Posted inଜାତୀୟ

ଇଣ୍ଡିଗୋ ବିମାନ ପାଇଲଟଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି କିଏ? ହନିମୁନ୍‌ ଲାଗି ଯାଉଥିଲେ ଗୋଆ, ଏବେ ମିଳିଲା ଜାମିନ

ନୂଆଦିଲ୍ଲୀ,୧୬।୧: ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାରପିଟ୍‌ କରିବା ମାମଲା ଚର୍ଚ୍ଚାରେ ରହିଛି। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଜଣେ ଯାତ୍ରୀ ପାଇଲଟଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଇଥିଲା। ଏବେ ଅଭିଯୁକ୍ତ ଯାତ୍ରୀ ସାହିଲ କଟାରିଆ କ୍ଷମାପ୍ରାର୍ଥନା କରୁଥିବାର ଭିଡିଓ ସାମ୍ନାକୁ ଆସିଛି।

ରବିବାର ଅପରାହ୍ନର ଏହି ଘଟଣା। କୁହୁଡ଼ି କାରଣରୁ ଅନେକ ବିମାନ ଯାତ୍ରାରେ ବିଳମ୍ବ ହୋଇଥିଲା। ଏନେଇ ପାଇଲଟ ଅନୁପ କୁମାର ଘୋଷଣା କରୁଥିବା ବେଳେ ରାଗରେ ଗରଗର ହୋଇ ସାହିଲ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ଅନୁପ ଦିଲ୍ଲୀ ପୋଲିସ ନିକଟରେ ଘଟଣା ସମ୍ପର୍କିତ ଏକ ଅଭିଯୋଗ କରିଥିଲେ। ଏବେ ୨୮ ବର୍ଷୀୟ ସାହିଲଙ୍କୁ ଜାମିନ ମିଳିଥିବା ବେଳେ ଇଣ୍ଡିଗୋ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି।

କହିରଖୁଛୁ, ରବିବାର ସକାଳ ୭ଟା ୪୦ ମିନିଟ୍‌ରେ ବିମାନ ଉଡ଼ାଣ ଭରିଥାନ୍ତା। ହେଲେ ଦୃଶ୍ୟମାନ କମ୍‌ ହେଉଥିବା କାରଣରୁ ଅପରାହ୍ନ ୩ଟା ଯାଏ ବିମାନ ଅଟକି ରହିଥିଲା। ଏନେଇ ପାଇଲଟ ଘୋଷଣା କରୁଥିବା ବେଳେ ସାହିଲ ଆକ୍ରମଣ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ଫୁଟେଜ୍‌ରେ ଅଭିଯୁକ୍ତଜଣଙ୍କ ‘ଯିବାର ଅଛି ଯଦି ଚାଲ, ନହେଲେ ଗେଟ୍‌ ଖୋଲ’ ବୋଲି କହୁଥିବା ଦେଖାଯାଉଛି। ଏବେ ଅନ୍ୟ ଏକ ଭିଡିଓରେ ସେ ପାଇଲଟ୍‌ଙ୍କୁ କ୍ଷମା ମାଗୁଛନ୍ତି।

ପୋଲିସ ମୁତାବକ, ଦକ୍ଷିଣ ଦିଲ୍ଲୀର ଅମର କଲୋନୀ ନିବାସୀ ସାହିଲ ଏକ ଖେଳନା ଏବଂ ଅଳଙ୍କାର ଦୋକାନ ରହିଛି। ରବିବାର ସେ ନିଜ ସ୍ତ୍ରୀଙ୍କ ସହ ହନିମୁନରେ ଗୋଆ ଯାଉଥିଲେ। ହେଲେ ବିମାନ ଉଡ଼ାଣରେ ବିଳମ୍ବ ହେଉଥିବାରୁ ସେ ନିରାଶ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?