Posted inଖେଳ

କିଏ ହେବ ଭାରତର ଅଧିନାୟକ, କୋହଲି କଲେ ଖୁଲାସା

ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆର ଯାତ୍ରା ସେମିଫାଇନାଲ ପୂର୍ବରୁ ଶେଷ ହୋଇଛି। ସୋମବାର ଭାରତର ଶେଷ ଲିଗ ମ୍ୟାଚ ନାମ୍ବିଆ ବିପକ୍ଷରେ ଥିଲା। ଏହି ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଜିତିଥିଲା। ଏହି ମ୍ୟାଚ ବିରାଟ କୋହଲିଙ୍କ ଟି -୨୦ ଅଧିନାୟକତ୍ୱର ଶେଷ ମ୍ୟାଚ ଥିଲା। କୋହଲି ଟି -୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଅଧିନାୟକତ୍ୱ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିସାରିଛନ୍ତି।
ଟି -୨୦ ଅଧିନାୟକତ୍ୱ ଛାଡିବା ପରେ ବିରାଟ କୋହଲି ନିଜକୁ ଅଟକାଇ ପାରି ନ ଥିଲେ ଏବଂ ସେ ନିଜ ତଥା ଟିମ ଇଣ୍ଡିଆ ବିଷୟରେ ଅନେକ କିଛି ପ୍ରକାଶ କରିଥିଲେ। ଅଧିନାୟକତ୍ୱ ଛାଡିବା ପରେ ବିରାଟ କୋହଲି କହିଛନ୍ତି, ‘ବର୍ତ୍ତମାନ ମୁଁ ବହୁତ ଆରାମ ଅନୁଭବ କରୁଛି। ଗତ ୬ରୁ ୭ବର୍ଷ ମଧ୍ୟରେ, ମୁଁ ବହୁତ ଚାପରେ ଥିଲା। ଏହା ମୋ ଶରୀର ଉପରେ ବହୁତ ପ୍ରଭାବ ପକାଇଥିଲା। ଟି -୨୦ କ୍ରିକେଟରେ ଅଧିକ ପାର୍ଥକ୍ୟ ରହିବ ନାହିଁ। ଯଦି ଆପଣ ପ୍ରଥମ ଦୁଇଟି ମ୍ୟାଚରେ ପ୍ରଥମ ଦୁଇଟି ଓଭରରେ ଅଧିକ ଉତ୍ସାହ ସହିତ ଖେଳିଥାନ୍ତୁ, ତେବେ ଜିନିଷ ଅଲଗା ହୋଇଥାନ୍ତା।
ଏହାପୂର୍ବରୁ ବିରାଟ କୋହଲି ମଧ୍ୟ ତାଙ୍କ ପରେ ଟିମ ଇଣ୍ଡିଆର ଟି -୨୦ ଅଧିନାୟକତ୍ୱ କିଏ ପାଇବେ ବୋଲି ପ୍ରକାଶ କରିଛନ୍ତି। ଏହି ପଦ ପାଇଁ ବିରାଟ କୋହଲି ରୋହିତଙ୍କ ନାମ ସୂଚାଇ ଦେଇଛନ୍ତି। ବିରାଟ କହିଛନ୍ତି, ଦଳ ଯେଉଁଭଳି ଭାବେ ଖେଳିଛି ସେଥିପାଇଁ ମୁଁ ବହୁତ ଗର୍ବିତ। ଏବେ ମୁଁ ଅନୁଭବ କରୁଛି ଯେ ଏହି ଦଳକୁ ଆଗକୁ ନେବା ପାଇଁ ଅନ୍ୟମାନଙ୍କୁ ଦାୟିତ୍ୱ ଦେବାର ସମୟ ଆସିଛି। ରୋହିତ ଏଠାରେ ଅଛନ୍ତି ଏବଂ ସେ କିଛି ଦିନି ପାଇଁ ଜିନିଷ ଉପରେ ଦୃଷ୍ଟି ରଖିଛନ୍ତି। ବିରାଟ ଯେପରି ରୋହିତଙ୍କ ନାମ ନେଇଥିଲେ, ଏବେ ସ୍ପଷ୍ଟ ହୋଇଛି ଯେ ରୋହିତ ଏହି ଦଳର ନୂତନ ଅଧିନାୟକ ହେବାକୁ ଯାଉଛନ୍ତି।
କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ କ୍ରିକେଟ ରେ ୫୦ଟି ମ୍ୟାଚ ଖେଳି ୩୦ଟି ଜିତି ୧୬ଟି ହାରିଛି। ଅଧିନାୟକ ଭାବରେ ବିରାଟ କୋହଲି ଟିମ ଇଣ୍ଡିଆ ପାଇଁ ଗୋଟିଏ ଆଇସିସି ଟୁର୍ନାମେଣ୍ଟ ଜିତିପାରିଲେ ନାହିଁ, ଏହା ପରେ ତାଙ୍କୁ ଟି -୨୦ର ଅଧିନାୟକତ୍ୱ ଛାଡିବାକୁ ପଡିଲା। ଟି -୨୦ର ଅଧିନାୟକତ୍ୱ ଛାଡିବା ପରେ ବିରାଟ କୋହଲିଙ୍କ ଦିନିକିଆ ଅଧିନାୟକତ୍ୱ ମଧ୍ୟ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ଆଗାମୀ କିଛି ଦିନ ମଧ୍ୟରେ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି -୨୦ର ଅଧିନାୟକତ୍ୱ ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri