ସାତ ଜନ୍ମର ସାଥୀଙ୍କୁ ଏକା କରି ଚାଲିଗଲେ କେକେ, ଜାଣନ୍ତୁ ଗାୟକଙ୍କ ସ୍ତ୍ରୀ ଜ୍ୟୋତି କିଏ…

ବମ୍ବେ: ଜଣାଶୁଣା କଣ୍ଠଶିଳ୍ପୀ କେକେ ଆମ ଗହଣରେ ଆଉ ନାହାନ୍ତି। କୋଲକାତାରେ ଏକ କନସର୍ଟରେ ଗୀତ ଗାଇବା ପରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ନବେ ଦଶକରୁ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା କେକେଙ୍କ ଆକସ୍ମିକ ନିଧନ ଅନେକଙ୍କୁ ସ୍ତବ୍ଧ କରିଛି। ପରିବାରଲୋକେ କେକେଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। କେକେ ଚାଲିଯିବା ପରେ ପଛରେ ରହି ଯାଇଛନ୍ତି ସ୍ତ୍ରୀ ଏବଂ ଦୁଇ ସନ୍ତାନ।

ସ୍ତ୍ରୀ ଜ୍ୟୋତିଙ୍କ ପାଇଁ କେକେଙ୍କୁ ହରାଇବାର ଦୁଃଖ ବଖାଣିବା ସହଜ ନୁହେଁ। କାରଣ ତାଙ୍କର ପିଲାଦିନର ପ୍ରେମିକ ଥିଲେ କେକେ। ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ଉଭୟ ପରସ୍ପରକୁ ଭେଟିଥିଲେ। ପ୍ରଥମେ ବନ୍ଧୁ ପରେ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ସେମାନେ ୧୯୯୧ରେ ବିବାହ କରିଥିଲେ। ବିବାହ ପରେ ତାଙ୍କର ଦୁଇ ସନ୍ତାନ ଜନ୍ମ ନେଇଥିଲେ। ଉଭୟଙ୍କ ମଧ୍ୟରେ ଅଗାଧ ପ୍ରେମ ରହିଥିଲା। ଜୀବନରେ ଉପରକୁ ଉଠିବାକୁ ଚାହୁଁଥିବା କେକେଙ୍କ ସହ ଛାଇ ଭଳି ରହିଥିଲେ ଜ୍ୟୋତି। ବମ୍ବେରେ ଆସି କ୍ୟାରିୟର ଗଢ଼ିବା ଭଳି ବଡ଼ ନିଷ୍ପତ୍ତି ନେବା ପଛରେ ଜ୍ୟୋତିଙ୍କ ହାତ ରହିଥିଲା।

ପେସାରେ ଜ୍ୟୋତି ଜଣେ କଳାକାର। ସେ ଭଲ ଚିତ୍ର ଆଙ୍କନ୍ତି। ବିନା ଟ୍ରେନିଂରେ ସେ ଅଦ୍ଭୁତ ଚିତ୍ର ଆଙ୍କିଥାନ୍ତି। ପ୍ରଥମେ ଚିତ୍ର ଆଙ୍କିବା ସଉକ ଥିବା ବେଳେ ଏହା ତାଙ୍କର ଲକ୍ଷ୍ୟ ଏବଂ କ୍ୟାରିୟର ପାଲଟିଥିଲା। ସେହିଭଳି ଦୁଇ ସନ୍ତାନ ମଧ୍ୟ ସଙ୍ଗୀତ ଜଗତ ସହ ଜଡ଼ିତ। ପୁଅ ନକୁଳ ବାପାଙ୍କ ଆଲବମ୍‌ ହମ୍‌ସଫରରେ ଏକ ଗୀତ ଗାଇଥିଲେ। ଝିଅ ‘ତମାରା’ଙ୍କୁ ମଧ୍ୟ ଗାଇବା ପସନ୍ଦ। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଅନେକ ଭିଡିଓ ଶେୟାର କରିଥାନ୍ତି।

କେକେ ଇନଷ୍ଟାଗ୍ରାମରେ କେବଳ ଚାରିଜଣଙ୍କୁ ଫଲୋ କରୁଥିଲେ। ସେଥିରୁ ତିନି ଜଣ ତାଙ୍କ ସ୍ତ୍ରୀ ଏବଂ ପିଲା ଥିଲେ। ସେ ନିଜର ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ ରଖିବାକୁ ପସନ୍ଦ କରୁଥିଲେ। ଏବେ ସେ ଚାଲିଯିବା ପରେ ପୁରା ପରିବାର ଶୋକରେ ବୁଡ଼ି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri