Posted inଜାତୀୟ

ଇଣ୍ଡିଗୋ ବିମାନ ପାଇଲଟଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି କିଏ? ହନିମୁନ୍‌ ଲାଗି ଯାଉଥିଲେ ଗୋଆ, ଏବେ ମିଳିଲା ଜାମିନ

ନୂଆଦିଲ୍ଲୀ,୧୬।୧: ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାରପିଟ୍‌ କରିବା ମାମଲା ଚର୍ଚ୍ଚାରେ ରହିଛି। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଜଣେ ଯାତ୍ରୀ ପାଇଲଟଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଇଥିଲା। ଏବେ ଅଭିଯୁକ୍ତ ଯାତ୍ରୀ ସାହିଲ କଟାରିଆ କ୍ଷମାପ୍ରାର୍ଥନା କରୁଥିବାର ଭିଡିଓ ସାମ୍ନାକୁ ଆସିଛି।

ରବିବାର ଅପରାହ୍ନର ଏହି ଘଟଣା। କୁହୁଡ଼ି କାରଣରୁ ଅନେକ ବିମାନ ଯାତ୍ରାରେ ବିଳମ୍ବ ହୋଇଥିଲା। ଏନେଇ ପାଇଲଟ ଅନୁପ କୁମାର ଘୋଷଣା କରୁଥିବା ବେଳେ ରାଗରେ ଗରଗର ହୋଇ ସାହିଲ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ଅନୁପ ଦିଲ୍ଲୀ ପୋଲିସ ନିକଟରେ ଘଟଣା ସମ୍ପର୍କିତ ଏକ ଅଭିଯୋଗ କରିଥିଲେ। ଏବେ ୨୮ ବର୍ଷୀୟ ସାହିଲଙ୍କୁ ଜାମିନ ମିଳିଥିବା ବେଳେ ଇଣ୍ଡିଗୋ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି।

କହିରଖୁଛୁ, ରବିବାର ସକାଳ ୭ଟା ୪୦ ମିନିଟ୍‌ରେ ବିମାନ ଉଡ଼ାଣ ଭରିଥାନ୍ତା। ହେଲେ ଦୃଶ୍ୟମାନ କମ୍‌ ହେଉଥିବା କାରଣରୁ ଅପରାହ୍ନ ୩ଟା ଯାଏ ବିମାନ ଅଟକି ରହିଥିଲା। ଏନେଇ ପାଇଲଟ ଘୋଷଣା କରୁଥିବା ବେଳେ ସାହିଲ ଆକ୍ରମଣ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ଫୁଟେଜ୍‌ରେ ଅଭିଯୁକ୍ତଜଣଙ୍କ ‘ଯିବାର ଅଛି ଯଦି ଚାଲ, ନହେଲେ ଗେଟ୍‌ ଖୋଲ’ ବୋଲି କହୁଥିବା ଦେଖାଯାଉଛି। ଏବେ ଅନ୍ୟ ଏକ ଭିଡିଓରେ ସେ ପାଇଲଟ୍‌ଙ୍କୁ କ୍ଷମା ମାଗୁଛନ୍ତି।

ପୋଲିସ ମୁତାବକ, ଦକ୍ଷିଣ ଦିଲ୍ଲୀର ଅମର କଲୋନୀ ନିବାସୀ ସାହିଲ ଏକ ଖେଳନା ଏବଂ ଅଳଙ୍କାର ଦୋକାନ ରହିଛି। ରବିବାର ସେ ନିଜ ସ୍ତ୍ରୀଙ୍କ ସହ ହନିମୁନରେ ଗୋଆ ଯାଉଥିଲେ। ହେଲେ ବିମାନ ଉଡ଼ାଣରେ ବିଳମ୍ବ ହେଉଥିବାରୁ ସେ ନିରାଶ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri