ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଟଙ୍କା ମାଗୁଥିଲେ ଯୁବକ, ଉଠାଇନେଲା ପୋଲିସ

ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ): ମହିଳାଙ୍କର ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ କହି ଧମକ ଚମକ ଦେଇ ଟଙ୍କା ନେଇଥିବା ଅଭିଯୋଗରେ ବୁଧବାର ଗୋଳନ୍ଥରା ଥାନା ଅଞ୍ଚଳରୁ ଯୁବକକୁ ମୋଟାଙ୍ଗ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି l ଯୁବକ ଜଣକ ହେଲେ କନିସି ଗ୍ରାମ ବଡ଼ ସାହିର ବିକ୍ରମ ଦଳେଇ (୩୦)।

ସୂଚନାନୁସାରେ, ଡେଙ୍କାନାଳ ଜିଲା ମୋଟାଙ୍ଗ ଅଞ୍ଚଳ ମେରାମଣ୍ଡଳି ଗ୍ରାମର ଜଣେ ମହିଳାଙ୍କ ସହିତ ଗୋଳନ୍ଥରା ଥାନା ଅଧିନସ୍ଥ କନିସି ଅଞ୍ଚଳ ବିକ୍ରମ ଦଳେଇ ବର୍ଷେ ତଳେ ସୋସିଆଲ ମିଡିଆରେ ଦେଖା ସାକ୍ଷାତ ହୋଇଥିଲା। ପରେ ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ଫୋନ୍‌ ଓ ଭିଡିଓ କଲିଂରେ ବିକ୍ରମ ଓ ମହିଳା କଥାବାର୍ତ୍ତା ହେଉଥିବା ସମୟରେ ମହିଳାଙ୍କର କିଛି ଅଶ୍ଳୀଳ ଫଟୋକୁ ସେଭ୍‌ କରିଥିଲେ। କୌଣସି କଥାକୁ ନେଇ କିଛିଦିନ ତଳେ ଉଭୟ ମଧ୍ୟରେ ମତାନ୍ତର ହୋଇଥିଲା। ପରେ ବିକ୍ରମ ମହିଳାଙ୍କ ଅଶ୍ଳୀଳ ଫଟୋକୁ ଭାଇରଲ କରି ଦେବି କହି ବ୍ଲାକ୍‌ମେଲିଂ କରି ଟଙ୍କା ମାଗିଥିଲେ। ମହିଳା ଜଣକ ପର୍ଯ୍ୟାୟ କ୍ରମେ ଗତ ଜୁନ୍‌ ଓ ଜୁଲାଇରେ ଫୋନ୍‌ ପେ’ ମାଧ୍ୟମରେ ୯ ହଜାର ୬ ଶହ ଟଙ୍କା ଦେଇଥିଲେ l କିଛି ଦିନ ବ୍ୟବଧାନ ପରେ ବିକ୍ରମ ଫୁଣି ଗତ ଫେବୃଆରୀ ମହିଳାଙ୍କୁ ଫଟୋ ଭାଇରାଲ କରିଦେବି କହି ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଜୀବନରେ ମାରି ଦେବି କହି ଧମକ ଚମକ ଦେଇଥିଲେ। ମହିଳା ଜଣକ ଟଙ୍କା ନ ଦେବା ଫଳରେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିଲେ। ଶେଷରେ ଫେବୃଆରୀ ୨୬ରେ ମୋଟାଙ୍ଗ ଥାନା ମହିଳା ଜଣକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନା କେସ୍‌ ନଂ ୮୩/୩୪ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋଟାଙ୍ଗ ପୋଲିସ ଏକ ଟିମ୍‌ ବୁଧବାର ଗୋଳନ୍ଥରା ପୋଲିସ ସାହାଯ୍ୟରେ କନିସିରୁ ବିକ୍ରମକୁ ଉଠାଇ ନେଇଥିବା ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସନ୍ଧ୍ୟାରେ ମୋଟାଙ୍ଗ ପୋଲିସ ବିକ୍ରମକୁ ଧରି ଢେଙ୍କାନାଳ ଅଭିମୁଖେ ବାହାରିଥିଲେ। ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ବିଲରୁ ମିଳିଲା ହାତୀର ମୃତଦେହ: ତଦନ୍ତ ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ପରିଛଳ ପଞ୍ଚାୟତ ଅନ୍ତର୍ଗତ ଡାଳତୋଡା କଣିବାରି ଫସଲ କ୍ଷେତରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ମାମୁ-ଭାଣିଜୀଙ୍କୁ ଧକ୍କାଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ…

ଆନନ୍ଦପୁର,୧୮।୧(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜଲା ଆନନ୍ଦପୁର ଥାନା ବିରିଡିହା ଛକ ନିକଟରେ ପିକପଭ୍ୟାନ ଧକ୍କାରେ ମାମୁ ଭାଣିଜୀ ଗୁରୁତର ହୋଇଛନ୍ତି। ଶନିବାର ସକାଳୁ ବିରିଡିହା ରଣାସାହି...

ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ...

ନବ ଦାସଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଗୋପାଳ ହତ୍ୟାକାରୀ ନା…

ଭୁବନେଶ୍ୱର,୧୮।୧: ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗୋପାଳ ନବ ଦାସଙ୍କ ହତ୍ୟାକାରୀ ନା ଆଉ କିଏ ସେନେଇ ପ୍ରଶ୍ନ ଉଠିଛି।...

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୧୮।୧(ପ୍ରଭାତ ପାଣିଗ୍ରାହୀ/କୈଳାଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri