Posted inଜାତୀୟ

‘ଇଣ୍ଡିଆ’ ମେଣ୍ଟ ସରକାର ଗଢିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ମନର କଥା କହିଲେ ଦିଗବିଜୟ

ନୂଆଦିଲ୍ଲୀ,୧୬।୫: ଭୁପେଶ ବାଘେଲଙ୍କ ପରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ରାହୁଲ ରାଗ ଛାଡିଛନ୍ତି। ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଦିଗବିଜୟ ସିଂ ଭୁପେଶ ବାଘେଲଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି।ସେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସ୍ବତନ୍ତ୍ର ବାର୍ତ୍ତାଳାପରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏହା ଆମର ମନର ଭାବନା।

କଂଗ୍ରେସ ନେତା କହିଛନ୍ତି ଯେ ଭୁପେଶ ବାଘେଲ ଯାହା କହିଛନ୍ତି ତାହା ମଧ୍ୟ ମୋର ଅନ୍ତର୍ନିହିତ ଅନୁଭବ। ରାହୁଲ ଗାନ୍ଧୀଙ୍କ ବିଷୟରେ ଆମର ଭାବନା ପ୍ରକାଶ କରିବାକୁ ଆମର ସମସ୍ତ ଅଧିକାର ଅଛି।
ସେ କହିଛନ୍ତି ଯେ ଏହି ଦେଶର ଅନ୍ୟ କୌଣସି ନେତା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କ ପରି କଠିନ ପରିଶ୍ରମ କରିନାହାଁନ୍ତି। ସେ ନିରନ୍ତର ଗରିବଙ୍କ ଯୁଦ୍ଧରେ ଲଢୁଛନ୍ତି। ଘୃଣାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ଦିଗବିଜୟ ସିଂ କହିଛନ୍ତି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମ୍ୟାଟେରିୟାଲ।
ତେବେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସ ନେତାଙ୍କ ନିବେଦନ ଉପରେ ବିରୋଧୀ ଦଳର ନେତାମାନେ ନିରବ ରହିଲେ ସେତେବେଳେ ଦିଗବିଜୟ ସିଂ କହିଛନ୍ତି ଯେ କଂଗ୍ରେସ ନେତାମାନେ ରାହୁଲ ଗାନ୍ଧୀଙ୍କୁ ସେମାନଙ୍କ ନେତା ଭାବରେ ଗ୍ରହଣ କରିଛନ୍ତି। ଆମେ କଂଗ୍ରେସ ପାର୍ଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନାମ ଆଗକୁ ବଢାଉଛୁ।
ସେ କହିଛନ୍ତି ଯେ ସରକାର ଗଠନ ହେଲେ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ କେବଳ ମିଳିତ ମଞ୍ଚର ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସରକାର ଗଠନ ପରେ ହିଁ ଏ ବାବଦରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri