ସନାତନ-ଅରବିନ୍ଦଙ୍କ ପରେ ଏଥର କିଏ? ନବୀନ ନେବେ କି କଡ଼ା କାର୍ଯ୍ୟାନୁଷ୍ଠାନ, ଚର୍ଚ୍ଚାରେ ରହିଛନ୍ତି…

ଭୁବନେଶ୍ୱର, ୧୬।୧(ସୁନିତ୍‌ ମିଶ୍ର): ବିଜେଡି ବିରୋଧରେ ଲଗାତର ତାଙ୍କ ଦଳର କେତେଜଣ ବରିଷ୍ଠ ନେତା ଗଣମାଧ୍ୟମ ଆଗରେ ବିବୃତି ରଖୁଥିବା ବେଳେ ଆଉ କେତେଜଣ ଯୁବଗୋଷ୍ଠୀ ଭିନ୍ନ ଭିନ୍ନ ଜାଗାରେ ଭୋଜିଭାତ କରିବାରେ ଲାଗିଛନ୍ତି। ଏଭଳି ଘଟଣା ଭିତରେ ଗତ ୩ ଦିନ ହେଲା ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୦ ଜଣ ଲେଖା ବିଧାୟକଙ୍କୁ ନବୀନ ନିବାସ ଡାକି ଆଲୋଚନା କରିବା ସହ ଗଣମାଧ୍ୟମକୁ ଉକ୍ତ ଖବର ବିଧିବଦ୍ଧ ଭାବେ ପ୍ରସାରଣ ପାଇଁ ଦେଉଛନ୍ତି। ଏହାରି ଭିତରେ ଦଳରେ ନବୀନଙ୍କ ପାଇଁ ଆଉ ନେତାମାନଙ୍କର ପୂର୍ବଭଳି ଡର ନ ଥିବା ଦେଖି ଏକ ପ୍ରାୟୋଜିତ ନିଲମ୍ବନ ଆଦେଶ ଜାରିକରି ଭୟର ବାତାବରଣ ସୃଷ୍ଟି କରିବାର ଉଦ୍ୟମ କରାଯାଇଛି। ଏକଥା ନବୀନ ନିବାସ ବୈଠକରେ ଗୁରୁବାର ଯୋଗ ଦେଇଥିବା ୧୦ ଜଣ ବିଧାୟକଙ୍କ ଭିତରୁ ଜଣେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି।
ତାଙ୍କ କହିବା ମୁତାବକ, ନବୀନ ବିଧାୟକମାନଙ୍କ ସହ ଆଲୋଚନା କରିବା ସମୟରେ ପ୍ରଥମେ ସମସ୍ତଙ୍କୁ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଯାହା ଶୁଣିବାକୁ ମିଳିଛି, ଆଲୋଚନା ମଝିରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯେଉଁ ନେତାମାନେ ଦଳ ବିରୋଧରେ ଗଣମାଧ୍ୟମରେ ମତ ରଖୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଏହାପରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମଧ୍ୟ ସମାନ କଥା ଉଠାଇ କହିଥିଲେ, ଯଦି ଦଳର କ୍ଷତି କରିବା ଭଳି ମତ ରଖୁଥିବା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୁଏ, ଭବିଷ୍ୟତରେ କ୍ଷତି ସହିବାକୁ ପଡ଼ିବ। ଏକଥା ଶୁଣି ନବୀନ ସଙ୍ଗେ ସଙ୍ଗେ ପ୍ରଶ୍ନ କରିଥିଲେ, କେଉଁମାନେ ଦଳ ବିରୋଧୀ କାମ କରୁଛନ୍ତି ବା ମତ ରଖୁଛନ୍ତି ସେମାନଙ୍କ ନାଁ କୁହ, ସେମାନେ ବିଧାୟକ ସନାତନ ମହାକୁଡ, ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ କଥା କହିଥିଲେ। ସଙ୍ଗେସଙ୍ଗେ ନବୀନ ତାଙ୍କ ଉତ୍ତରରେ କହିଥିଲେ, ଦେଖନ୍ତୁ ନିଲମ୍ବନ ହୋଇଗଲେ। ଜଣେ ସନାତନ ମହାକୁଡ଼ ଏବଂ ଅନ୍ୟ ଜଣେ ବିଧାୟକ ଅରବିନ୍ଦ ମହାପାତ୍ର। ସମସ୍ତେ ହଠାତ୍‌ ଅରବିନ୍ଦ ମହାପାତ୍ରଙ୍କ ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ। କାହିଁକି ଅରବିନ୍ଦଙ୍କ ନାମ କୁହାଗଲା ଏବଂ ନିଲମ୍ବନ କଥା ଉଠୁ ଉଠୁ କିପରି ନବୀନ କାର୍ଯ୍ୟାନୁଷ୍ଠାନ ନେଇଗଲେ, ସେକଥା ସେଠାରେ ଉପସ୍ଥିତ ଥିବା କେତେଜଣ ବିଧାୟକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଧାୟକ ଗଣେଶ୍ୱର ବେହେରା ବୈଠକରେ କହିଥିଲେ, ଅରବିନ୍ଦ ମହାପାତ୍ର ନିଲମ୍ବନ ହେବା କଥା କାହିଁକି ଠିକ୍‌ ଲାଗୁନାହିଁ। ଗଣେଶ୍ୱରଙ୍କ ଏଭଳି କଥାରେ ହଠାତ୍‌ ନବୀନ ଚିହିଁକି ଉଠି କହିଥିଲେ, ତାଙ୍କ ବାପା ବିଜୟ ମହାପାତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଶେଷ ନିର୍ବାଚନରେ ପରାଜିତ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ହରାଇବାକୁ ଚାହୁଁଥିଲେ; ଯେଉଁଥିଲାଗି ସେହି ସମୟରେ ତାଙ୍କୁ ଦଳରୁ କଢ଼ାଯାଇଥିଲା। ନବୀନଙ୍କ ଏଭଳି ମତ ଦେଖିବା ପରେ ଅରବିନ୍ଦଙ୍କୁ କାଢ଼ିବା ପଛରେ ଏହା ଏକ କାରଣ ହୋଇପାରେ ସେକଥା ସମସ୍ତେ ଚିନ୍ତା କରିଥିଲେ। ହେଲେ ଦିବ୍ୟଶଙ୍କର ଓ ଧ୍ରୁବଙ୍କ ସମାନ ପ୍ରସଙ୍ଗ ବୈଠକରେ ଉତ୍ଥାପନ ଏବଂ ସଙ୍ଗେସଙ୍ଗେ ନବୀନଙ୍କ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦଳ ପଛରେ ରହି ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ପାଣ୍ଡିଆନ୍‌ଙ୍କୁ ଏକ ପ୍ରକାର ସ୍ବୀକୃତି ଏବଂ ନବୀନଙ୍କ ପ୍ରତି ଭୟ ସୃଷ୍ଟି କରାଇବାକୁ ଏହା ଏକ ସୁଚିନ୍ତିତ ଉଦ୍ୟମ ବୋଲି ନବୀନ ନିବାସରୁ ଫେରିବା ପରେ କେତେଜଣ ବିଧାୟକ କୁହାକୁହି ହୋଇଥିବା ଶୁଣିବାକୁ ମିଳିଛି।
ଆଗକୁ ୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଥିବାବେଳେ ବିଜେଡି ପକ୍ଷରୁ ନବୀନଙ୍କ ଏପରି ବିଧାୟକଙ୍କୁ ଭେଟିବା ଏବଂ ବୈଠକର ୩ୟ ଦିନ ହଠାତ୍‌ ୨ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ଉଦ୍ଦେଶ୍ୟ ଯଦିଓ ଏବେଠାରୁ ସବୁ କଥାକୁ ସ୍ପଷ୍ଟ କରିବ ନାହିଁ, କିନ୍ତୁ ଆଗକୁ ବହୁ କିଛି ସ୍ପଷ୍ଟ ହୋଇଯିବ। କାରଣ ୪ର୍ଥ ରାଜ୍ୟ ସଭା ଆସନ ଲାଗି ମୁଖ୍ୟତଃ ରାଜନୀତି ହେବାକୁ ଥିବାବେଳେ ବିଜେଡି ପାଖରେ ସଂଖ୍ୟା ୨୦ ହେଉଥିବା ବେଳେ ଭାଜପା ପାଖରେ ୨୨ ଜଣ ବିଧାୟକ ରହୁଛନ୍ତି। ତେଣୁ ଏଭଳି ସ୍ଥିତିରେ ନବୀନ ଆଗୁଆ ଦଳରୁ ୨ ଜଣଙ୍କୁ ନିଲମ୍ବନ କରିବା ଦ୍ୱାରା ବିଜେଡି ପାଖରେ ବର୍ତ୍ତମାନ ହିସାବକଲେ ଶେଷ ରାଜ୍ୟ ସଭା ଆସନକୁ ଭୋଟ ଦେବା ଲାଗି ସଂଖ୍ୟା ୧୮ରେ ପହଞ୍ଚିଯାଇଛି। ତେଣୁ ଶେଷକୁ ନବୀନଙ୍କ ରାଜ୍ୟ ସଭା ସମ୍ପର୍କିତ ନିଷ୍ପତ୍ତି ଅନେକ କିଛି ରହସ୍ୟର କାରଣକୁ ସ୍ପଷ୍ଟ କରିଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ…

ହୋଲିରେ କମିଲା ସୁନା! ୨୨k କିଣିବାକୁ GST ଓ ମେକିଂ ଚାର୍ଜ ବାଦରେ ଦେବେ କେତେ?

ନୂଆଦିଲ୍ଲୀ,୪।୩: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ, ସୁନା ଏବଂ ରୂପା ଉପରେ ଚାପ ପଡିଛି, ଯାହା ଫଳରେ ରେଟ କମ ହୋଇଛି । ଲଗାତାର…

ରୋ-କୋଙ୍କ ପ୍ଲାନ ୨୦୨୭, ଏହି ତାରିଖରେ କରିବେ କମ୍‌ବ୍ୟାକ୍‌, ଖେଳିବେ ଏତେଟା ଓ଼୍ବାନଡେ ମ୍ୟାଚ୍‌…

ନୂଆଦିଲ୍ଲୀ,୪।୩: ୨୦୨୬ ଟି୨୦ ବିଶ୍ୱକପ ପରେ, ଭାରତୀୟ କ୍ରିକେଟ ଦଳର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ୫୦ ଓଭର ଫର୍ମାଟକୁ ସ୍ଥାନାନ୍ତରିତ ହେବ। ଭାରତର ଦୁଇ ବଡ଼ ତାରକା,…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri