Posted inଜାତୀୟ

କିଏ ହେବେ ମମତାଙ୍କ ଉତ୍ତରାଧିକାରୀ? ନିଜେ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୧୨: କିଏ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀ? ମମତାଙ୍କ ପରେ କିଏ ସମ୍ଭାଳିବେ ଭବିଷ୍ୟତରେ ଟିଏମସିର କମାଣ? ଏହି ପ୍ରଶ୍ନ ଏବେ ଖାଲି ପଶ୍ଚିମବଙ୍ଗ ନୁହେଁ ପୁରା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଟିଏମସି ଭିତରେ କିମ୍ବା ବାହାରେ ଏହି ପ୍ରଶ୍ନ ବାରମ୍ବାର ଉଠୁଛି। ବର୍ତ୍ତମାନ ମମତା ଏନେଇ ନିଜେ ମୁହଁ ଖୋଲିଛନ୍ତି। ମମତା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ତୃଳମୂଳକଂଗ୍ରେସର ଉତ୍ତରାଧିକାରୀ କିଏ ହେବେ ଏନେଇ ସେ ଖୁଲାସା କରିଛନ୍ତି।

ସାକ୍ଷାତକାରରେ ମମତା ବାନାର୍ଜୀ କହିଛନ୍ତି ଯେ, ଉତ୍ତରାଧିକାରୀ କିଏ ହେବ ତାହା ଦଳ ସ୍ଥିର କରିବ। ଟିଏମସି ଏକ ଶୃଙ୍ଖଳିତ ଦଳ, ଯେଉଁଠାରେ କେହି ନିଜର ସର୍ତ୍ତ ରଖିପାରିବେ ନାହିଁ କିମ୍ବା କାହା ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ ନାହିଁ। ସେ ଆହୁରି କହିଛନ୍ତି, ଲୋକଙ୍କ ପାଇଁ କ’ଣ ସର୍ବୋତ୍ତମ ତାହା ଦଳ ସ୍ଥିର କରିବ। ଆମର ବିଧାୟକ, ଏମପି, ବୁଥ କର୍ମଚାରୀ ଅଛନ୍ତି। ଏହା ଏକ ମିଳିତ ପ୍ରୟାସ। ନୂଆପିଢିକୁ ସୁଯୋଗ ଦେବା ପ୍ରସଙ୍ଗରେ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରି ମମତା ବାନାର୍ଜୀ କହିଛନ୍ତି ଯେ, ସମସ୍ତ (ପୁରୁଣା ଏବଂ ନୂଆ ପିଢିର ନେତା) ଗୁରୁତ୍ୱପୂର୍ଣ୍ଣ। ଆଜିର ନବାଗତ ଆସନ୍ତାକାଲିର ଭେଟେରାନ ହେବେ। ଦଳ ଭବିଷ୍ୟତରେ ଏକଜୁଟ ହୋଇ ରହିଆସିଛି ଏବଂ ରହିବ। ଇର୍ଷା ଏଠାରେ କାମ କରିବ ନାହିଁ ।

ଯଦିଓ ଟିଏମସି ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀ ଘୋଷଣା ହୋଇନାହିଁ, ପୁରୁଣା ନେତା ଏବଂ ପରବର୍ତ୍ତୀ ପିଢି ନେତାଙ୍କ ମଧ୍ୟରେ ଚାଲିଥିବା ବିତର୍କ ମଧ୍ୟରେ ଏହି ମନ୍ତବ୍ୟ ଆସିଛି। ପୁରୁଣା ନେତାମାନେ ମମତା ବାନାର୍ଜୀଙ୍କ ପ୍ରତି ବିଶ୍ୱସ୍ତ ବୋଲି ବିବେଚନା କରାଯାଉଥିବାବେଳେ ନୂଆପିଢିର ନେତାମାନେ ଅଭିଷେକ ବାନାର୍ଜୀଙ୍କ ନିକଟତର ବୋଲି ବିବେଚନା କରାଯାଏ। ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ଦଳର ଅନ୍ୟ ନେତାଙ୍କ ଅପେକ୍ଷା ବଙ୍ଗଳା ଯୁବକମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ବୋଲି ବିବେଚନା କରାଯାଏ।

ପଶ୍ଚିମବଙ୍ଗ ବିଧାନସଭା ପାଇଁ ପରବର୍ତ୍ତୀ ନିର୍ବାଚନ ମାର୍ଚ୍ଚ-ଏପ୍ରିଲ ୨୦୨୬ରେ ଅନୁଷ୍ଠିତ ହେବ। ଯେଉଁଥିରେ ସମସ୍ତ ୨୯୪ ଜଣ ସଦସ୍ୟ ନିର୍ବାଚନ ଲଢିବେ। ନିକଟ ଅତୀତରେ ଭାଜପା ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବରେ ଉଭା ହୋଇଛି। ଆସନ୍ତା ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ମମତାଙ୍କ ଟିଏମସି ଏବଂ ଭାଜପା ମଧ୍ୟରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri