ନବୀନଙ୍କ ପରେ କିଏ ହେବ ଉତ୍ତରାଧିକାରୀ, କହିଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର,୧୯।୩: ଗତ ତିନି ସପ୍ତାହ ଧରି ରାଜ୍ୟରେ ଥମୁନି ମେଣ୍ଟ ଚର୍ଚ୍ଚା । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ମୁହଁ ଖୋଲୁ ନ ଥିବାବେଳେ ଏଭଳି ସମୟରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟାବସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। କେନ୍ଦ୍ରରେ ମୋଦି ଆଉ ଓଡିଶାରେ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବେ। ତେବେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି ପାଣ୍ଡିଆନ ।

ନିକଟରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ଯୋଗଦେଇ ମେଣ୍ଟ ସମ୍ପର୍କରେ କହିଥିଲେ ଅମିତ ଶାହା। ଆଗାମୀ ନିର୍ବାଚନରେ ଭାଜପା ଉଭୟ ଲୋକ ସଭା ଓ ବିଧାନ ସଭାରେ ଭଲ ପ୍ରଦର୍ଶନ କରିବ ବୋଲି ଶାହ କହିଛନ୍ତି । ଶାହଙ୍କ ଅନୁସାରେ, ବର୍ତ୍ତମାନ ସମୟ ହାଡକୋର ରାଜନୀତିର । ଯେଉଁଥିରେ ଫିଲୋଶୋପି ବା ଦର୍ଶନ ନ ଥାଏ ବରଂ ହାରଜିତ୍‌ର ଗଣିତ ରହିଥାଏ । ଦଳର ବିଚାରଧାରା ସହିତ ବୁଝାମଣାର କଥା ରହିଥାଏ। ତେଣୁ ଦଳର ବିଚାରାଧାରା ଓ ବିଜୟ ସମ୍ଭାବନା ଭିତରେ ସମନ୍ବୟ ରଖି ମେଣ୍ଟ ସହଯୋଗୀ ବଛାଯାଇଥାଏ ବୋଲି ଶାହ କହିଛନ୍ତି ।

ଶାହାଙ୍କ ବୟାନ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ସରଗରମ କରିଛି। ସେ କହିଛନ୍ତି, ଏବେ ସେ ମେଣ୍ଟ ନେଇ ଅଧିକ କିଛି କହିପାରିବେନି । କାରଣ ଓଡ଼ିଶାରେ ଭାଜପାର ଅଗାମୀ ରଣନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିବେ । କିନ୍ତୁ ଆଗାମୀ ନିର୍ବାଚନରେ ଉଭୟ ଲୋକ ସଭା ଓ ବିଧାନ ସଭାରେ ଭାଜପାର ଭଲ ପ୍ରଦର୍ଶନ କରିବ।

ତେବେ ଶାହାଙ୍କ ବୟାନ ପରେ ପରେ ଏବେ ପାଣ୍ଡିଆନଙ୍କ ବୟାନ ଚହଳ ପକାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ କିଏ ହେବେ ସେ ନେଇ ତାଙ୍କୁ ପାଣ୍ଡିଆନଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ପାଣ୍ଡିଆନ କହିଛନ୍ତି, ନବୀନଙ୍କ କର୍ତ୍ତବ୍ୟନିଷ୍ଠା, ପ୍ରତିବଦ୍ଧତା ଓ ରାଜନୀତିରୁ ଊଦ୍ଧର୍‌ବରେ ରହି ଲୋକଙ୍କ ସେବା କରିବା ନୀତି ତାଙ୍କୁ ବେଶ୍‌ ପ୍ରଭାବିତ କରିଛି । ତେଣୁ ସେ ତାଙ୍କ ଆଦର୍ଶର ଉତ୍ତରାଧିକାରୀ, ତାଙ୍କ କଠିନ ପରିଶ୍ରମର ଉତ୍ତରାଧିକାରୀ । ଏସବୁ ପରେ ରାଜନୀତି କଥା ଆସିବ । ଆଉ ଉତ୍ତରାଧିକାରୀ ପ୍ରସଙ୍ଗରେ ସେ ନୁହେଁ, ବରଂ ଓଡ଼ିଶାବାସୀଙ୍କ ନିଷ୍ପତ୍ତି ଓ ବିଚାର ଗୁରୁତ୍ୱ ରଖେ ବୋଲି ପାଣ୍ଡିଆନ କହିଛନ୍ତି ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ବିଜେଡି ଓ ଭାଜପା ପାଇଁ ମେଣ୍ଟ କୌଣସି ନିର୍ବାଚନୀ ମୂଲ୍ୟ ରଖୁନାହିଁ । ରାଜ୍ୟରେ ସରକାର ଗଠନ ପାଇଁ ବିଜେଡି ଆଦୌ ଭାଜପାର ସହଯୋଗ ଆବଶ୍ୟକ କରୁନାହିଁ କି କେନ୍ଦ୍ରରେ ସରକାର ଗଠନ ପାଇଁ ଭାଜପା ମଧ୍ୟ ବିଜେଡିର ସହଯୋଗ ଲୋଡୁନାହିଁ । ଉଭୟ ମୋଦି ଓ ନବୀନଙ୍କ ଭିତରେ ନିବିଡ଼ ବନ୍ଧୁତା ରହିଛି, ସେମାନେ ରାଷ୍ଟ୍ର ତଥା ରାଜ୍ୟର ବିକାଶ ପାଇଁ ମିଳିମିଶି କାମ କରିବାକୁ ଚାହୁଁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri