ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ (ଓ୍ବାର୍ଲଡ ହାପିନେସ୍‌ ରିପୋର୍ଟ)ରେ ଏହି ଦେଶ ସର୍ବାଗ୍ରେ ରହିଛି। କେବଳ ଫିନ୍‌ଲାଣ୍ଡ ନୁହେଁ, ଡେନ୍‌ମାର୍କ, ସୁଇଡେନ ଏବଂ ନରଓ୍ବେ ଭଳି ଉତ୍ତର ଆଟଲାଣ୍ଟିକ୍‌ର ବିଭିନ୍ନ ଦେଶ ଏହି ରିପୋର୍ଟର ପ୍ରଥମ ୧୦ ସ୍ଥାନରେ ରହିଛନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟିର ଓ୍ବେଲ୍‌ବିଙ୍ଗ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରତିବର୍ଷ ଓ୍ବାର୍ଲଡ ହାପିନେସ୍‌ ରିପୋର୍ଟ ପ୍ରକାଶ କରାଯାଇଥାଏ। ସାମ୍ପ୍ରତିକ ସମୟରେ ଫିନ୍‌ଲାଣ୍ଡବାସୀ ବିଶ୍ୱର ସବୁଠୁ ଖୁସି ନାଗରିକ ହେବାର ସୌଭାଗ୍ୟ ବଜାୟ ରଖିଛନ୍ତି।
ଜାତିସଂଘର ସଷ୍ଟେନେବଲ ଡେଭଲପମେଣ୍ଟ ସଲ୍ୟୁଶନ ନେଟ୍‌ଓ୍ବର୍କ ଏବଂ ଗ୍ୟାଲପ୍‌ ନାମକ ଘରୋଇ ସଂସ୍ଥାର ମିଳିତ ଉଦ୍ୟମରେ ୧୪୦ଟି ଦେଶର ଲୋକଙ୍କ ମତାମତକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଭାରତ ଏହି ତାଲିକାରେ ୧୧୬ତମ ସ୍ଥାନରେ ରହିଥିଲାବେଳେ ଯୁଦ୍ଧ ଲଢୁଥିବା ଇସ୍ରାଏଲ ଏବଂ ଇରାନ୍‌ ଭାରତ ଠାରୁ ଭଲ ସ୍ଥାନରେ ରହିଛନ୍ତି। ଏହି ଦୁଇ ଦେଶର ସ୍ଥାନ ୯୭ତମ ସ୍ଥାନରେ ରହିଛି। ଆମେରିକାର ସ୍ଥାନ ୨୩ ରହିଥିଲାବେଳେ କାନାଡ଼ା ୨୫ ଏବଂ ବ୍ରିଟେନ ସ୍ଥାନ ୨୯ ରହିଛି। ହାପିନେସ୍‌ ରିପୋର୍ଟ ଅନୁଯାୟୀ ଭାରତରେ ହାରାହାରି ଜୀବନକାଳ ୫୮.୨ ବର୍ଷ ରହିଛି। ସ୍ବାଧୀନତା ମାପଦଣ୍ଡକୁ ନେଇ ଭାରତର ସ୍ଥାନ ୬୧ ରହିବା ସହ ଦୁର୍ନୀତି କ୍ଷେତ୍ରରେ ୬୪ ରହିଛି। ତେବେ ସୋସିଆଲ ମିଡିଆର ପ୍ରଭାବ ଯୁବପିଢିଙ୍କ ସୁଖ ଏବଂ ଜୀବନଶୈଳୀକୁ ଯଥେଷ୍ଟ ମାତ୍ରାରେ ପ୍ରଭାବିତ କରଥିବା ରିପୋର୍ଟରେ କୁହାଯାଇଛି। ବିଶେଷକରି ଇଂରାଜୀ ଭାଷାଭାଷୀ ପଶ୍ଚିମ ୟୁରୋପୀୟ ଦେଶଗୁଡିକରେ କିଶୋର ବର୍ଗ ସୋସିଆଲ ମିଡିଆ ପ୍ରଭାବରେ ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ନଷ୍ଟକରି ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଅବନତିମୁହାଁ ହେଉଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ନେତା ଶୁକ୍ରୁ ସଙ୍କଟରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA: ଏହି ୯ଟି ଦେଶର ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦ା୩: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri