Posted inଜାତୀୟ

ଭାଜପାର ପ୍ରଧାନମନ୍ତ୍ରୀ ଚେହେରା କିଏ? କେଜରିଓ୍ବାଲଙ୍କ ବୟାନକୁ ନେଇ ବୋବାଲ

ନୂଆଦିଲ୍ଲୀ,୧୨।୫: ତିହାର ଜେଲ୍‌ରୁ ଆସୁଆସୁ ନିର୍ବାଚନୀ ମଇଦାନକୁ ଲମ୍ଫ ମାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଆଉ ପ୍ରଥମେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଉଠାଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯାହାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି। ତାଙ୍କର ଏପରି ଟିପ୍ପଣୀରେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଛନ୍ତି, ୨୦୨୫ ସେପ୍ଟେମ୍ବର ୨୫ରେ ମୋଦିଜୀଙ୍କୁ ୭୫ବର୍ଷ ହେବାକୁ ଯାଉଛି। ଏଭଳି ସ୍ଥିତିରେ ସେ ଅବସର ନେବେ କି?

ପୂର୍ବରୁ ଭାଜପା ଏକ ନିୟମ ଆଣିଥିଲା ଯେ, ଦଳର କୌଣସି ନେତାଙ୍କ ବୟସ ଯଦି ୭୫ବର୍ଷ ହେଉଛି ତେବେ ସେ ଆଉ ନିର୍ବାଚନ ଲଢି ପାରିବେ ନାହିଁ। ସେହି ନ୍ୟାୟରେ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ, ଶିବରାଜ ସିଂହ ଚୌହାନ, ବସୁନ୍ଧରା ରାଜେ, ମନୋହର ଲାଲ ଖଟ୍ଟର ପ୍ରମୁଖଙ୍କୁ ଟିକେଟରୁ ବଞ୍ଚିତ କରାଯାଇଛି। ଏହି କ୍ରମରେ ମୋଦି ମଧ୍ୟ ଅବସର ନେଇପାରନ୍ତି। କାରଣ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟସ ୭୩। ଆଉ ଦୁଇ ବର୍ଷ ପରେ ତାଙ୍କ ବୟସ ୭୫ ହୋଇଯିବ । ଏହାପରେ ସେ ଆଉ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ତେବେ ତାଙ୍କ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମୋଦଭୋଟ ମାଗୁଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଭାଜପା ଯଦି ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ କିଏ ପଚାରୁଛି ତେବେ ଭାଜପାର ପ୍ରଧାନମନ୍ତ୍ରୀ କିଏ ହେବେ? ଯାହାକୁ କାଉଣ୍ଟର କରିଛନ୍ତି ଭାଜପା ସଭାପତି ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ।

କେଜରିଓ୍ବାଲଙ୍କ ଏହି ଟିପ୍ପଣୀ ପରେ ଭାଜପା ପକ୍ଷରୁ ମଧ୍ୟ ଜୋରଦାର ଜବାବ ଦିଆଯାଇଛି। ଏନେଇ ଶାହା କହିଛନ୍ତି, ଭାଜପା ସମ୍ବିଧାନରେ ସେମିତି କିଛି ଲେଖା ନାହିଁ। ପ୍ରଧାନମନ୍ତ୍ରୀ ମୋଦି ହିଁ ଦେଶର ନେତୃତ୍ୱ ଜାରି ରଖିବେ। ମୋଦିଜୀ ୭୫ବର୍ଷରେ ପଦାର୍ପଣ କରିବା ନେଇ ଆପଣମାନଙ୍କୁ ଖୁସି ହେବାର ଆବଶ୍ୟକତା ନାହିଁ। ମୋଦିଜୀ ତାଙ୍କର ପୂର୍ଣ୍ଣାଙ୍ଗ କାର୍ଯ୍ୟକାଳ ଶେଷ କରିବେ। ୨୦୧୯ ପର୍ଯ୍ୟନ୍ତ ସେ ଦେଶର ନେତୃତ୍ୱ ନେବେ।

ସେହିପରି ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଚଳିତ ନିର୍ବାଚନରେ ଭାଜପା ଜିତିବା ନେଇ ଇଣ୍ଡିଆ ମେଣ୍ଟ ଜାଣି ସାରିଲାଣି। ସେଥିପାଇଁ ଏବେଠାରୁ ଭୟଭୀତ ହୋଇପଡିଛି। ସେଥିପାଇଁ ମୋଦିଜୀଙ୍କ ବୟସକୁ ନେଇ ଏଭଳି ଟିପ୍ପଣୀ ଦେବା ଆରମ୍ଭ କରିଛନ୍ତି। ଭାଜପା ସମ୍ବିଧାନର କୌଣସି ଜାଗାରେ ବୟସକୁ ନେଇ କିଛି ଉଲ୍ଲେଖ ନାହିଁ। ମୋଦିଜୀ ଆମ ନେତା ଏବଂ ସେ ଭବିଷ୍ୟରେ ମଧ୍ୟ ଆମର ନେତୃତ୍ୱ ନେବେ। ତେବେ ଭାଜପା ଏହି ନିୟମକୁ ଖଣ୍ଡନ କରିବାରୁ ବିରୋଧୀ ପାର୍ଟି ‘ଦୋଗଲାପଣ’ କହି ଆଖ୍ୟା ଦେଇଛନ୍ତି।

୨୦୧୯ ନିର୍ବାଚନୀ ପ୍ରଚାର ସମୟରେ ଖୋଦ୍‌ ଅମିତ ଶାହା ହିଁ କହିଥିଲେ, ୭୫ବର୍ଷ କିମ୍ବା ତା’ଠାରୁ ଅଧିକ କୌଣସି ବ୍ୟକ୍ତିଙ୍କୁ ଭାଜପା ଟିକେଟ୍‌ ଦେଇ ନାହିଁ। ଏହାଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟେ। କିନ୍ତୁ ଏହାପରେ ବି ଦଳ ୭୦ବର୍ଷିୟ ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି। ଯେପରି ୨୦୨୨ ଗୁଜୁରାଟ ନିର୍ବାଚନରେ ୭୬ବର୍ଷିୟ ଯୋଗେଶ ପଟେଲଙ୍କୁ ଦଳ ପ୍ରାର୍ଥୀ କରିଛି। କହିରଖୁଛୁ କି, ସେ ଦଳର ସବୁଠାରୁ ବୟସ୍କ ପ୍ରାର୍ଥୀ ଭାବେ ଟିକେଟ୍‌ ପାଇଥିଲେ। ସେହପରି ୨୦୨୩ ମଧ୍ୟ ପ୍ରଦେଶ ନିର୍ବାଚନରେ ୭୫ ବର୍ଷିୟ ଜଗନ୍ନାଥ ସିଂହଙ୍କୁ ରଘୁବଂଶୀଙ୍କୁ ଦଳ ପ୍ରାର୍ଥୀ କରିଛି।

ଅପ୍ୟପଟେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା ୧୦୧୬ରେ। ଯେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ୨୦୧୬ରେ ୭୫ବର୍ଷରେ ପଦାର୍ପଣ କରିବାରୁ ଶୀର୍ଷ ପଦରୁ ଇସ୍ତଫା ଦେଇଥିଲେ।

୨୦୧୪ରେ ଯେତେବେଳେ ଭାଜପା ଦେଶରେ କ୍ଷମତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିଲା। ସେତେବେଳେ ଏହାର ସବୁଠାରୁ ଅସ୍ତ୍ର ଥିଲେ ଯୁବପିଢି। କାରଣ ଦେଶର ଜନସଂଖ୍ୟାରେ ସର୍ବାଧିକ ଭାଗ ଯୁବପିଢିଙ୍କର ରହିଛି। ତେଣୁ ଯୁବପିଢିଙ୍କୁ ଆକର୍ଷିତ କରିବା ପାଇଁ ଭାଜପା ଦଳରେ ଏକ ନୂଆ ରଣନୀତି ପ୍ରସ୍ତୁତ କରିଥିଲା। ଯେଉଁଥିରେ ଦଳରୁ ସମସ୍ତ ୭୫ବର୍ଷିୟ କିମ୍ବା ଉର୍ଦ୍ଧ ଶୀର୍ଷ ନେତାଙ୍କୁ ଦଳରୁ ବିଦା କରିଥିଲା। ୨୦୦୯ରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଏନେଇ ସଙ୍କେତ ଦେଇ ସାରିଥିଲା। କିନ୍ତୁ ଦଳ ଭିତରେ ଏହି ନିଷ୍ପତ୍ତି ଝୁଲା ଅବସ୍ଥାରେ ଥିଲା।

ଆରଏସଏସ ସଂଘର ମୁଖ୍ୟ ମୋହନ ଭାଗଓ୍ବତ ନିଜ ଦାୟିତ୍ୱ ନେବା ସମୟରେ ଭାଜପାକୁ ସ୍ପଷ୍ଟ କରିଦେଇଥିଲେ କି, ସେମାନେ ନିଜ ନେତୃତ୍ୱ ବଦଳାନ୍ତୁ । ଏହି କ୍ରମରେ ୨୦୦୯ରେ ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ସୁଷମା ସ୍ବରାଜଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri