କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ ଆଲୋଚନା କରିଛନ୍ତି। କହିରଖୁଛୁ କି,ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଆନ୍ତର୍ଜାତୀୟ ପୋଡକାଷ୍ଟ ଥିଲା। ଏହି ତିନି ଘଣ୍ଟା ମଧ୍ୟରେ ଫ୍ରାଇଡମ୍ୟାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଏହି ପୋଡକାଷ୍ଟ ସଂଧ୍ୟା 5.30 ରୁ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ମୋଦି ଫ୍ରିଡମ୍ୟାନଙ୍କ ସହ ତାଙ୍କର ଆଲୋଚନାକୁ ବହୁତ ଆକର୍ଷଣୀୟ ବୋଲି ବର୍ଣ୍ଣନା କରିଛନ୍ତି। ମୋଦି କହିଛନ୍ତି, ଏହି ପୋଡକାଷ୍ଟରେ ମୋର ପିଲାଦିନ, ହିମାଳୟରେ ବିତାଇଥିବା ବର୍ଷ ଏବଂ ସାର୍ବଜନୀନ ଜୀବନରେ ମୋର ଯାତ୍ରା ସମେତ ବିଭିନ୍ନ ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି।

ତେବେ ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ କିଏ, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ପ୍ରଥମ ଅନ୍ତର୍ଜାତୀୟ ପୋଡକାଷ୍ଟ କରିଛନ୍ତି।

ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ କିଏ?
ଲେକ୍ସ ଫ୍ରିଡମ୍ୟାନ ଜଣେ ରୁଷିଆରେ ଜନ୍ମିତ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ ଏବଂ ଜଣେ ପ୍ରସିଦ୍ଧ ଏଆଇ ଗବେଷକ। ସେ କେମ୍ବ୍ରିଜର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT) ସହିତ ଜଡିତ। ଏଠାରେ ସେ ବିଶେଷ କରି ମାନବ ରୋବୋଟ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଗବେଷଣା କରନ୍ତି। ଫ୍ରିଡମ୍ୟାନଙ୍କ ଜନ୍ମ ୧୫ ଅଗଷ୍ଟ ୧୯୮୩ରେ ତାଜିକିସ୍ତାନରେ ହୋଇଥିଲା। ସେ ମସ୍କୋରେ ବଢ଼ିଥିଲେ ଏବଂ ତା’ପରେ ତାଙ୍କ ପରିବାର ଆମେରିକାରେ ବସତି ସ୍ଥାପନ କରିଥିଲେ।

ଫ୍ରାଇଡମ୍ୟାନ ଫିଲାଡେଲଫିଆର ଡ୍ରେକ୍ସେଲ ବିଶ୍ୱବିଦ୍ୟାଳୟରୁ ବି.ଏସ୍ସି. କମ୍ପ୍ୟୁଟର ସାଇନ୍ସ ସ୍ନାତକ। ଏହି ସମୟରେ ତାଙ୍କର AI ଏବଂ ମେସିନ ଲର୍ଣ୍ଣିଂ ପ୍ରତି ଆଗ୍ରହ ବୃଦ୍ଧି ପାଇଲା। ପରେ ସେ ସେହି ପ୍ରତିଷ୍ଠାନରୁ ବୈଦ୍ୟୁତିକ ଏବଂ କମ୍ପ୍ୟୁଟର ଇଞ୍ଜିନିୟରିଂରେ ମାଷ୍ଟର ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଏହି ସମୟରେ ସେ ମାନବ-କେନ୍ଦ୍ରିକ AI ଏବଂ ମେସିନ ଲର୍ଣ୍ଣିଂ ପ୍ରୟୋଗ ଉପରେ ଧ୍ୟାନ ଦେଇଥିଲେ। ପିଏଚଡି ପରେ, ସେ ଏମଆଇଟିରେ ଯୋଗଦେଲେ।

ଫ୍ରାଇଡମ୍ୟାନ ପୋଡକାଷ୍ଟ ଜଗତରେ ବହୁତ ପ୍ରସିଦ୍ଧ।
ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟ ଜଗତରେ ବହୁତ ପ୍ରସିଦ୍ଧ। ଫ୍ରିଡମ୍ୟାନଙ୍କ ୟୁଟ୍ୟୁବ ଚ୍ୟାନେଲରେ ୪.୫ ନିୟୁତରୁ ଅଧିକ ସବସ୍କ୍ରାଇବର୍‌ ଅଛନ୍ତି। ଫ୍ରାଇଡମ୍ୟାନ ୨୦୧୮ ମସିହାରୁ ପୋଡଡକାଷ୍ଟିଂ କରିଆସୁଛନ୍ତି। ସେ ବିଭିନ୍ନ କ୍ଷେତ୍ରର (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ରାଜନୀତି) ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସହ ପୋଡକାଷ୍ଟ କରିଛନ୍ତି। ସେ ଜଣେ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ ମଧ୍ୟ।

ଫ୍ରାଇଡମ୍ୟାନ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସାକ୍ଷାତକାର ନେଇଛନ୍ତି।
ଲେକ୍ସ ଫ୍ରିଡମ୍ୟାନ ତାଙ୍କ ପୋଡକାଷ୍ଟରେ ଯେଉଁ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସହ ସାକ୍ଷାତକାର ନେଇଛନ୍ତି ସେମାନଙ୍କ ମଧ୍ୟରେ ସ୍ପେସଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ, ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫେସବୁକର ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ଅଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡା ଯାଇଛି।

ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ଚଳିତ ବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ପୋଡକାଷ୍ଟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଜାନୁଆରୀ ୧୯, ୨୦୨୫ରେ ସେ ଟ୍ବିଟ କରି କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ପୋଡକାଷ୍ଟ କରିବାକୁ ବହୁତ ଉତ୍ସାହିତ। ଏହି ପୋଡକାଷ୍ଟ ବାହାନାରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥଙ୍କ ସହିତ ତାଙ୍କର ପ୍ରଥମ ପଡକାଷ୍ଟ କରିଥିଲେ। ଏହି ସାକ୍ଷାତକାରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବ୍ୟକ୍ତିଗତ ଜୀବନ, ରାଜନୀତି ଏବଂ ଭାରତର ଭବିଷ୍ୟତ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପିଲାଦିନ, ଛାତ୍ର ଜୀବନଠାରୁ ଆରମ୍ଭ କରି ରାଜନୀତି, ଆଜିର ରାଜନେତା ଇତ୍ୟାଦି ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତାମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri