Posted inଫୁରସତ

ଶୁଆ ପାଳିଲେ ଜେଲଦଣ୍ଡ

ଲକ୍ଷ୍ନୌ: ଆପଣ ଶୁଆ ପାଳିଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ, ଆପଣଙ୍କୁ ଜରିମାନା ତ ଦେବାକୁ ପଡ଼ିବ ତା’ ସହ ୩ ବର୍ଷ ଜେଲ ଦଣ୍ଡ ବି ଭୋଗିବାକୁ ହେବ। ଏମିତି ଏକ ଆଇନ ହୋଇଛି ଉତ୍ତରପ୍ରଦେଶର କାନପୁରରେ। ଏଠାରେ ବନବିଭାଗ ପକ୍ଷରୁ ଶୁଆ ଏବଂ ମାଙ୍କଡ଼କୁ ଘରେ ପାଳିବା ନେଇ କଟକଣା ଜାରି କରାଯାଇଛି। ବନବିଭାଗ ଆଇନ ଅନୁସାରେ ଏମାନଙ୍କୁ ଘରେ ପାଳିବା ଅର୍ଥ ବନ୍ଦୀ କରିରଖିବା ସହ ସମାନ। ତେଣୁ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେହି ଯଦି ଏହି ଜୀବଙ୍କୁ ଘରେ ରଖିବେ ତା’ହେଲେ ତାଙ୍କୁ ୩ ବର୍ଷର ଜେଲ ଦଣ୍ଡ ସହିତ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଏହି ନିୟମରେ ସଂଶାଧନ କରାଯାଇ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ତେଣୁ କେହି ବି ଏଭଳି ଜୀବଙ୍କୁ ଘରେ ପାଳିଥିଲେ ସେମାନେ ଦଣ୍ଡିତ ହେବେ। ତେଣୁ ବନ ବିଭାଗ ଏହି ନିୟମ ଜାରି କରିବା ପରେ ଲୋକଙ୍କୁ ସଚେତନ କରାଇଛି। କୌଣସି ପରିସ୍ଥିତିରେ ବି ଏହି ଜୀବମାନଙ୍କୁ ଯେପରି କେହି ଘରେ ନ ରଖନ୍ତି ସେଥି ନେଇ ନିର୍ଦ୍ଦେଶ ଜାରି କରିଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ଅଞ୍ଚଳରେ ଜଙ୍ଗଲ ସଂଖ୍ୟା କମିବା ସହିତ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ କମିଯାଉଛି। ଏମିତି କି କେତେକ ପ୍ରଜାତିର ଜୀବଜନ୍ତୁ ସମ୍ପୂର୍ଣ୍ଣ ଲୋପ ପାଇଗଲେଣି। ମଣିଷ ସମାଜର ଅତ୍ୟାଚାର ଯୋଗୁ ଜଙ୍ଗଲ ଓ ଜୀବଜନ୍ତୁଙ୍କ ଏପରି ଅବସ୍ଥା ସୃଷ୍ଟି ହୋଇଛି। ତେଣୁ ଲୋକଙ୍କ ବ୍ୟବହାର ବଦଳାଇବା ଉଦ୍ଦେଶ୍ୟରେ ବନ ବିଭାଗ ଏପରି ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri