ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଟଙ୍କା ମାଗୁଥିଲେ ଯୁବକ, ଉଠାଇନେଲା ପୋଲିସ

ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ): ମହିଳାଙ୍କର ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ କହି ଧମକ ଚମକ ଦେଇ ଟଙ୍କା ନେଇଥିବା ଅଭିଯୋଗରେ ବୁଧବାର ଗୋଳନ୍ଥରା ଥାନା ଅଞ୍ଚଳରୁ ଯୁବକକୁ ମୋଟାଙ୍ଗ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି l ଯୁବକ ଜଣକ ହେଲେ କନିସି ଗ୍ରାମ ବଡ଼ ସାହିର ବିକ୍ରମ ଦଳେଇ (୩୦)।

ସୂଚନାନୁସାରେ, ଡେଙ୍କାନାଳ ଜିଲା ମୋଟାଙ୍ଗ ଅଞ୍ଚଳ ମେରାମଣ୍ଡଳି ଗ୍ରାମର ଜଣେ ମହିଳାଙ୍କ ସହିତ ଗୋଳନ୍ଥରା ଥାନା ଅଧିନସ୍ଥ କନିସି ଅଞ୍ଚଳ ବିକ୍ରମ ଦଳେଇ ବର୍ଷେ ତଳେ ସୋସିଆଲ ମିଡିଆରେ ଦେଖା ସାକ୍ଷାତ ହୋଇଥିଲା। ପରେ ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ଫୋନ୍‌ ଓ ଭିଡିଓ କଲିଂରେ ବିକ୍ରମ ଓ ମହିଳା କଥାବାର୍ତ୍ତା ହେଉଥିବା ସମୟରେ ମହିଳାଙ୍କର କିଛି ଅଶ୍ଳୀଳ ଫଟୋକୁ ସେଭ୍‌ କରିଥିଲେ। କୌଣସି କଥାକୁ ନେଇ କିଛିଦିନ ତଳେ ଉଭୟ ମଧ୍ୟରେ ମତାନ୍ତର ହୋଇଥିଲା। ପରେ ବିକ୍ରମ ମହିଳାଙ୍କ ଅଶ୍ଳୀଳ ଫଟୋକୁ ଭାଇରଲ କରି ଦେବି କହି ବ୍ଲାକ୍‌ମେଲିଂ କରି ଟଙ୍କା ମାଗିଥିଲେ। ମହିଳା ଜଣକ ପର୍ଯ୍ୟାୟ କ୍ରମେ ଗତ ଜୁନ୍‌ ଓ ଜୁଲାଇରେ ଫୋନ୍‌ ପେ’ ମାଧ୍ୟମରେ ୯ ହଜାର ୬ ଶହ ଟଙ୍କା ଦେଇଥିଲେ l କିଛି ଦିନ ବ୍ୟବଧାନ ପରେ ବିକ୍ରମ ଫୁଣି ଗତ ଫେବୃଆରୀ ମହିଳାଙ୍କୁ ଫଟୋ ଭାଇରାଲ କରିଦେବି କହି ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଜୀବନରେ ମାରି ଦେବି କହି ଧମକ ଚମକ ଦେଇଥିଲେ। ମହିଳା ଜଣକ ଟଙ୍କା ନ ଦେବା ଫଳରେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିଲେ। ଶେଷରେ ଫେବୃଆରୀ ୨୬ରେ ମୋଟାଙ୍ଗ ଥାନା ମହିଳା ଜଣକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନା କେସ୍‌ ନଂ ୮୩/୩୪ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋଟାଙ୍ଗ ପୋଲିସ ଏକ ଟିମ୍‌ ବୁଧବାର ଗୋଳନ୍ଥରା ପୋଲିସ ସାହାଯ୍ୟରେ କନିସିରୁ ବିକ୍ରମକୁ ଉଠାଇ ନେଇଥିବା ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସନ୍ଧ୍ୟାରେ ମୋଟାଙ୍ଗ ପୋଲିସ ବିକ୍ରମକୁ ଧରି ଢେଙ୍କାନାଳ ଅଭିମୁଖେ ବାହାରିଥିଲେ। ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?