କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ ଆଲୋଚନା କରିଛନ୍ତି। କହିରଖୁଛୁ କି,ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଆନ୍ତର୍ଜାତୀୟ ପୋଡକାଷ୍ଟ ଥିଲା। ଏହି ତିନି ଘଣ୍ଟା ମଧ୍ୟରେ ଫ୍ରାଇଡମ୍ୟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଏହି ପୋଡକାଷ୍ଟ ସଂଧ୍ୟା 5.30 ରୁ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ମୋଦି ଫ୍ରିଡମ୍ୟାନଙ୍କ ସହ ତାଙ୍କର ଆଲୋଚନାକୁ ବହୁତ ଆକର୍ଷଣୀୟ ବୋଲି ବର୍ଣ୍ଣନା କରିଛନ୍ତି। ମୋଦି କହିଛନ୍ତି, ଏହି ପୋଡକାଷ୍ଟରେ ମୋର ପିଲାଦିନ, ହିମାଳୟରେ ବିତାଇଥିବା ବର୍ଷ ଏବଂ ସାର୍ବଜନୀନ ଜୀବନରେ ମୋର ଯାତ୍ରା ସମେତ ବିଭିନ୍ନ ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି।

ତେବେ ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ କିଏ, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ପ୍ରଥମ ଅନ୍ତର୍ଜାତୀୟ ପୋଡକାଷ୍ଟ କରିଛନ୍ତି।

ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ କିଏ?
ଲେକ୍ସ ଫ୍ରିଡମ୍ୟାନ ଜଣେ ରୁଷିଆରେ ଜନ୍ମିତ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ଜଣେ ପ୍ରସିଦ୍ଧ ଏଆଇ ଗବେଷକ। ସେ କେମ୍ବ୍ରିଜର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT) ସହିତ ଜଡିତ। ଏଠାରେ ସେ ବିଶେଷ କରି ମାନବ ରୋବୋଟ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଗବେଷଣା କରନ୍ତି। ଫ୍ରିଡମ୍ୟାନଙ୍କ ଜନ୍ମ ୧୫ ଅଗଷ୍ଟ ୧୯୮୩ରେ ତାଜିକିସ୍ତାନରେ ହୋଇଥିଲା। ସେ ମସ୍କୋରେ ବଢ଼ିଥିଲେ ଏବଂ ତା’ପରେ ତାଙ୍କ ପରିବାର ଆମେରିକାରେ ବସତି ସ୍ଥାପନ କରିଥିଲେ।

ଫ୍ରାଇଡମ୍ୟାନ ଫିଲାଡେଲଫିଆର ଡ୍ରେକ୍ସେଲ ବିଶ୍ୱବିଦ୍ୟାଳୟରୁ ବି.ଏସ୍ସି. କମ୍ପ୍ୟୁଟର ସାଇନ୍ସ ସ୍ନାତକ। ଏହି ସମୟରେ ତାଙ୍କର AI ଏବଂ ମେସିନ ଲର୍ଣ୍ଣିଂ ପ୍ରତି ଆଗ୍ରହ ବୃଦ୍ଧି ପାଇଲା। ପରେ ସେ ସେହି ପ୍ରତିଷ୍ଠାନରୁ ବୈଦ୍ୟୁତିକ ଏବଂ କମ୍ପ୍ୟୁଟର ଇଞ୍ଜିନିୟରିଂରେ ମାଷ୍ଟର ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଏହି ସମୟରେ ସେ ମାନବ-କେନ୍ଦ୍ରିକ AI ଏବଂ ମେସିନ ଲର୍ଣ୍ଣିଂ ପ୍ରୟୋଗ ଉପରେ ଧ୍ୟାନ ଦେଇଥିଲେ। ପିଏଚଡି ପରେ, ସେ ଏମଆଇଟିରେ ଯୋଗଦେଲେ।

ଫ୍ରାଇଡମ୍ୟାନ ପୋଡକାଷ୍ଟ ଜଗତରେ ବହୁତ ପ୍ରସିଦ୍ଧ।
ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟ ଜଗତରେ ବହୁତ ପ୍ରସିଦ୍ଧ। ଫ୍ରିଡମ୍ୟାନଙ୍କ ୟୁଟ୍ୟୁବ ଚ୍ୟାନେଲରେ ୪.୫ ନିୟୁତରୁ ଅଧିକ ସବସ୍କ୍ରାଇବର୍‌ ଅଛନ୍ତି। ଫ୍ରାଇଡମ୍ୟାନ ୨୦୧୮ ମସିହାରୁ ପୋଡଡକାଷ୍ଟିଂ କରିଆସୁଛନ୍ତି। ସେ ବିଭିନ୍ନ କ୍ଷେତ୍ରର (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ରାଜନୀତି) ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସହ ପୋଡକାଷ୍ଟ କରିଛନ୍ତି। ସେ ଜଣେ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ ମଧ୍ୟ।

ଫ୍ରାଇଡମ୍ୟାନ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସାକ୍ଷାତକାର ନେଇଛନ୍ତି।
ଲେକ୍ସ ଫ୍ରିଡମ୍ୟାନ ତାଙ୍କ ପୋଡକାଷ୍ଟରେ ଯେଉଁ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସହ ସାକ୍ଷାତକାର ନେଇଛନ୍ତି ସେମାନଙ୍କ ମଧ୍ୟରେ ସ୍ପେସଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ, ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫେସବୁକର ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ଅଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡା ଯାଇଛି।

ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ଚଳିତ ବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ପୋଡକାଷ୍ଟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଜାନୁଆରୀ ୧୯, ୨୦୨୫ରେ ସେ ଟ୍ବିଟ କରି କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ପୋଡକାଷ୍ଟ କରିବାକୁ ବହୁତ ଉତ୍ସାହିତ। ଏହି ପୋଡକାଷ୍ଟ ବାହାନାରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥଙ୍କ ସହିତ ତାଙ୍କର ପ୍ରଥମ ପଡକାଷ୍ଟ କରିଥିଲେ। ଏହି ସାକ୍ଷାତକାରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବ୍ୟକ୍ତିଗତ ଜୀବନ, ରାଜନୀତି ଏବଂ ଭାରତର ଭବିଷ୍ୟତ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପିଲାଦିନ, ଛାତ୍ର ଜୀବନଠାରୁ ଆରମ୍ଭ କରି ରାଜନୀତି, ଆଜିର ରାଜନେତା ଇତ୍ୟାଦି ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତାମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri