ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୦୭%

ନୂଆଦିଲ୍ଲୀ, ୧୫।୭: ଜୁନ୍‌ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୦୭% ରହିଛି। ଏହି ସମୟରେ ଅଶୋଧିତ ତେଲ ଏବଂ ଖାଦ୍ୟ ସାମଗ୍ରୀ ଦର ସାମାନ୍ୟ ବଢ଼ିଛି। ଲଗାତର ୩ ମାସ ହେବ ପାଇକାରୀ ମୁଦ୍ରାସ୍ଫୀତି ୨ ଅଙ୍କ ସ୍ତର ଛୁଇଁଛି। ଗତ ବର୍ଷର ଲୋ ବେସ୍‌ ପ୍ରଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୨୦୨୦ ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି -୧.୮୧% ସ୍ତରରେ ରହିଥିଲା। ଚଳିତ ବର୍ଷ ମେ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫ ମାସର ସର୍ବୋଚ୍ଚ ସ୍ତର ୧୨.୯୪%ରେ ରହିଥିଲା। ଚଳିତ ବର୍ଷ ଅକ୍ଟୋବର ଯାଏ ଏହି ମୁଦ୍ରାସ୍ଫୀତି ବର୍ଦ୍ଧିତ ସ୍ତରରେ ରହିବା ନେଇ ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସରକାର ବୁଧବାର ପାଇକାରୀ ମୁଦ୍ରାସ୍ଫୀତି ସଂକ୍ରାନ୍ତ ଡାଟା ଜାରି କରିଛନ୍ତି। ମିନେରାଲ ଅଏଲ ମହଙ୍ଗା ହେବା ଯୋଗୁ ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ବଢିଛି। ଏଥିରେ ପେଟ୍ରୋଲ,ଡିଜେଲ, ନେପଥା ଏବଂ ଜେଟ୍‌ ଫୁଏଲ ସାମିଲ ରହିଛି। ସେହିଭଳି ମାନୁଫାକଚର ପ୍ରଡକ୍ଟ ଭଳି ବେସିକ ମେଟାଲ ଏବଂ ଫୁଡ୍‌ ପ୍ରଡକ୍ଟର ଦରଦାମ ମଧ୍ୟ ବଢିଛି।
ରିପୋର୍ଟ ମୁତାବକ, ଇନ୍ଧନ ଏବଂ ଶକ୍ତି ୩୨.୮୩% ମହଙ୍ଗା ହୋଇଛି। ମାନୁଫାକ୍‌ଚର ପ୍ରଡକ୍ଟ ୧୦.୮୮% ମହଙ୍ଗା ହୋଇଥିବା ବେଳେ ପ୍ରାଇମେରି ଆର୍ଟିକିଲ ୭.୭୪% ଦର ବଢିଛି। ଖାଦ୍ୟ ସାମଗ୍ରୀ ଦର ଶସ୍ତା ହେବା ଯୋଗୁ ଖାଦ୍ୟ ସୂଚକାଙ୍କରେ ମୁଦ୍ରାସ୍ଫୀତି ୬.୬୬%କୁ ଖସିଛି। ମେ ମାସରେ ଏହା ୮.୧୧% ସ୍ତରରେ ରହିଥିଲା। ସରକାର ସୋମବାର ଖୁଚୁରା ମୁଦ୍ରାସ୍ଫୀତି ଏବଂ ଔଦ୍ୟୋଗିକ ଉତ୍ପାଦନ ସଂକ୍ରାନ୍ତ ଡାଟା ଜାରି କରିଥିଲେ। ଜୁନ୍‌ରେ ଖାଉଟି ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି ୬.୨୬% ରହିଛି। ମେ ମାସରେ ଏହା ୬.୩୦% ସ୍ତରରେ ରହିଥିଲା। ମେ ମାସରେ ମୁଦ୍ରାସ୍ଫୀତି ୬ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ଜୁନ୍‌ରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ ୨୯.୨% ସ୍ତରରେ ରହିଛି। ଏହା ୨୦୨୦ ମେ ମାସରେ ୩୩.୪% ହ୍ରାସ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

ଗୋଟିଏ କି ଦୁଇଟା ନୁହେଁ ଝିଅଙ୍କ ନାଁରେ ଏତେ ଯୋଜନା ଚଳାଉଛନ୍ତି ସରକାର, ଜାଣନ୍ତୁ କେମିତି ମିଳିବ ଫାଇଦା

ନୂଆଦିଲ୍ଲୀ,୨୫।୪: ଭାରତରେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ କେବଳ ଆର୍ଥିକ…

YourDesiCartକୁ କିଣିଲା Garudavega: ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଆହୁରି ସହଜ ହେବ କିଣାବିକା

YourDesiCart ନାମକ ଏକ ଅନ୍‌ଲାଇନ ଶପିଙ୍ଗ ଏବଂ ପାର୍ସେଲ ସେବା ପ୍ଲାଟଫର୍ମକୁ କ୍ରୟ କରିଛି Garudavega (NexGen Logistics ର ଏକ ଅଂଶ)। ଏହା ଦ୍ୱାରା ଗରୁଡବେଗା…

୨୮ ଦିନିଆ ଶସ୍ତା ଗେମିଂ ପ୍ଲାନ ଲଞ୍ଚ କଲା Jio, ୬୧GB ଡାଟା ସହିତ ମାଗଣା OTT

ନୂଆଦିଲ୍ଲୀ,୨୫।୪: ଜିଓ ପୁଣି ଥରେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏକ ସୁଲଭ ଯୋଜନା ଲଞ୍ଚ କରିଛି । ଜିଓର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ ସ୍ୱତନ୍ତ୍ର…

ଟିପିସିଓଡିଏଲ୍‌ ପକ୍ଷରୁ ସେଫ୍ଟି ଆୱାର୍ଡ ପ୍ରଦାନ

ଭୁବନେଶ୍ୱର,୨୫।୪(ଅନୁରାଧା ମହାରଣା): ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଜାତୀୟ ସୁରକ୍ଷା ମାସ ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି। ମାର୍ଚ୍ଚ ୪ରୁ ଏପ୍ରିଲ…

ଘଣ୍ଟାଏ କାମ କଲେ ମିଳିବ ୨ଘଣ୍ଟାର ଦରମା! ନୂଆ ଲେବର କୋଡରେ ଓଭରଟାଇମ୍‌ର କଡ଼ା ନିୟମ

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଓଭରଟାଇମ କାମ କରିବା ଆଉ କ୍ଷତିରେ ଯିବନି। ବରଂ, ଏହା ରୋଜଗାରକୁ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦିଏ! ୧ ଏପ୍ରିଲ, ୨୦୨୬ ଠାରୁ କାର୍ଯ୍ୟକାରୀ…

Paytm ଗ୍ରାହକଙ୍କୁ ବଡ଼ ଝଟ୍‌କା! RBI ରଦ୍ଦ କଲା ବ୍ୟାଙ୍କିଂ ଲାଇସେନ୍ସ, ଏବେ ଆଉ…

ମୁମ୍ବାଇ,୨୪।୪: ଡିଜିଟାଲ କାରବାର କ୍ଷେତ୍ରରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏକ ବଡ଼ ଶକ୍ତ…

ମେ’୧ଠାରୁ ପରିବର୍ତ୍ତନ ହେବ EPFO ଉଠାଣ ନିୟମ, ଏଣିକି ସିଧାସଳଖ…

ନୂଆଦିଲ୍ଲୀ,୨୪।୪: ଲକ୍ଷ ଲକ୍ଷ EPFO ଗ୍ରାହକଙ୍କ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କୁ ଆଉ ଆପଣଙ୍କ PF ଟଙ୍କା ଉଠାଇବା ପାଇଁ ସପ୍ତାହେ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri