ରାଜ୍ୟ ସଭାକୁ କିଏ ଯିବେ? ଏହି ନେତାଙ୍କ ନାଁକୁ ନେଇ ଚାଲିଛି ଜୋର୍‌ଦାର ଚର୍ଚ୍ଚା

ଭୁବନେଶ୍ୱର,୭ା୮: ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସଭା ଏମ୍‌ପି ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ  ରାଜ୍ୟ ସଭାକୁ କିଏ ଯିବେ ସେନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ଏହା ମଧ୍ୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନାଁ ବେଶ୍‌ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ମନମୋହନ ସାମଲ କହିଛନ୍ତି, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ। ସେ କହିଛନ୍ତି, ଗଣମାଧ୍ୟମରେ ଯାହା ଚର୍ଚ୍ଚା ହୁଏ, ସେଥିରେ କିଛି ନାହିଁ। ବିଧାୟକ, ଲୋକ ସଭା ପ୍ରାର୍ଥୀ ରାଜ୍ୟ ସଭା ହେଉ କି ଲୋକ ସଭା ସବୁକିଛି ଦିଲ୍ଲୀରେ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ।

ସେହିପରି ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଦିଲ୍ଲୀପ ରାୟ ଏବଂ ମମତା ମଧ୍ୟ ରାଜ୍ୟ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ କେନ୍ଦ୍ରୀୟ କମିଟି କାହା ନାଁରେ ମୋହର ମାରୁଛି।

ସୂଚନାଯୋଗ୍ୟ, ଓଡ଼ିଶା ସମେତ ୯ଟି ରାଜ୍ୟରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖରେ ବିଜ୍ଞପ୍ତି ଜାରି ହେବାକୁ ଥିବା ବେଳେ ଅଗଷ୍ଟ ୨୧ରେ ନାମାଙ୍କନ ପାଇଁ ଶେଷ ତାରିଖ ରହିଛି। ୨୨ ତାରିଖରେ ନାମାଙ୍କନ ଯାଞ୍ଚ ହେବ। ଆମ ରାଜ୍ୟ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୭ ଅଗଷ୍ଟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri