କିଏ ହେବେ ରାଜ୍ୟ ଭାଜପା ସଭାପତି? କାହିଁକି ଏମିତି କହିଲେ ମନମୋହନ…

ଭାଜପା ରାଜ୍ୟ ସଭାପତିକୁ ନେଇ ମାନସ ମନ୍ଥନ ଚାଲିଥିବା ବେଳେ ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟ ଭାଜପା ଟିମ୍ । ଆଗକୁ ରାଜ୍ୟ ଭାଜପାର ପୁନର୍ଗଠନ ହେବାକୁ ଥିବାବେଳେ ଚାଲିଛି କସରତ । ୧୫ ତାରିଖ ସୁଦ୍ଧା ରାଜ୍ୟରେ 37ଟି ସାଙ୍ଗଠନିକ ଜିଲ୍ଲାର ନିର୍ବାଚନ ଶେଷ ହେବା ପରେ ରାଜ୍ୟଭାଜପା ସଭାପତି ଚୟନ କରାଯିବ । ତେବେ ରାଜ୍ୟରେ କ୍ଷମତାରେ ଥିବା ଦଳର କିଏ ହେବ ପରବର୍ତ୍ତୀ ରାଜ୍ୟ ମୁଖିଆ । ନା,ଦଳ ମନମୋହନଙ୍କୁ ରିପିଟ କରିବ ପଦ୍ମ କ୍ୟାମ୍ପ, ସେନେଇ ଚର୍ଚ୍ଚା ଜାରି ରହିଛି । ଏ ଭିତରେ ଭାଜପା ସଭାପତି ମନମୋହନ ସାମଲ ବଡ଼ ସୂଚନା ଦେଇଛନ୍ତି।ସେ କହିଛନ୍ତି୨ ଥର ସଭାପତି ହୋଇ ବ୍ରେକ୍‌ ନେଇ ପୁଣି ହେଇ ପାରିବେ। ଦଳର ସଙ୍ଗଠନ ଏହାକୁ ନେଇ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ନିକଟରେ ଦିଲ୍ଲୀରେ ରାଜ୍ୟ ଭାଜପାର ବଡ଼ ବୈଠକ ବସିଥିଲା । ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର , ସହ-ପ୍ରଭାରୀ ଲତା ଉସେଣ୍ଡି, ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ କୋର କମିଟିର ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ୧୫ ତାରିଖ ସୁଦ୍ଧା ରାଜ୍ୟରେ ସମସ୍ତ ୩୭ଟି ସାଙ୍ଗଠନିକ ଜିଲାର ନିର୍ବାଚନ ଶେଷ ହେବାକୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ରାଜ୍ୟ ସଭାପତି ଚୟନ କାର୍ଯ୍ୟକ୍ରମ । ଏହା ପୂର୍ବରୁ ରାଜ୍ୟ ନେତାଙ୍କ ଦିଲ୍ଲୀରେ ଡେରାକୁ ନେଇ ରାଜ୍ୟ ସଭାପତି ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

Share