Posted inଜାତୀୟ

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ: ଯୁବନେତାଙ୍କ ଉପରେ ନାହିଁ ଭରସା

ନୂଆଦିଲ୍ଲୀ, ୧୬।୭: ବିଭିନ୍ନ ରାଜ୍ୟରେ ଶାସକ କଂଗ୍ରେସ ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦଳୀୟ ନେତାଙ୍କୁ ହାଇକମାଣ୍ଡ ଏକଜୁଟ କରି ରଖିବାକୁ ଅସମର୍ଥ ହେଉଛନ୍ତି। ଏପରିସ୍ଥଳେ ଦଳରେ ନୂଆ ମୁଖିଆ ଖୋଜା ଚାଲିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ଅଗଷ୍ଟରେ ଶେଷ ହେବ। ତାଙ୍କପରେ କିଏ ଏହି ଡୋର ଧରିବ ସେ ନେଇ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ତତ୍‌କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ରାହୁଲଙ୍କ ଇସ୍ତଫା ପରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ବର୍ଷକ ପାଇଁ ନିର୍ବାଚିତ କରାଯାଇଥିଲା। ବର୍ଷେ ମଧ୍ୟରେ ନୂଆ ଅଧ୍ୟକ୍ଷ ନିର୍ବାଚନ କରାଯିବ ବୋଲି ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ କୁହାଯାଇଥିଲା। କରୋନା ସଂକ୍ରମଣ ଯୋଗୁ ଦଳର ଅଧ୍ୟକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହୋଇଥିବା କଂଗ୍ରେସ କହିଛି। ଅଗଷ୍ଟ ୧୦ ସୁଦ୍ଧା ନୂଆ ଅଧ୍ୟକ୍ଷ ନିର୍ବାଚିତ ନ ହେଲେ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିବାର ସମ୍ଭାବନା ରହିଛି। ରାହୁଲ ପୁଣି ଥରେ ଅଧ୍ୟକ୍ଷ ହେବାକୁ ଅମଙ୍ଗ। ଦଳ ଯୁବନେତାଙ୍କ ଉପରେ ଭରସା ମଧ୍ୟ କରିପାରୁ ନାହିଁ। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ ଏବେ ରାଜସ୍ଥାନରେ ସଚିନ ପାଇଲଟଙ୍କ ଭଳି ଯୁବନେତାଙ୍କ କାର୍ଯ୍ୟ କଂଗ୍ରେସକୁ ହତାସ କରିଛି। ରାହୁଲଙ୍କ ପରେ ଦଳର ପ୍ରଥମ ପସନ୍ଦ ଏବେ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରହିଛନ୍ତି। ପ୍ରିୟଙ୍କାକୁ ସୋନିଆ ଜାଣିଶୁଣି ଦଳରୁ ଦୂରେଇ ରଖିଥିଲେ ବୋଲି କୁହାଯାଉଛି। ରାହୁଲ କଂଗ୍ରେସ ପୋଷ୍ଟର ବୟ ହୁଅନ୍ତୁ ବୋଲି ସୋନିଆ ଚାହୁଁଥିଲେ। ଦଳରେ ଦୁଇଟି କ୍ଷମତା କେନ୍ଦ୍ର ସୃଷ୍ଟି କରିବାକୁ ସୋନିଆ ଚାହୁଁ ନ ଥିଲେ। ତେବେ ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ରାହୁଲଙ୍କୁ ସେନାପତି କରି ସଫଳତା ହାସଲ କରି ପାରି ନାହିଁ। ଏହାର ଫାଇଦା ଭାଜପା ନେଇଛି। ତେଣୁ ହୁଏତ ସୋନିଆଙ୍କ କାର୍ଯ୍ୟକାଳ ପୁଣି ବଢ଼ାଯାଇପାରେ କିମ୍ବା ପ୍ରିୟଙ୍କାଙ୍କ ହାତରେ ଡୋର ଦିଆଯିବା ନେଇ ଚର୍ଚ୍ଚା ହେଉଛି। ପ୍ରିୟଙ୍କା ଦଳ ଏବଂ ଦେଶବାସୀଙ୍କ ପସନ୍ଦ ବୋଲି ଚର୍ଚ୍ଚା ହେଉଛି। ୨୦୧୯ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିଥିଲେ। ସେ ଲୋକଙ୍କୁ ସହଜରେ ଇନ୍ଦିରା ଗାନ୍ଧୀଙ୍କ ଭଳି ଆକର୍ଷିତ କରିବାକୁ ସକ୍ଷମ ବୋଲି ଦଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?