Posted inଜାତୀୟ

ଭାଜପାର ପ୍ରଧାନମନ୍ତ୍ରୀ ଚେହେରା କିଏ? କେଜରିଓ୍ବାଲଙ୍କ ବୟାନକୁ ନେଇ ବୋବାଲ

ନୂଆଦିଲ୍ଲୀ,୧୨।୫: ତିହାର ଜେଲ୍‌ରୁ ଆସୁଆସୁ ନିର୍ବାଚନୀ ମଇଦାନକୁ ଲମ୍ଫ ମାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଆଉ ପ୍ରଥମେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଉଠାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯାହାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି। ତାଙ୍କର ଏପରି ଟିପ୍ପଣୀରେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଛନ୍ତି, ୨୦୨୫ ସେପ୍ଟେମ୍ବର ୨୫ରେ ମୋଦିଜୀଙ୍କୁ ୭୫ବର୍ଷ ହେବାକୁ ଯାଉଛି। ଏଭଳି ସ୍ଥିତିରେ ସେ ଅବସର ନେବେ କି?

ପୂର୍ବରୁ ଭାଜପା ଏକ ନିୟମ ଆଣିଥିଲା ଯେ, ଦଳର କୌଣସି ନେତାଙ୍କ ବୟସ ଯଦି ୭୫ବର୍ଷ ହେଉଛି ତେବେ ସେ ଆଉ ନିର୍ବାଚନ ଲଢି ପାରିବେ ନାହିଁ। ସେହି ନ୍ୟାୟରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ, ଶିବରାଜ ସିଂହ ଚୌହାନ, ବସୁନ୍ଧରା ରାଜେ, ମନୋହର ଲାଲ ଖଟ୍ଟର ପ୍ରମୁଖଙ୍କୁ ଟିକେଟରୁ ବଞ୍ଚିତ କରାଯାଇଛି। ଏହି କ୍ରମରେ ମୋଦି ମଧ୍ୟ ଅବସର ନେଇପାରନ୍ତି। କାରଣ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟସ ୭୩। ଆଉ ଦୁଇ ବର୍ଷ ପରେ ତାଙ୍କ ବୟସ ୭୫ ହୋଇଯିବ । ଏହାପରେ ସେ ଆଉ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ତେବେ ତାଙ୍କ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମୋଦଭୋଟ ମାଗୁଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଭାଜପା ଯଦି ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ କିଏ ପଚାରୁଛି ତେବେ ଭାଜପାର ପ୍ରଧାନମନ୍ତ୍ରୀ କିଏ ହେବେ? ଯାହାକୁ କାଉଣ୍ଟର କରିଛନ୍ତି ଭାଜପା ସଭାପତି ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ।

କେଜରିଓ୍ବାଲଙ୍କ ଏହି ଟିପ୍ପଣୀ ପରେ ଭାଜପା ପକ୍ଷରୁ ମଧ୍ୟ ଜୋରଦାର ଜବାବ ଦିଆଯାଇଛି। ଏନେଇ ଶାହା କହିଛନ୍ତି, ଭାଜପା ସମ୍ବିଧାନରେ ସେମିତି କିଛି ଲେଖା ନାହିଁ। ପ୍ରଧାନମନ୍ତ୍ରୀ ମୋଦି ହିଁ ଦେଶର ନେତୃତ୍ୱ ଜାରି ରଖିବେ। ମୋଦିଜୀ ୭୫ବର୍ଷରେ ପଦାର୍ପଣ କରିବା ନେଇ ଆପଣମାନଙ୍କୁ ଖୁସି ହେବାର ଆବଶ୍ୟକତା ନାହିଁ। ମୋଦିଜୀ ତାଙ୍କର ପୂର୍ଣ୍ଣାଙ୍ଗ କାର୍ଯ୍ୟକାଳ ଶେଷ କରିବେ। ୨୦୧୯ ପର୍ଯ୍ୟନ୍ତ ସେ ଦେଶର ନେତୃତ୍ୱ ନେବେ।

ସେହିପରି ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଚଳିତ ନିର୍ବାଚନରେ ଭାଜପା ଜିତିବା ନେଇ ଇଣ୍ଡିଆ ମେଣ୍ଟ ଜାଣି ସାରିଲାଣି। ସେଥିପାଇଁ ଏବେଠାରୁ ଭୟଭୀତ ହୋଇପଡିଛି। ସେଥିପାଇଁ ମୋଦିଜୀଙ୍କ ବୟସକୁ ନେଇ ଏଭଳି ଟିପ୍ପଣୀ ଦେବା ଆରମ୍ଭ କରିଛନ୍ତି। ଭାଜପା ସମ୍ବିଧାନର କୌଣସି ଜାଗାରେ ବୟସକୁ ନେଇ କିଛି ଉଲ୍ଲେଖ ନାହିଁ। ମୋଦିଜୀ ଆମ ନେତା ଏବଂ ସେ ଭବିଷ୍ୟରେ ମଧ୍ୟ ଆମର ନେତୃତ୍ୱ ନେବେ। ତେବେ ଭାଜପା ଏହି ନିୟମକୁ ଖଣ୍ଡନ କରିବାରୁ ବିରୋଧୀ ପାର୍ଟି ‘ଦୋଗଲାପଣ’ କହି ଆଖ୍ୟା ଦେଇଛନ୍ତି।

୨୦୧୯ ନିର୍ବାଚନୀ ପ୍ରଚାର ସମୟରେ ଖୋଦ୍‌ ଅମିତ ଶାହା ହିଁ କହିଥିଲେ, ୭୫ବର୍ଷ କିମ୍ବା ତା’ଠାରୁ ଅଧିକ କୌଣସି ବ୍ୟକ୍ତିଙ୍କୁ ଭାଜପା ଟିକେଟ୍‌ ଦେଇ ନାହିଁ। ଏହାଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟେ। କିନ୍ତୁ ଏହାପରେ ବି ଦଳ ୭୦ବର୍ଷିୟ ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି। ଯେପରି ୨୦୨୨ ଗୁଜୁରାଟ ନିର୍ବାଚନରେ ୭୬ବର୍ଷିୟ ଯୋଗେଶ ପଟେଲଙ୍କୁ ଦଳ ପ୍ରାର୍ଥୀ କରିଛି। କହିରଖୁଛୁ କି, ସେ ଦଳର ସବୁଠାରୁ ବୟସ୍କ ପ୍ରାର୍ଥୀ ଭାବେ ଟିକେଟ୍‌ ପାଇଥିଲେ। ସେହପରି ୨୦୨୩ ମଧ୍ୟ ପ୍ରଦେଶ ନିର୍ବାଚନରେ ୭୫ ବର୍ଷିୟ ଜଗନ୍ନାଥ ସିଂହଙ୍କୁ ରଘୁବଂଶୀଙ୍କୁ ଦଳ ପ୍ରାର୍ଥୀ କରିଛି।

ଅପ୍ୟପଟେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା ୧୦୧୬ରେ। ଯେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ୨୦୧୬ରେ ୭୫ବର୍ଷରେ ପଦାର୍ପଣ କରିବାରୁ ଶୀର୍ଷ ପଦରୁ ଇସ୍ତଫା ଦେଇଥିଲେ।

୨୦୧୪ରେ ଯେତେବେଳେ ଭାଜପା ଦେଶରେ କ୍ଷମତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିଲା। ସେତେବେଳେ ଏହାର ସବୁଠାରୁ ଅସ୍ତ୍ର ଥିଲେ ଯୁବପିଢି। କାରଣ ଦେଶର ଜନସଂଖ୍ୟାରେ ସର୍ବାଧିକ ଭାଗ ଯୁବପିଢିଙ୍କର ରହିଛି। ତେଣୁ ଯୁବପିଢିଙ୍କୁ ଆକର୍ଷିତ କରିବା ପାଇଁ ଭାଜପା ଦଳରେ ଏକ ନୂଆ ରଣନୀତି ପ୍ରସ୍ତୁତ କରିଥିଲା। ଯେଉଁଥିରେ ଦଳରୁ ସମସ୍ତ ୭୫ବର୍ଷିୟ କିମ୍ବା ଉର୍ଦ୍ଧ ଶୀର୍ଷ ନେତାଙ୍କୁ ଦଳରୁ ବିଦା କରିଥିଲା। ୨୦୦୯ରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଏନେଇ ସଙ୍କେତ ଦେଇ ସାରିଥିଲା। କିନ୍ତୁ ଦଳ ଭିତରେ ଏହି ନିଷ୍ପତ୍ତି ଝୁଲା ଅବସ୍ଥାରେ ଥିଲା।

ଆରଏସଏସ ସଂଘର ମୁଖ୍ୟ ମୋହନ ଭାଗଓ୍ବତ ନିଜ ଦାୟିତ୍ୱ ନେବା ସମୟରେ ଭାଜପାକୁ ସ୍ପଷ୍ଟ କରିଦେଇଥିଲେ କି, ସେମାନେ ନିଜ ନେତୃତ୍ୱ ବଦଳାନ୍ତୁ । ଏହି କ୍ରମରେ ୨୦୦୯ରେ ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ସୁଷମା ସ୍ବରାଜଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?