବ୍ୟାଗ ଥିବାରୁ ଏହାକୁ ନେଇ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରବିବାର ଅଟୋମୋବାଇଲ କମ୍ପାନୀଗୁଡିକୁ ପ୍ରଶ୍ନ କରିଛନ୍ତି।
ଗଡକରୀଙ୍କ କହିବା ମୁତାବକ, ଛୋଟ କାରରେ ମଧ୍ୟ ସବୁ ଯାତ୍ରୀଙ୍କ ଲାଗି ଏୟାରବ୍ୟାଗ ରହିବା ଆବଶ୍ୟକ। ଫଳରେ ନିମ୍ନ, ମଧ୍ୟବିତ୍ତ ଏବଂ ଗରିବ ବର୍ଗଙ୍କୁ ମଧ୍ୟ ଯାତ୍ରା ସମୟରେ ସୁରକ୍ଷା ମିଳିପାରିବ। ପିଟିଆଇକୁ ସାକ୍ଷାତକାରରେ ଗଡକରୀ କହିଛନ୍ତି, ଧନୀ ଲୋକ ନେଉଥିବା ବଡ ଯାନଗୁଡିକରେ କମ୍ପାନୀ ୮ ଏୟାର ବ୍ୟାଗ ଦେଉଛନ୍ତି। ମାତ୍ର ଛୋଟ କାରରେ ଏହା ୨ କିମ୍ବା ୩। ଏଭଳି କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଦେଶ ମଧ୍ୟରେ ନିମ୍ନ ସେଗ୍‌ମେଣ୍ଟ ଗ୍ରାହକଙ୍କୁ ମଧ୍ୟ ସୁରକ୍ଷା ଦେବା ଜରୁରୀ ବୋଲି ସେ ମତ ରଖିଛନ୍ତି।
ସେ ପୁଣି କହିଛନ୍ତି, ଛୋଟ କାର୍‌ ସାଧାରଣତଃ ନିମ୍ନ ଏବଂ ମଧ୍ୟବିତ୍ତ ଲୋକ କ୍ରୟ କରିଥାନ୍ତି। ଏହି କାର୍‌ଗୁଡିକରେ ଆବଶ୍ୟକ ସଂଖ୍ୟକ ଏୟାର ବ୍ୟାଗ ନ ରହିବାକୁ ଦୁର୍ଘଟଣା ସମୟରେ ଅନେକ ଲୋକଙ୍କୁ ଜୀବନ ରକ୍ଷା କରିବାରେ କଷ୍ଟକର ହେଉଛି। ଏଣୁ ପ୍ରତିକାରରେ ଅତି କମ୍‌ରେ ୬ ଏୟାରବ୍ୟାଗ୍‌ ରଖିବାକୁ ଗଡକରୀ ଯାନ କମ୍ପାନୀଙ୍କୁ ଅପିଲ୍‌ କରିଛନ୍ତି। ସେ ଏୟା ମଧ୍ୟ ମାନିଛନ୍ତି ଯେ, ଛୋଟ କାରଗୁଡିକରେ ଏୟାରବ୍ୟାଗ ରଖିଲେ ସେଗୁଡିକର ଉତ୍ପାଦନ ଖର୍ଚ୍ଚ ୩ରୁ ୪ ହଜାର ବଢିଯିବ। ମାତ୍ର ଏହା ଦ୍ୱାରା ଗ୍ରାହକ ଲାଭବାନ ହୋଇପାରିବେ। ଚଳିତ ବର୍ଷ ଏପ୍ରିଲ ପହିଲାରୁ ନୂଆ କାରର ସବୁ ମଡେଲ ଉପରେ ଏୟାରବ୍ୟାଗକୁ ଅନିବାର୍ଯ୍ୟ କରାଯାଇଛି। ସଡ଼କ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଧିକ ଟିକସ ଏବଂ ସୁରକ୍ଷା ନିୟମ କାରଣରୁ ଅଟୋମୋବାଇଲ କମ୍ପାନୀଗୁଡିକୁ ପ୍ରଡକ୍ଟ ମହଙ୍ଗା ହେଉଥିବାରୁ ଏହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri