ନୂଆଦିଲ୍ଲୀ,୨୩।୨:ଭାରତରେ ପ୍ରାୟତଃ ରାଜନେତାମାନଙ୍କ ବିଷୟରେ କୁହାଯାଏ ଯେ ସେମାନଙ୍କର ବହୁତ ଟଙ୍କା ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ଅଛି? ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀମାନଙ୍କ ବିଷୟରେ କହିବୁ।
India’s Poorest CM ଭାରତରେ, ର୍ନିବାଚନ ପୂର୍ବରୁ ସମସ୍ତ ନେତାଙ୍କୁ ସେମାନଙ୍କର ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ପଡିଥାଏ। ଆଇନ ଅନୁଯାୟୀ, ନେତାମାନଙ୍କୁ ର୍ନିବାଚନ ପୂର୍ବରୁ ର୍ନିବାଚନୀ ଶପଥପତ୍ରରେ ସେମାନଙ୍କର ଆୟ ଏବଂ ସମ୍ପତ୍ତିର ବିବରଣୀ ଦେବାକୁ ପଡିବ। କେବଳ ଏତିକି ନୁହେଁ, ଯଦି କୌଣସି ନେତା ତାଙ୍କ ସମ୍ପତ୍ତିର ସଠିକ ବିବରଣୀ ଦିଅନ୍ତି ନାହିଁ କିମ୍ବା ଆୟକର ରିଟର୍ନ ଏବଂ ର୍ନିବାଚନୀ ଶପଥପତ୍ରରେ ଦିଆଯାଇଥିବା ସୂଚନାରେ ପାର୍ଥକ୍ୟ ଥାଏ, ତେବେ ଏପରି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏପରି ପରିସ୍ଥିତିରେ, ଆୟକର ଆଇନ 1961, ବେନାମୀ ସମ୍ପତ୍ତି କାରବାର ଆଇନ 1988 ଏବଂ 2015 ର କଳାଧନ ସହ ଜଡିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।
ଏବେ ପ୍ରଶ୍ନ ହେଉଛି ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ADR)ର ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମୋଟ ସମ୍ପତ୍ତି 931 କୋଟି ଟଙ୍କା। ଏହା ପରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ (୩୩୨.୫୭ କୋଟି ଟଙ୍କା) ଏବଂ କର୍ନାଟକର ସିଦ୍ଧରମୈୟା (୫୧.୯୪ କୋଟି ଟଙ୍କା) ତୃତୀୟ ସ୍ଥାନରେ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ଧନୀ ମୁଖ୍ୟମନ୍ତ୍ରୀ ରହିବା ନୂଆ କଥା ନୁହେଁ। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ୨୦୧୯ ରୁ ୨୦୨୪ ମଧ୍ୟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୫୧୦ କୋଟି ଟଙ୍କାର ସମ୍ପତ୍ତି ସହିତ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଏବେ ପ୍ରଶ୍ନ ହେଉଛି ଭାରତରେ କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁଠାରୁ କମ ସମ୍ପତ୍ତି ଅଛି? ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ADR)ର ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି ସବୁଠାରୁ କମ। ମମତା ବାନାର୍ଜୀ ଦେଇଥିବା ସମ୍ପତ୍ତି ବିବରଣୀ ଅନୁସାରେ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫.୩୮ ଲକ୍ଷ ଟଙ୍କା। ମମତାଙ୍କ ପରେ ଜମ୍ମୁ-କଶ୍ମିରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ନାମ ଆସୁଛି। ସେ ୫୫.୨୪ ଲକ୍ଷ ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ୨କୋଟି ଟଙ୍କାର ସମ୍ପତ୍ତି ରହିଛି।